ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅଧିକରମିତ୍ରଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Apr 7, 2026 - 21:53
 0  6
ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅଧିକରମିତ୍ରଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ନୂଆପଡା ଆନୁକୂଲ୍ୟରେ ତାଲୁକ୍ ଆଇନ ସେବା କମିଟି ଖରିଆର୍/ସିନାପାଲି/ବୋଡ଼େନ ଅନ୍ତର୍ଗତ ଅଧିକରାମିତ୍ରଙ୍କ ଦକ୍ଷତା ବୃଦ୍ଧି ପାଇଁ ଖରିଆର୍ ବନଖଣ୍ଡ ଅଧିକାରୀଙ୍କ ସଭଗୃହରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ସଚିବ ନବନୀତା ଦାଶ, ଖରିଆର୍ ଜୁଡ଼ିସିଆଲ ଓକିଲ ସଂଘ ସଭାପତି ଗିରିଧାରୀ ବିଭାର, ଖରିଆର୍ ଓକିଲ ସଂଘ ସଭାପତି ଗୋବର୍ଦ୍ଧନ ସୁନା, ବରିଷ୍ଠ ପ୍ରଶିକ୍ଷକ କୁମୁଦ କୁମାର ହୋତା, ପ୍ୟାରିଲାଲ ଦେୱାଙ୍ଗନ ଓ ଯୁଧିଷ୍ଟିର ମେହେର ପ୍ରମୁଖ ଯୋଗ ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ୫୩ ଜଣ ଅଧିକାରମିତ୍ର ପ୍ରଶିକ୍ଷଣ ନେଇଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷକ କୁମୁଦ କୁମାର ହୋତା ବରିଷ୍ଠ ନାଗରିକ ଓ ପିତାମାତାଙ୍କ ଭରଣ ପୋଷଣ ଓ ମଙ୍ଗଳ ଅଧିନିୟମ, ୨୦୦୭ ଏବଂ ନିଃଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ, ୨୦୦୯ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । ନୂଆପଡ଼ା ଜିଲ୍ଲା ଓକିଲ ସଂଘର ସଚିବ ତଥା ପ୍ରଶିକ୍ଷକ ପ୍ୟାରିଲାଲ ଦେୱାଙ୍ଗନ ସୂଚନା ଅଧିକାର ଅଧିନିୟମ, ୨୦୦୫ ଏବଂ ଯାନବାହାନ ଅଧିନିୟମ, ୧୯୮୮ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । ଖଡ଼ିଆଳର ବରିଷ୍ଠ ଓକିଲ ତଥା ପ୍ରଶିକ୍ଷକ ଯୁଧିଷ୍ଟିର ମେହେର ଶିଶୁଙ୍କୁ ଯୌନ ନିର୍ଯ୍ୟାତନାରୁ ସୁରକ୍ଷା ଅଧିନିୟମ, ୨୦୧୨ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । ସଚିବ ନବନୀତା ଦାଶ କାର୍ଯକ୍ରମର ପରିଚାଳନା କରିବା ସହିତ ଅଧିକରାମିତ୍ରଙ୍କ ସମାଜ ପ୍ରତି ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ଅବଗତ କରାଇଥିଲେ । ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ