।। ଚନ୍ଦ୍ରପୁର ତହସିଲଦାର ଓ ଆରଆଇ ଙ୍କ ଚଢ଼ାଉ ୭ଟି ଟ୍ରାକ୍ଟର ଧରି ଜରିମାନା ଆଦାୟ ।।

Oct 6, 2023 - 15:53
 0  217
।। ଚନ୍ଦ୍ରପୁର ତହସିଲଦାର ଓ ଆରଆଇ ଙ୍କ ଚଢ଼ାଉ ୭ଟି ଟ୍ରାକ୍ଟର ଧରି ଜରିମାନା ଆଦାୟ ।।

ମୁନିଗୁଡ଼ା ଚନ୍ଦ୍ରପୁର: ନ୍ୟିୟୁଜ୍ ତାରିଖ ୫/୧୦/୨୦୨୩ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ତହସିଲ ଦାରଙ୍କ ବାଲି ମାଫିଆଙ୍କ ଉପରେ ଚଢ଼ାଉ ତହସିଲଦାର ସୋରଜ ନାୟକ ବେହେରା ଓ ଆରଆଇ ଅନନ୍ତ ଶେଖର ବେହେରା ଙ୍କ ମିଳିତ ଉଦ୍ୟମରେ ରାତ୍ର ୮ ଘଷ୍ଟା ସମୟରେ ଭାଲିଆ ପଦର,ଡାଙ୍ଗସୋରଡା,ମାଦାପଦର, ତିନୋଟି ନଦୀର ବାଲି ବିନା ରୟଲଟି ରେ ମାଫିଆ ମାନେ ଵାଲି ଚୋରାଚାଲାଣ କରୁଥିବା ସମୟରେ ଚନ୍ଦ୍ରପୁର ତହସିଲ ଦାର ଧରପଗଡ କରିଥିଲେ।ଓ ୭ଟି ଟ୍ରାକ୍ଟର ଧରି ୫୭ ହଜାର ୫୦୦ ଟଙ୍କା ‌ଜରିମାନା ଆଦାୟ କରିଛନ୍ତି ଓ ଟ୍ରାକ୍ଟର ମାନଙ୍କୁ ଛାଡିଦେବା ସୂଚନା ମିଳିଛି।ଦୁଖ ଓ ପରିତାପର ବିଷୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲଗାଣ ବର୍ଷା ଲାଗିରହିଥିବା ସମୟରେ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ କିନ୍ତୁ ବର୍ଷା କମିଆସି ଥିବା ସମୟରେ ହିତାଧିକାରୀ ଘର କରିବା ପାଇଁ ଆଗ୍ରହୀ ଥିବା ସମୟରେ ବାଲି ପାଇଁ ଡହଳ ବିକଳ ହୋଉଥିବା ଜଣାପଡିଛି କାରଣ ଅଚାନକ ଟ୍ରାକ୍ଟର ଧରି ଫାଇନ୍ ପଡୁଥିବା କାରଣରୁ ଟ୍ରାକ୍ଟର ମାଲିକ୍ ହିତାଧିକାରୀଙ୍କୁ ଟ୍ରାକ୍ଟର ଦ୍ଵାରା ବାଲି,ପଥର ମେଟାଲ୍ ଚିପ୍ସ ଇତ୍ୟାଦି ସାମଗ୍ରୀ ଯୋଗାଇ ଦେବାପାଇଁ ମନାକରିବା ସହିତ କୌଣସି ସାମଗ୍ରୀ ଯୋଗାଇ ଦେବାପାଇଁ ଵୋଲି ମନାକରିଛନ୍ତି କାରଣ ବାରମ୍ବାର ଧରପଗଡ ହୋଉଥିବା ଟ୍ରାକ୍ଟର ମାଲିକ୍ ମାନେ କହିଛନ୍ତି। ଅତି କମ୍ ସମୟ ସୀମା ମଧ୍ୟରେ ଆବାସ ଗୃହ ର କାର୍ଯ୍ୟାଦେଶ ବଣ୍ଟନ କରି ଯଥାଶୀଘ୍ର ଗୃହ କରିବା ହିତାଧିକାରୀ ଙ୍କ ପାଇଁ କଷ୍ଟକର ହୋଇପଡିଛି। ଅଞ୍ଚଳ ଵାସୀ ସରକାର ଙ୍କୁ ନେବେଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯାହା ସାମଗ୍ରୀ ଆବଶ୍ୟକ ତାହା ହିତାଧିକାରୀ ଙ୍କ ପାଖକୁ ପହଞ୍ଚିଲେ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ର ଗୃହ କରିବା ସମ୍ଭବ ହୋଇପାରିବ ।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 1
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ