।। ଗ୍ୟାସ ସିଲିଣ୍ଡର ଫାଟି ଗୋଟିଏ ପରିବାର ର ଛଅ ଗୁରୁତର ।।

Feb 12, 2024 - 17:03
 0  29
।। ଗ୍ୟାସ ସିଲିଣ୍ଡର ଫାଟି ଗୋଟିଏ ପରିବାର ର ଛଅ ଗୁରୁତର ।।

ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ କାନୁଟ ଗାଁରେ କାଲି ଅପରାହ୍ନରେ ଗ୍ୟାସ୍‌ ସିଲିଣ୍ଡର ଫାଟି ୫ ମହିଳା ଓ ଜଣେ ପୁରୁଷ ଗୁରୁତର ହୋଇଛନ୍ତି। କାନୁଟ ଗାଁର ଉପରପଡ଼ାର ଏକ ପରିବାରର ୫ ଜଣ ମହିଳା ଏବଂ ଜଣେ ପୁରୁଷ ଟିଭି ଦେଖୁଥିବା ସମୟରେ ଗ୍ୟାସ୍‌ ସିଲିଣ୍ଡର ଫାଟିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ଆହତଙ୍କୁ ପ୍ରଥମେ କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନାକୁ ନେଇ ପ୍ରାଥମିକ ଚିକିତ୍ସା କରାଯାଇ ଥିଲା ପରେ ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ପରିବାର ଲୋକ ଙ୍କ ସୂଚନା ଅନୁସାରେ ଗ୍ୟାସଲିକ ଥିବା ଯୋଗୁଁ ଏଭଳି ଘଟଣା ଘଟିଥିବା କହିଲେ ପରିବାର ଲୋକ। ଗୁରୁତର ମାନେ ହେଲେ ମହେଶ୍ୱର ଅଦାବରିଆ, ଭାନୁମତୀ ଅଦାବରିଆ, ଦୂତ୍ତି ଅଦାବରିଆ, ଭୈରବୀ ଅଦାବରିଆ, ଭାଗ୍ୟ ଅଦାବରିଆ ଏବଂ ମାଳତୀ ବଗର୍ତ୍ତି। ସମସ୍ତଙ୍କୁ ବଲାଙ୍ଗୀର ରେ ଚିକତ୍ସା କରାଯାଉଥିବା ବେଳେ ଆବଶ୍ୟକ ହେଲେ ଆଇଜିଏଚ ହସ୍ପିଟାଲ କୁ ମଧ୍ୟ ସ୍ଥାନାନ୍ତର କରାଯିବନେଇ ସୂଚନା ଥିବା ବେଳେ ବଲାଙ୍ଗୀର ଟାଉନ୍ ପୋଲିସ୍ ପହଞ୍ଚି ପଚର ଉଚୁରା କରୁଥିବା ଦେଖିବାକୁ ମିଳିଛି ।

ବଲାଙ୍ଗୀର ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ