ଜ଼ିଲ୍ଲା ପ୍ରଶାସନ ଓ ଜ଼ିଲ୍ଲା ଶ୍ରମ ବିଭାଗ ନୂଆପଡାଙ୍କ ମିଳିତ ଅନୁକୁଲ୍ୟରେ ସଚେତନତା ରଥ ଉଦଘାଟିତ l

Jun 29, 2023 - 16:31
 0  9
ଜ଼ିଲ୍ଲା ପ୍ରଶାସନ ଓ ଜ଼ିଲ୍ଲା ଶ୍ରମ ବିଭାଗ ନୂଆପଡାଙ୍କ ମିଳିତ ଅନୁକୁଲ୍ୟରେ ସଚେତନତା ରଥ ଉଦଘାଟିତ l

ନୂଆପଡା ଜ଼ିଲ୍ଲା ପ୍ରଶାସନ ଓ ଜ଼ିଲ୍ଲା ଶ୍ରମ ବିଭାଗ ନୂଆପଡାଙ୍କ ମିଳିତ ଅନୁକୁଲ୍ୟରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଉଦଘାଟିତ ହୋଇଯାଇଛି l ଜ଼ିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ବର୍ଲlଙ୍କ ତତ୍ଵାବଧlନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜ଼ିଲ୍ଲାପାଳ ନୂଆପଡା ଅଗସ୍ତି ପ୍ରଧାନ ଓ ନୂଆପଡା ଶିଶୁ ସୁରକ୍ଷ୍l ସମିତି ଅଧ୍ୟକ୍ଷ ଫଣିଦମ ସିଂ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ଉଦଘାଟନ କରିଥିଲେ l ନୂଆପଡା ଜ଼ିଲ୍ଲାପାଳଙ୍କ କାର୍ଯ୍ୟଳୟଠାରୁ ସଚେତନତା ରଥ ଶୋଭାଯାତ୍ରା ବାହାରି ଶିଶୁ ସୁରକ୍ଷ୍l ଉପରେ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରି ଜ଼ିଲ୍ଲା ସଦଭାବନା ଗୃହ ପର୍ଯ୍ୟନ୍ତ ଆସିଥିଲା l ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l 14 ବର୍ଷ ପୂର୍ଣ୍ଣ କରି ନ ଥିବା ଶିଶୁଙ୍କୁ କୌଣସି ପ୍ରକାର ବୃତି ଓ ପ୍ରକ୍ରିୟାରେ ତଥା 15 ବର୍ଷରୁ 18 ବର୍ଷ ବୟସରେ କିଶୋରଙ୍କୁ ବିପଦ ସଂକୁଳ ବୃତିରେ ନିୟୋଜନ କରିବା ଏକ ଧାର୍ତବ୍ୟ ଅପରାଧ ଅଟେ l ଶିଶୁ ମାନଙ୍କୁ ଯେଉଁମାନେ ଶ୍ରମିକ ଭାବେ ନିୟୋଜିତ କରିବେ 50 ହଜାର ଟଙ୍କା ଜରିମାନା ଦେବା ସହ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ l ଡିପିଏମ ଟିମାନ ବାରା, ଅତିରିକ୍ତ ଜ଼ିଲ୍ଲା ଶ୍ରମ ଅଧିକାରୀ ଦିବ୍ୟଶଙ୍କର ଧରୁଆ, ଗ୍ରାମୀଣ ଶ୍ରମ ନିରୀକ୍ଷକ ଜୟନ୍ତ ପଣ୍ଡା, ସାମାଜିକ କର୍ମୀ, ଶ୍ରମିକ ସଂଗଠନ ଓ ଶିଶୁ ଶ୍ରମିକ ସୁରକ୍ଷl ଉପରେ କାମ କରୁଥିବା ବେସରକାରୀ ସଂସ୍ଥା, ଶ୍ରମୀକ ନେତା ଭକ୍ତ ବନ୍ଧୁ ଧରୁଆ, ଅନିରୁଦ୍ଧ ନାଗ ପ୍ରମୁଖ ଉପସ୍ଥିତ ଥିବାବେଳେ ସୁବ୍ରତ ସିଂ, ଶିବାନୀ ମହାପାତ୍ର, ଜୁଏଲ ନନ୍ଦ ପ୍ରମୁଖ ସହଯୋଗ କରିଥିଲେ l

ନୂଆପଡ଼ାରୁ ବିଶ୍ଵନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ