।। ଜଙ୍ଗଲରେ ଲାଗିଲା ନିଆଁ ଜଳିଗଲା ବିଭିନ୍ନ ମୂଲ୍ୟବାନ ଫଳଗଛ ।।

Jun 19, 2023 - 15:56
 0  11
।। ଜଙ୍ଗଲରେ ଲାଗିଲା ନିଆଁ  ଜଳିଗଲା ବିଭିନ୍ନ ମୂଲ୍ୟବାନ ଫଳଗଛ ।।

ନୂଆପଡା (ବିଶ୍ୱନାଥ ସାମଲ) ଜ଼ିଲ୍ଲା ଖଡ଼ିଆଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଘରଧରା ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗିଯାଇଛି l ଫଳରେ ନିକଟରେ ଥିବା ଏକ ବଗିଚାରେ 5ଶହ ଗଛ ପୋଡି ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି l ସୂଚନାମତେ ରବିବାର ମାଧ୍ୟାହ୍ନରେ କେହି ଦୁର୍ବୁତ୍ତ ଏହି ଜଙ୍ଗଲରେ ନିଆଁ ଲଗେଇ ଦେଇଥିଲା l ଫଳରେ ଜଙ୍ଗଲ ଜଳିବା ସହ ଜଙ୍ଗଲକୁ ଲାଗି ଘରଧରା ଗ୍ରାମର ପ୍ରକାଶ ବନ୍ଦୀଛୋରଙ୍କ ଫଳ ବଗିଚା ମଧ୍ୟ ଜଳି ଯାଇଛି ସେ ନିଜେ ଗୋଟିଏ ଏକର ଜମିରେ 5 ଶହ ଆମ୍ବ ଓ ପଣସ ଗଛ ଲଗାଇ ପାଞ୍ଚ ବର୍ଷ ହେବ ରକ୍ଷଣବେକ୍ଷଣ କରି ଆସୁଥିଲେ l ହଠାତ ବଗିଚା ପୋଡ଼ିଯାଇଥିବା ଦେଖିବାକୁ ପାଇ ସ୍ଥାନୀୟ ଲୋକଙ୍କୁ ଡାକି ନିଆଁ ଲିଭେଇବା ସହ ଦମକଳ କେନ୍ଦ୍ରକୁ ଯୋଗାଯୋଗ କରିଥିଲେ l ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ l 5ଶହ ଗଛରୁ ଅଧା ଗଛ ପୋଡି ପାଉଁଶ ହୋଇଯାଇଥିବା ପ୍ରକଶ କରିବା ସହ ଦୂର୍ବତ୍ତମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ