।। ଜାତିଆଧାରିତ ଜନଗଣନା ସହିତ ୯ ଦଫା ଦାବୀ ନେଇ ରାଷ୍ଟ୍ରୀୟ ପଛୁଆବର୍ଗ (ଓବିସି) ମୋର୍ଚ୍ଚାର ଦେଶବ୍ୟାପୀ ଜିଲ୍ଲା ମୁଖ୍ୟାଳୟରେ ଧାରଣା ପ୍ରଦର୍ଶନ ଏବଂ ସ୍ମାରକପତ୍ର) ମୟୂରଭଞ୍ଜ ।।

Aug 31, 2024 - 07:05
 0  8
।। ଜାତିଆଧାରିତ ଜନଗଣନା ସହିତ ୯ ଦଫା ଦାବୀ ନେଇ ରାଷ୍ଟ୍ରୀୟ ପଛୁଆବର୍ଗ (ଓବିସି) ମୋର୍ଚ୍ଚାର ଦେଶବ୍ୟାପୀ ଜିଲ୍ଲା ମୁଖ୍ୟାଳୟରେ ଧାରଣା ପ୍ରଦର୍ଶନ ଏବଂ ସ୍ମାରକପତ୍ର) ମୟୂରଭଞ୍ଜ ।।

ବାରିପଦା : ୩୦/୦୮/୨୦୨୪ ରିଖ ସଂଖ୍ୟାନୁପାତିକ ପ୍ରତିନିଧିତ୍ବ ବିନା ଦେଶର ବହୁସଂଖ୍ୟକ ବର୍ଗ ଓବିସି ମାନଙ୍କୁ ନ୍ୟାୟ ମିଳିବା ସମ୍ଭବପର ନୁହେଁ ଏବଂ ସଂଖ୍ୟାନୁପାତିକ ପ୍ରତିନିଧିତ୍ବ ଜାତିଆଧାରିତ ଜନଗଣନା ଦ୍ବାରା ହିଁ ସମ୍ଭବ ଅଟେ କାରଣ ଜାତିଆଧାରିତ ଜନଗଣନା କଲେ ହିଁ ଓବିସିଙ୍କର ବାସ୍ତବିକ ସଂଖ୍ୟା ଜଣା ପଡିବ ।ଜାତିଆଧାରିତ ଜନ ଗଣନା ଯେ ପର୍ଯ୍ୟନ୍ତ ହେବ ନାହିଁ ସେପର୍ଯ୍ୟନ୍ତ କେଉଁ ଜାତି କେତେ ଅଗ୍ରସର ଏବଂ କେତେ ପଛୁଆ ତାହା ଜାଣିବା ସମ୍ଭବପର ନୁହେଁ ଯାହାଦ୍ବାରା ଓବିସି ବର୍ଗର ନାଗରିକଙ୍କ ବିକାଶ ନିିମନ୍ତେ ଆବଶ୍ୟକ ଜରୁରୀ ପଦକ୍ଷେପ ତଥା କୌଣସିପ୍ରକାରର ଯୋଜନା ପ୍ରସ୍ତୁତ କରାଯାଇ ପାରୁ ନାହିଁ । ଏଣୁ ଭାରତରେ ବସବାସ କରି ରହୁଥିବା ବହୁସଂଖ୍ୟକ ବର୍ଗ ଓବିସି ମାନଙ୍କୁ ନ୍ୟାୟ ପ୍ରଦାନ ସହିତ ଏସସି, ଏସଟି ମାନଙ୍କୁ ମଧ୍ଯ ସେମାନଙ୍କର ଜନସଂଖ୍ୟା ଅନୁପାତରେ ସମସ୍ତ କ୍ଷେତ୍ରରେ ଭାଗୀଦାରି ବା ପ୍ରତିନିଧିତ୍ବ ଦେବା ସମେତ ୯ ଦଫା ଦାବୀକୁ ନେଇ ମାନନୀୟ ଚୌଧୁରୀ ବିକାଶ ପଟେଲଙ୍କ ନେତୃତ୍ବରେ ରାଷ୍ଟ୍ରୀୟ ପଛୁଆବର୍ଗ (ଓବିସି) ମୋର୍ଚ୍ଚା ଦ୍ବାରା ସମ୍ବିଧାନର ମୌଳିକ ଅଧିକାର ଅନୁଛେଦ ୧୯ ଅନୁସାରେ ୩୧ ରାଜ୍ଯର ୫୭୦ ଜିଲ୍ଲାର ମୁଖ୍ୟାଳୟରେ ଏକକାଳୀନ ଧାରଣା ପ୍ରଦର୍ଶନ ସହିତ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ଯରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବାକୁ ଆହ୍ବାନ କରାଯାଇ ଥିଲା ଯାହାକୁ ଭାରତ ମୁକ୍ତି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ମାନ୍ୟବର ୱାମନ ମେଶ୍ରାମ ସାହେବ ମଧ୍ଯ ସମ୍ପୂର୍ଣ୍ଣ ସଂଗଠନ ଶକ୍ତି ସହିତ ସମର୍ଥନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ମୟୁରଭଞ୍ଜ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ସଂଯୋଜକ ଅର୍ଜୁନ ମହାନ୍ତଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ ପ୍ରଦର୍ଶନ ପରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସଏଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ସଂଗଠନ ପକ୍ଷରୁ କେନ୍ଦ୍ରର ଆରଏସଏସ ବିଜେପି ସରକାରଙ୍କୁ ଚେତାବନୀ ଦିଆଯାଇ ଅଛି ଯେ ଯଥାଶୀଘ୍ର ଜାତିଆଧାରିତ ଜନ ଗଣନା କରି ଦେଶର ବହୁସଂଖ୍ୟକ ଓବିସି ବର୍ଗ ସମେତ ଏସସି ଏବଂ ଏସଟି ବର୍ଗର ଲୋକ ମାନଙ୍କୁ ସେମାନଙ୍କର ସଂଖ୍ୟା ଅନୁପାତରେ ସମସ୍ତ କ୍ଷେତ୍ରରେ ଭାଗିଦାରୀ ସୁନିଶ୍ଚିତ କରାଯାଉ ଅନ୍ୟଥା ଆଗାମୀ ୧୫ ଅକ୍ଟୋବର ୨୦୨୪ ତାରିଖ ଦିନ ଦିଲ୍ଲୀର ଜନ୍ତରମନ୍ତର ଠାରେ ବିଶାଳ ଧାରଣା ପ୍ରଦର୍ଶନ ସହିତ ୩୦ ଅକ୍ଟୋବର ୨୦୨୪ ରେ ଭାରତ ବନ୍ଦ କରାଯିବ। ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚାର ଉପରୋକ୍ତ ଚରଣଵଦ୍ଧ ଆନ୍ଦୋଳନକୁ ବହୁଜନ ମୁକ୍ତି ପାର୍ଟି, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ, ବହୁଜନ କ୍ରାନ୍ତି ମୋର୍ଚ୍ଚା, ଭାରତ ମୁକ୍ତି ମୋର୍ଚ୍ଚା, ରାଷ୍ଟ୍ରୀୟ କିଶାନ ମୋର୍ଚ୍ଚା, "ଭାରତୀୟ ବିଦ୍ୟାର୍ଥୀ, ଯୁବ, ବେରୋଜଗାର ମୋର୍ଚ୍ଚା" ପୂର୍ଣ୍ଣ ସମର୍ଥନ କରିଥିବା ବେଳେ ଅନ୍ଯ ମାନଙ୍କ ମଧ୍ଯରେ ରବିନ୍ କୁମାର ଦଣ୍ଡପାଟ, ସତ୍ୟବାନ ଦଳନାୟକ, ରଘୁନାଥ ମହାନ୍ତ, ମନୋରଞ୍ଜନ ମହାନ୍ତ, ପୂର୍ଣ୍ଣଚନ୍ଦ୍ର ସିଂ, ଏଡଭୋକେଟ ଭାଦୁରାମ ସୋରେନ, ମୋହନ ବାସ୍କେ, ବୁଧୁରାମ ସିଂ, ବୈଦ୍ୟନାଥ ସିଂ, ଫାଗୁରାମ ବାସ୍କେ,ରବୀନ୍ଦ୍ର ସିଂ, ଶଙ୍କର ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ଗୌର ଦାସଗିରି

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ