ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୬ଷ୍ଠ ଦିନର ଖେଳ

ବାରିପଦା - ତା :- ୦୮/୦୨/୨୦୨୫ ରିଖ ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ଆନୁକୂଲ୍ୟରେ ମୟୁରଭଞ୍ଜ ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୬ଷ୍ଠ ଦିନର ଖେଳରେ ଡି ଆର କେ (ଏ ) ବି ସି ଏ କୁ ୧୦୮ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ଡି ଆର କେ (ଏ ) ୩୩. ୩ ଓଭରରେ ସମସ୍ତ ଉଇକେଟ ହରାଇ ୧୮୭ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଉପେନ୍ଦ୍ର ନାୟକ ୬୭ ଓ ଗଣେଶ୍ୱର ସିଂହ ୩୯ ରନ କରିଥିଵା ବେଳେ ବିପକ୍ଷ ଦଳର ଚନ୍ଦନ ସିଂହ ୪ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ବି ସି ଏ ୩୦. ୫ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୭୯ ରନ ସଂଗ୍ରହ କରିପାରିଥିଲ I ଦଳ ଅଭିଷେକ ଶର୍ମା ୨୨ ରନ ସଂଗ୍ରହ କରିଥିଵା ବେଳେ ବିପକ୍ଷ ଦଳର ମାରି ଲୋକନାଥ ୪ ଟି ଉଇକେଟ ଅକ୍ତିଆର କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ଅମିତାଭ ପଟ୍ଟନାୟକ ଓ ଦିଲ୍ଲୀପ କୁମାର ଦାସ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ କୁମାର ମହାରଣା ସ୍କୋରିଂ ରେ ସହାୟତା ପ୍ରଦାନ କରିଥିଲେ I ୧୦ ତାରିଖ ଦିନ ବି ସି ଏ ଓ ରାଇରଙ୍ଗପୁର ମଧ୍ୟରେ ଖେଳ ହେବ ବୋଲି କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର ଜଣାଇଛନ୍ତି I
What's Your Reaction?






