।। ଗଟାଙ୍ଗି ସରକାରୀ ଆଶ୍ରମ ବିଦ୍ୟାଳୟକୁ ପ୍ରକୃତି ମିତ୍ର ପୁରସ୍କାର।।

Jun 6, 2023 - 20:59
 0  13
।। ଗଟାଙ୍ଗି ସରକାରୀ ଆଶ୍ରମ ବିଦ୍ୟାଳୟକୁ ପ୍ରକୃତି ମିତ୍ର ପୁରସ୍କାର।।

କନ୍ଧମାଳ,(କୋରାପୁଟ ପ୍ରଥମ ଖବର): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକର ଆଦିବାସୀ ଅଧୁଷିତ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ଗଟାଙ୍ଗି ସରକାରୀ ଆଶ୍ରମ ବିଦ୍ୟାଳୟକୁ ମିଳିଛି ପ୍ରକୃତି ମିତ୍ର ପୁରସ୍କାର l ଏହି ବିଦ୍ୟାଳୟ ରେ କାର୍ଯ୍ୟରତ ପ୍ରକୃତି ପ୍ରେମୀ ସହକାରୀ ଶିକ୍ଷକ ତୀର୍ଥବାସୀ ଘଡ଼ାଇ, ଯାହାଙ୍କର ନେତୃତ୍ୱ ରେ ବିଦ୍ୟାଳୟ ରେ ଫୁଲ ବଗିଚା, ଔଷଧ ବଗିଚା, କିଚେନ ଗାର୍ଡେନ, ନିକଟସ୍ଥ ଗ୍ରାମରେ ଚାରା ବଣ୍ଟନ, ନୂତନ ଜଙ୍ଗଲ ସୃଷ୍ଟି, ଲୋକ ମାନଙ୍କ ମଧ୍ୟରେ ସଚେତନତା, ଶକ୍ତି ସଂରକ୍ଷଣ, ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ ଭଳି ବିଭିନ୍ନ କାର୍ଯ୍ୟ କରି ସେ ଅନେକ ଅନୁଷ୍ଠାନ ପକ୍ଷରୁ ପ୍ରଶଂସାର ପାତ୍ର ହୋଇଛନ୍ତି l ଏହି ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳନ ଲୋକ ସେବା ଭବନ ଭୁବନେଶ୍ୱର ରେ ଆୟୋଜିତ ହୋଇଥିଲା l ଏହି ଉତ୍ସବରେ ବିଦ୍ୟାଳୟ ତରଫରୁ ପ୍ରକୃତି ମିତ୍ର ସହକାରୀ ଶିକ୍ଷକ ତୀର୍ଥବାସୀ ଘଡ଼ାଇ ଯୋଗଦେଇ ମାନ୍ୟବର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଙ୍କ ଠାରୁ " ପ୍ରକୃତି ମିତ୍ର " ପୁରସ୍କାର ମାନପତ୍ର ସହ କୋଡିଏ ହଜାର ଟଙ୍କାର ଏକ ଚେକ ଗ୍ରହଣ କରଛନ୍ତି l ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଘନଶ୍ୟାମ ପ୍ରଧାନ, ସମସ୍ତ କର୍ମଚାରୀ ,ବିଦ୍ୟାଳୟ କମିଟି, ଗ୍ରାମବାସୀ ଖୁସିବ୍ୟକ୍ତ କରିଛନ୍ତି l ଶ୍ରୀ ଘଡ଼ାଇ ଙ୍କ ନିକଟକୁ ବର୍ତ୍ତମାନ ବାଲିଗୁଡା ଜନସାଧାରଣ, ସ୍ଥାନୀୟ ପ୍ରଶାସନ ଓ ବୁଦ୍ଧିଜୀବୀ ଙ୍କ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି l ଏହି ପୁରସ୍କାର ପାଇ ଶ୍ରୀ ଘଡ଼ାଇଙ୍କୁ ଏଭଳି କାର୍ଯ୍ୟ କ୍ଷେତ୍ରରେ ଆଗାମୀ ଦିନରେ ନିଶ୍ଚୟ ଅଧିକ ଉତ୍ସାହ ପ୍ରଦାନ କରିବ ବୋଲି ନିଜ ବକ୍ତବ୍ୟ ରେ କହିଛନ୍ତି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ