।। ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ।।

Jul 9, 2024 - 20:39
 0  11
।। ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ।।

ନୂଆପଡା :ta:-୦୯/୦୭/୨୪ (ଫାଷ୍ଟ ନ୍ୟୁଜ ଓଡ଼ିଶା) ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ଵନକ୍ଷତ୍ର ଦିବସ ଅବସରରେ ଜିଲ୍ଲା ସଂସ୍କୃତି ବିଭାଗ ଓ ଜିଲ୍ଲା ଶିକ୍ଷା ବିଭାଗ ନୂଆପଡ଼ା ଦ୍ବାରା ଜିଲ୍ଲା ସ୍ତରୀୟ ପ୍ରବନ୍ଧ , ଭାଷଣ, କବିତା ପଠନ ଏବଂ ସାଧାରଣ ଜ୍ଞାନ ଓ ଓଡ଼ିଆ ଅନୁବାଦ ପ୍ରତିଯୋଗିତା ସରକାରୀ ନେସନାଲ ଉଚ୍ଚ ବିଦ୍ୟାଳୟ , ନୂଆପଡ଼ା ଠାରେ ଆୟୋଜିତ ହୋଇଯାଇଛି। ଆୟୋଜିତ ପ୍ରତିଯୋଗିତା ଗୁଡିକର ବିଚାରକ ଭାବରେ ଶିକ୍ଷୟିତ୍ରୀ ଅନିତା ମୁଣ୍ଡ, ଶିକ୍ଷକ ଫକିର ମହାରଣା, କିଶୋର ଚନ୍ଦ୍ର ପ୍ରଧାନ, ବିଜୟ କୁମାର ସାହୁ, ଗୋପାଳ ଭବତୋଷ ଦାସ, ବିକ୍ରମ ପଟେଲ, ନନ୍ଦିଘୋଷ ଭୋଇ, ଫାଲଗୁନି ସାହୁ, କିଶୋର କୁମାର ପରିଡ଼ା ଓ ପ୍ରଦୀପ୍ତ କୁମାର ରଥ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବରିଷ୍ଠ ଏଵଂ କନିଷ୍ଠ ବର୍ଗର ପ୍ରତିଯୋଗିତା ଗୁଡ଼ିକ ଆୟୋଜନ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ କୃଷ୍ଣ ଚନ୍ଦ୍ର ଦାଶ ଏବଂ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା ଯୋଗଦେଇ କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରିବା ସାଙ୍ଗେ ସଙ୍ଗେ ଓଡ଼ିଆ ସାହିତ୍ୟର ବିକାଶ ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ନିରନ୍ତର କରିଚାଲିଥିବା ପ୍ରାୟାସ ବିଷୟରେ ସୂଚନା ଦେଇ ଆଗମୀ ଦିନରେ ହେବାକୁଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତା ନିମନ୍ତେ ପୂର୍ବପ୍ରସ୍ତୁତି ସହ ଯୋଗଦାନ କରି ଜିଲ୍ଲାର ମାନ ରଖିବା ପାଇଁ ଶୁଭାଶ୍ରୀବାଦ ପ୍ରଦାନ କରିଥିଲେ। ସୂଚନାଯୋଗ୍ୟଯେ ଜିଲ୍ଲାରେ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କନିଷ୍ଠ ବର୍ଗରେ ପ୍ରବନ୍ଧରେ କସ୍ତୁରୀ ବରିହା , ଭାଷଣରେ ପୁରନ ସୁନାନୀ କବିତା ପଠନରେ ଭୂମିକା ରଣା, ସାଧାରଣ ଜ୍ଞାନ ପରୀକ୍ଷା ଓ ଓଡ଼ିଆ ଅନୁବାଦରେ ଶୁଭମ ରଣା ୧୪ ତାରିଖରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଓଡିଶା ସାହିତ୍ୟ ଏକାଡେମୀ ପ୍ରତିଯୋଗିତା ଏଵଂ ବରିଷ୍ଠ ବର୍ଗରେ ବିଭିନ୍ନ ପ୍ରତିଯୋଗିତାର ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରବନ୍ଧରେ ରୁକ୍ମଣୀ ସାହୁ, ଭାଷଣରେ ଅନନ୍ଦିତା ପଟ୍ଟନାୟକ, କବିତା ପଠନରେ ରଂଜିତା ସାହୁ ଏବଂ ସାଧାରଣ ଜ୍ଞାନ ଓ ଓଡିଆ ଅନୁବାଦରେ ପ୍ରିୟଙ୍କା ରଥ ୧୭ ତାରିଖ ଦିନ ହେବାକୁ ଥିବା ରାଜ୍ୟ ସ୍ତରୀୟ ଓଡିଶା ସାହିତ୍ୟ ଏକାଡେମୀ ପ୍ରତିଯୋଗିତାରେ ଜିଲ୍ଳାର ପ୍ରତିନିଧିତ୍ଵ କରିବେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ