ଚନ୍ଦ୍ରିକା ମଲିକଙ୍କ ଅନାସ୍ଥା ପ୍ରସ୍ତାବ ପରେ ସରପଞ୍ଚ ପଦବୀ ଗ୍ରହଣ କରିଲେ ଦୀପକ ପ୍ରଧାନ
ଦାରିଙ୍ଗବାଡି, ୨୪।୮ (ସଲମନ୍ ବିନ୍ଧାଣୀ): ଚନ୍ଦ୍ରିକା ମଲିକ ଙ୍କୁ ସରପଞ୍ଚ ପଦବୀ ଦେଇଥିବା ପଞ୍ଚାୟତ ବାସୀଙ୍କ ତାଙ୍କର ଅସନ୍ତୁଷ୍ଟ କାର୍ଯ୍ୟ କୋଳାପ ଦେଖି ତାଙ୍କୁ ପଦଚ୍ୟୁତ କରି ନାୟେବ ସରପଞ୍ଚ ପଦବୀ ରେ ଥିବା ଦୀପକ ପ୍ରଧାନଙ୍କୁ ସରପଞ୍ଚ ପଦବୀ ଦେବା ପାଇଁ ଅନାସ୍ଥା ପ୍ରସ୍ତାବ କରିଥିଲେ ତାହା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅନାସ୍ଥା ପ୍ରସ୍ତାବ ପରେ ଦୀପକ ପ୍ରଧାନଙ୍କୁ ଲୋକେ ପସନ୍ଦ କରି ଭୋଟ ଦେଈ ଜିତେଇ ଥିବାବେଳେ ତାଙ୍କୁ ଦାୟିତ୍ୱ ମିଳିନଥିଲା ଦିର୍ଘ କିଛି ଦିନ ପରେ କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କ ଅନାସ୍ଥା ପରେ ନିଜ ପଦ ହରାଇ ଘରେ ବସିଲେ। ତାଙ୍କ ସ୍ଥାନରେ ସୋମବାର ନାଏବ ସରପଞ୍ଚ ଦୀପକ ପ୍ରଧାନ ସରପଞ୍ଚ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ନିଜ ପଞ୍ଚାୟତ କାର୍ଯ୍ୟାଳୟକୁ ଦାୟିତ୍ୱ ନେବାକୁ ଆସିଥିବାବେଳେ ତାଙ୍କ ସମର୍ଥକମାନେ ଦୀପକଙ୍କୁ ପୁଷ୍ପଗୁଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରି। ଦୀପକ ପ୍ରଧାନ ସରପଞ୍ଚ ଦାୟିତ୍ୱ ଗ୍ରହଣ କରିବା ପରେ ସେ ଦାରିଙ୍ଗବାଡିବାସୀଙ୍କ ମୌଳିକ ସମସ୍ୟାର ସମାଧାନ ଦିଗରେ ଅଧିକ ଗୁରୁତ୍ୱ ଦେବା ସହ ଲୋକଙ୍କ ପାଇଁ କାର୍ଯ୍ୟ କରିବି ବୋଲି କହିଛନ୍ତି। ତାଙ୍କ ସମର୍ଥକଙ୍କ ମଧ୍ୟରେ ଅମନ ପ୍ରଧାନ, ବିଳାସିନି ନାୟକଙ୍କ ସମେତ ଅନାସ୍ଥା ବୈଠକରେ ନାଏବ ସରପଞ୍ଚ ଦୀପକଙ୍କୁ ସମର୍ଥନ ଜଣାଇଥିବା ସମସ୍ତ ୱାର୍ଡ ମେମ୍ବର ୱାର୍ଡ ସଭ୍ୟ ସଭ୍ୟା ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଅନୁଯାୟୀ, ଚଳିତ ଅଗଷ୍ଟ ମାସ ୧୪ରେ ଦାରିଙ୍ଗବାଡି ପଞ୍ଚାୟତ ସଭାଗୃହଠାରେ ସରପଞ୍ଚ ଚନ୍ଦ୍ରିକା ମଲିକଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୁପ୍ତ ମତଦାନ ହୋଇଥିଲା, ଯାହାକି ଚନ୍ଦ୍ରିକାଙ୍କ ବିପକ୍ଷରେ ୧୫ଟି ମତଦାନ ହୋଇଥିବା ବେଳେ ନିଜ ମତଦାନ ସହ ସପକ୍ଷରେ ମାତ୍ର ୫ ଟି ମତଦାନ ଚନ୍ଦ୍ରିକାଙ୍କୁ ମିଳିଥିଲା ଅନ୍ୟ ୨ ୱାର୍ଡ ସଭ୍ୟ ଅନୁପସ୍ଥିତ ରହିଥିଲେ। ଏହି ରିପୋର୍ଟ ଆଧାରରେ କନ୍ଧମାଳ ଜିଲାପାଳ ୧୯ ରେ ସରପଞ୍ଚ ପଦବୀରୁ ଚନ୍ଦ୍ରିକା ମଲିକଙ୍କୁ ପଦାଚ୍ୟୁତ କରିବା ସହ ନାଏବ ସରପଞ୍ଚ ଦୀପକ ପ୍ରଧାନଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରିବାକୁ ଚିଠିରେ ନିର୍ଦ୍ଦେଶ ରହିଥିଲା। ନିର୍ଦେଶ କ୍ରମେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି ଦୀପକ ପ୍ରଧାନ I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0