।। ଚନ୍ଦନପୁରରେ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି ।।

Aug 21, 2024 - 17:17
 0  193
।। ଚନ୍ଦନପୁରରେ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି ।।

ବରୀବ୍ଲକ ଅଧିନସ୍ଥ ଚନ୍ଦନପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମିଳିତ ଜନ ଶୁଣାଣି ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମିଳିତ ଜନ ଶୁଣାଳୀ ଶିବିରରେ ବରୀ ମଣ୍ଡଳ ଉନ୍ନୟନ ଅଧିକାରୀ ପଞ୍ଚାନନ ମଲ୍ଲିକ, ତହସିଲଦାର ସାଇ ଶ୍ରୀ ଲୋକନାଥ ସେଠି, ବରୀ ଥାନା ଅଧିକାରିଣୀ ସୁମତୀ କୁମାରୀ ମହାନ୍ତି, ଅତିରିକ୍ତ ଶିକ୍ଷା ମଣ୍ଡଳ ଅଧିକାରୀ ସୁରେନ୍ଦ୍ର ସାହୁ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରି ଲକ୍ଷ୍ମୀକାନ୍ତ ମହାରଣା, ବ୍ଲକ କୃଷି ଅଧିକାରୀ ସୀତା କାନ୍ତ ରାଉତ, ପ୍ରାଣି ଚିକିତ୍ସିକା ସୁଶ୍ରି ଦିବ୍ୟ ଦର୍ଶିନୀ, ଯୋଗାଣ ନିରୀକ୍ଷକ ସୂର୍ଯ୍ୟକାନ୍ତ ବେହେରା, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ବିଭୁତି ଭୂଷଣ ପଣ୍ଡାଙ୍କ ସମେତ ସମସ୍ତ ଲାଇନ ଡିପାର୍ଟମେଣ୍ଟ ଅଧିକାରି ଯୋଗଦେଇ ଥିଲେ।ଏହି ଜନ ଶୁଣାଣି ଶିବିରରେ ମୋଟ ୨୯୫ ଗୋଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥି ମଧ୍ୟରୁ ଯୋଗାଣ ବିଭାଗ ୨୮, ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ପାଇଁ ୧୭ଜଣ, ଶୌଚାଳୟ ୧୯, ପାନୀୟ ଜଳ ପାଇଁ ଜଣେ, ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଗୃହ ନିମନ୍ତେ ୨୨୮ଜଣ, କୃଷି ଭିତିକ କାର୍ଯ୍ୟ ପାଇଁ ୨ଜଣ ଆବେଦନ କରିଥିବାର ବ୍ଲକ ପ୍ରଶାସନ ତରଫରୁ ସୂଚନା ମିଳିଛି।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ