ଜିଲ୍ଲାସ୍ତରୀୟ କିଶୋର ନ୍ୟାୟ (ବାଳକମାନଙ୍କ ଯତ୍ନ ଓ ସୁରକ୍ଷା) ଅଧିନିୟମ, ୨୦୧୫ ଉପରେ କର୍ମଶାଳା ଆୟୋଜିତ

Aug 14, 2026 - 20:06
 0  4
ଜିଲ୍ଲାସ୍ତରୀୟ କିଶୋର ନ୍ୟାୟ (ବାଳକମାନଙ୍କ ଯତ୍ନ ଓ ସୁରକ୍ଷା) ଅଧିନିୟମ,  ୨୦୧୫ ଉପରେ କର୍ମଶାଳା ଆୟୋଜିତ

ଜିଲ୍ଲା ଅଦାଲତ ପରିସର ରେ ଜିଲ୍ଲାସ୍ତରୀୟ କିଶୋର ନ୍ୟାୟ (ବାଳକମାନଙ୍କ ଯତ୍ନ ଓ ସୁରକ୍ଷା) ଅଧିନିୟମ, ୨୦୧୫ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଓ ଦୌରା ଜଜ୍ ସମର ବିଳାସ ବେହେରା, ଜିଲ୍ଲାପାଳ ମଧୁସୂଦନ ଦାଶ, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ସୁଶାନ୍ତ କୁମାର ମିଶ୍ର, ବରିଷ୍ଠ ଦେୱାନୀ ବିଚାରପତି ଦୁର୍ବାସା ଦୁର୍ଗା, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ମହିଳା କୋର୍ଟ ଜଜ୍ ସରୋଜିନୀ ସାହୁ, ରେଜିଷ୍ଟ୍ରାର ସୌଭାଗ୍ୟ ରଞ୍ଜନ ପ୍ରଧାନ, ଏସ.ଡି.ଜେ.ଏମ୍ ସ୍ନାତକୀ ଦାଶ, ପ୍ରୋବେସନର ଜଜ୍ କାହୁଁ କିସ୍କୁ, ମହାମାୟା ଆଇନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ. ଅନିଲ କୁମାର ତାଣ୍ଡି, ଜିଲ୍ଲା ଓକିଲ ସଂଘ ସଭାପତି କ୍ଷୀତିଶ ବୋଧଙ୍କର, ଜିଲ୍ଲା ସିଭିଲ ସଂଘ ସଭାପତି ବିଶ୍ଵମଣି ପାଣିଗ୍ରାହୀ, ନୂଆପଡ଼ା ଉପ ଆରକ୍ଷୀ ଅଧିକ୍ଷକ ମର୍ସି ରାଣୀ ପୂର୍ତ୍ତି, ଶିଶୁ କଲ୍ୟାଣ କମିଟି ର ଅଧ୍ୟକ୍ଷା ବବିତା ମିଶ୍ର ପ୍ରମୁଖ ଉପସ୍ଥିତ ହୋଇ କିଶୋର ନ୍ୟାୟ (ବାଳକ ମାନଙ୍କ ଯତ୍ନ ଓ ସୁରକ୍ଷା) ଅଧିନିୟମ, ୨୦୧୫ ଅନ୍ତର୍ଗତ ବିଭିନ୍ନ ବିଷୟ ଯଥା ବାଲ୍ଯ ବିବାହ, ମହିଳା ହେଲ୍ପଲାଇନ ନମ୍ବର, ଶିଶୁ ସୁରକ୍ଷା ସମିତି ଇତ୍ୟାଦି ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଅବସରରେ ମଞ୍ଚାସୀନ ଅତିଥିବୃନ୍ଦ କିଶୋର ନ୍ୟାୟ ବୋର୍ଡ ର କ୍ଷମତା ଓ ଦାୟିତ୍ଵ, ଶିଶୁ ମାନଙ୍କର ଅଧିକାର, ଶିଶୁମାନଙ୍କ ପାଇଁ ଉପଲବ୍ଧ ମାଗଣା ଆଇନ ସେବା, ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଭୂମିକା ଓ କାର୍ଯ୍ୟପ୍ରଣାଳୀ ଇତ୍ୟାଦି ବିଷୟରେ ବିସ୍ତୃତ ଆଲୋକପାତ କରିଥିଲେ । ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ