।। ଜଳ ସେଚନ ଡାକ ବଙ୍ଗଳା ନୂଆପଡା ଠାରେ ବିଭାଜନ ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ।।

ନୂଆପଡା- ସ୍ଥାନୀୟ ଜଳ ସେଚନ ଡାକ ବଙ୍ଗଳା ନୂଆପଡା ଠାରେ ବିଭାଜନ ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳିତ ହୋଇଯାଇଛି । ନୂଆପଡା ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଉଜ୍ୱଳ ଜାନୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ନୂଆପଡା ଉପଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟ ଅବନୀ ରଞ୍ଜନ ଯୋଷୀ, ପରିଷଦ ସଦସ୍ୟ ଭରତଲାଲ ରାଉତ, ଏଫ୍ଏକ୍ସ ଜମିଟି ଚ୍ୟାରମେନ ସାଇପଲା, ଝାରବନ୍ଦ, ତୁମେରିବାହାଲ, ଅଧିକ୍ଷଣ ଯନ୍ତ୍ରୀ ଲିଫ୍ଟ ଇରିଗେସନ ସିରିସ ଚନ୍ଦ୍ର ମୁଣ୍ଡା ପ୍ରମୁଖ ମଂଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ମାନେ ୨୦୨୪ ଳାନୁୟାରୀ ୧୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଣି ପଂଚାୟତ ପାଳିତ ହେଉଛି ଏବଂ ଜଳ ପରିଚାଳନା କ୍ଷେତ୍ରରେ ପାଣି ପଂଚାୟତ ଓ ଚାଷୀମାନଙ୍କ ଗୁରୁତ୍ବ ଅବଦାନକୁ ସମ୍ମାନ ଓ ସ୍ୱୀକୃତି ଜଣାଇବା ପାଇଁ ଏହା ଏକ ସୁନ୍ଦର କାର୍ଯ୍ୟକ୍ରମ ବୋଲି ମଂଚାସୀନ ଅତିଥି ମାନେ ମତପୋଷଣ କରିଥିବା ସଙ୍ଗେ ସଙ୍ଗେ ଜଳର ସୁ ଚିନିଯୋଗ କରିବା ପାଇଁ ଲୋକଙ୍କୁ ସଚେତନ କରିଥିଲେ । ଏହି ପାଣି ପଂଚାୟତ ପାଳନ ଅବସରରେ ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ବକ୍ତୃତା, କୁଇଜ, ପ୍ରବନ୍ଧ, ନୃତ୍ୟ ଇତ୍ୟାଦି କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର, ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସିମାଞ୍ଚଳ ମହାପାତ୍ର ମଂଚ ପରିଚାଳନା କରିଥିବା ବେଳେ ଏସ.ଡି.ଓ ନୂଆପଡା ଜଳସଚେନ ବିଭାଗ ଉଇଲସନ କେରକେଟା, ଏସ.ଡି.ଓ କୋମନା ଜଳସେଚନ ବିଭାଗ ତରୁଣ ନାଏକ, ବରିଷ୍ଠ କିରାଣୀ ଲୋକନାଥ ରଥ ଙ୍କ ସହିତ ବିଭାଗର ସମସ୍ତ ବିଭାଗୀୟ ଅଧିକାରୀ ତଥା କର୍ମଚାରୀ ଏବଂ ବହୁ ସଂଖ୍ୟାରେ ଚାଷୀ ଓ ମହିଳା ସଂୟ ସହାୟିକା ଗୋଷ୍ଠିର ସଦସ୍ୟା ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ଶେଷରେ ବିଦ୍ୟାଳୟର କୁନି କୁନି ଛାତ୍ର ଛlତ୍ରୀ ମାନେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମରେ ମଂଚ ଦୁଲୁକି ଥିଲା ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






