।। ଗାଙ୍ଗେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓଡିଶା ଉଦ୍‌ଯାପନୀ ଉତ୍ସବ ।।

Jan 31, 2024 - 17:50
 0  63
।। ଗାଙ୍ଗେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ  ନୂଆ-ଓଡିଶା ଉଦ୍‌ଯାପନୀ ଉତ୍ସବ ।।

ପଟ୍ଟାଙ୍ଗିସ୍ଥିତ ଗାଙ୍ଗେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ, ଯୁବ ଓଡିଶା, ନବୀନ ଓଡିଶାର ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି, ଗାଙ୍ଗେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ରାମକୃଷ୍ଣ ସାମଲଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ପଟ୍ଟାଙ୍ଗି ବିଧାୟକ ପିତମ ପାଢି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନୂଆ-ଓ କାର୍ଯ୍ୟକ୍ରମରେ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକର ଉଚ୍ଚ ପ୍ରଶଂସା କରିବା ସହିତ କହିଥିଲେ ନୂଆ- ଓ କାର୍ଯ୍ୟକ୍ରମ ଯୁବ ପିଢି ମନରେ ନୁତନ ଆଶା ସଞ୍ଚାର କରିପାରିଛି। ଏହିକାର୍ଯ୍ୟକ୍ରମ ମାଧ୍ୟମରେ କୋରାପୁଟର ପ୍ରତିଭା ସୁଦୁର ଭୁବନେଶ୍ୱରରେ ପ୍ରଦର୍ଶିତ ହୋଇପାରିବ । ସମ୍ମାନୀୟ ଅତିଥି ଭାବରେ ପଟ୍ଟାଙ୍ଗି ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ପାଙ୍ଗି, ପଟ୍ଟାଙ୍ଗି ପଞ୍ଚାୟତ ସମିତିର ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସୁକାନ୍ତ କୁମାର ପଟ୍ଟନାୟକ, ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ଟି ମିନତି, ପଟ୍ଟାଙ୍ଗି ସରପଞ୍ଚ ଶ୍ରୀମତି ଆଲମା ଫୁଲେ, ସମିତି ସଭ୍ୟ ଶ୍ରୀମତି ଶିବାନୀ ନାୟକ ଯୋଗଦେଇ ।ଗାଙ୍ଗେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ନୂଆ ଓଡିଶା କାର୍ଯ୍ୟକ୍ରମର ଭୁରିୟସି ପ୍ରଶଂସା କରିଥିଲେ। ଗତ ଡିସେମ୍ବର ୧୨ ତାରିଖରୁ ଆରମ୍ଭ ହୋଇଥିବା ନୂଆ ଓଡିଶାର ଏହି କାର୍ଯ୍ୟକ୍ରମକୁ ତିନିଗୋଟି ବିଭାଗ ଯଥା ସାମାଜିକ ସେବା, ସାସ୍କୃତିକ କାର୍ଯ୍ୟକ୍ରମ, ଏବଂ କ୍ରୀଡା ରେ ବିଭକ୍ତ କରାଯାଇଥିଲା। ଅଧ୍ୟାପିକା ରାଜଶ୍ରୀ ବିଶ୍ୱାଳଙ୍କ ନେତୃତ୍ୱରେ ସାମାଜିକ ସେବାରେ ସଡକ ସୁରକ୍ଷା ସଚେତନତା, ବାଲ୍ୟ ବିବାହ, ଅନ୍ଧବିଶ୍ୱାସ ଏବଂ ସ୍ୱାସ୍ଥ୍ୟ ସଚେତତା ତଥା ସ୍ୱାସ୍ଥ୍ୟପରୀକ୍ଷା ଆଦିକାର୍ଯ୍ୟକ୍ରମ ଗୁଡିକ ଅନୁଷ୍ଠିତ ହୋଇଥିଲା। ଅଧ୍ୟାପକ ବୈଲୋଚନ ରଣା ଏବଂ ଡେମୋନେଷ୍ଟ୍ରେଟର ସୁଧାଂଶୁ ଭୂଷଣ ଯେନା ଏହିକାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଅଧ୍ୟାପକ ଅଶୋକ ନାୟକଙ୍କ ନେତୃତ୍ୱରେ ସାସ୍କୃତିକ ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ ହୋଇଥିଲା ଅଧ୍ୟାପିକା ଯୋସ୍ନାମୟୀ ସାହୁ, ଲାଇବ୍ରେରିୟାନ ସଞ୍ଜୟ କୁମାର ପରିଡା ଏହିକାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଅଧ୍ୟାପକ ଡଃ ଶେଷଦେବ ବାରିକଙ୍କ ନେତୃତ୍ୱରେ କ୍ରୀଡା ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା କ୍ରୀଡା ଶିକ୍ଷକ ସୁକାନ୍ତ ଚନ୍ଦ୍ର ରାଉତରା ଏବଂ ଅନିଲ କୁମାର ଖିଲ୍ଲ ସହଯୋଗ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ସମସ୍ତ କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରଷ୍କାର ଟ୍ରଫି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରସଂଶା ପ୍ରତ୍ର ପ୍ରଦାନ କରାଯାଇଥିଲା। ସାସ୍କୃତିକ ପ୍ରତିଯୋଗିତାର ବାଳକ ବିଭାଗରେ ଧରମରାୟ ଖରା ଏବଂ ବାଳିକା ବିଭାଗରେ ସନ୍ତୋଷୀ ମୁଣ୍ଡଗାଡିଆଙ୍କୁ ଶ୍ରେଷ୍ଟ ପ୍ରତିଯୋଗି ଭାବରେ ପୁରସ୍କୃତ କରାଯାଇଥିଲା କ୍ରୀଡାରେ ବାଳକ ବିଭାଗରେ ଶ୍ରୀ ଗୋପାଳ ପାମିଆ ଏବଂ ବାଳିକା ବିଭାଗରେ କୁମାରୀ ପାରାମା ଖିଲ୍ଲଙ୍କୁ ଚମ୍ପିୟାନ ଭାବରେ ପୁରଷ୍କୃତ କରାଯାଇଥିଲା। ନୂଆ-ଓ କାର୍ଯ୍ୟକ୍ରମକୁ ନିରବଛିନ୍ନ ଭାବରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ କରିଥିବାରୁ ସାମ୍ବାଦିକ ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ଚୌଧୁରୀ, ମେଘା ଗୁଣ୍ଠା, ପ୍ରଶାନ୍ତ କୁମାର ଦାସ, ଶରତ କୁମାର ଧଳ, ଶଶଧର ରାଉତ ଏବଂ କୃଷ୍ଣଚନ୍ଦ୍ର ଗଲୋରୀଙ୍କୁ ସମ୍ମାନୀତ କରାଯାଇଥିଲା। ସମସ୍ତ ଅତିଥିମାନଙ୍କୁ ନୂଆ-ଓର ଟ୍ରଫି ଏବଂ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ କର୍ମଚାରୀ ମାନଙ୍କୁ ମୂଆ-ଓର ଟ୍ରଫି ଦେଇ ସମ୍ମାନୀତ କରାଯାଇଥିଲା। ରାଷ୍ଟ୍ରପତି ପୁରଷ୍କାରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଅଶୋକ କୁମାର ମହାନ୍ତି ମଞ୍ଚ ପରିଚାଳନା କରିଥିଲେ। ନୂଆ ଓଡିଶାର ଏହି କାର୍ଯ୍ୟକ୍ରମ ଗୁଡିକ ଗାଙ୍ଗେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂଆ-ଓ ର ନୋଡାଲ ଅଫିସର ଅଧ୍ୟାପକ ସରୋଜ ରଞ୍ଜନ ଭୂୟାଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ହୃଷିକେଶ ପ୍ରଧାନ, ମନୋଜ କୁମାର ଦାସ, ଅନିଲ କୁମାର ଖିଲ୍ଲ, ତୋଟାପାଡିଆ ଜିନୁ, ଫକିର ମୋହନ ପଣ୍ଡା, ଦଇମତୀ ଗୁଣ୍ଠା, ଗେମେଲ ଜଗନ୍ନାଥ ପ୍ରମୁଖ ସହଯୋଗ କରିଥିଲେ ।

 ପଟାଙ୍ଗି ରୁ କୃଷ୍ଣ ଗୋଲରୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର।

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ