।। ଖରିଆର ରୋଡ ରେଲୱେ ପରିସରରେ ଶିଶୁ ଓ ମାନବ ଚାଲାଣ ନିରୋଧୀ ଦିବସ ଅନୁଷ୍ଠିତ ।।

Jul 31, 2023 - 15:58
 0  111
।। ଖରିଆର ରୋଡ ରେଲୱେ ପରିସରରେ ଶିଶୁ ଓ ମାନବ ଚାଲାଣ ନିରୋଧୀ ଦିବସ  ଅନୁଷ୍ଠିତ ।।

ନୂଆପଡା :(କୋରାପୁଟ ପ୍ରଥମ ଖବର) ନୂଆପଡା ଜ଼ିଲ୍ଲା ଅନ୍ତର୍ଗତ ଖରିଆର ରୋଡ ରେଲୱେ ଷ୍ଟେସନ ପରିସରରେ ଶ୍ରମ ବାହିନୀ ସଙ୍ଗଠନ ଓ ଆଇ.ଜେ.ଏମ ଏବଂ ଆର.ପି.ଏଫ ମିଳିତ ଆନୁକୂଲ୍ୟରେ "ବିଶ୍ୱ ଶିଶୁ, ମହିଳା ଓ ମାନବ ଚାଲାଣ ନିରୋଧ ଦିବସ" ଅନୁଷ୍ଠିତ ହୋଇଯାଇଛି l ଏହି ଦିବସରେ ଶିଶୁ ମହିଳା ଓ ମାନବ ଚାଲାଣ ରୋକିବା ନେଇ ଏକ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଥିଲା l

ଉକ୍ତ ଅଭିଯାନରେ ରେଲୱେ ଆର.ପି.ଏଫ ରାହୁଲ କୁମାର ଏବଂ ଶ୍ରମ ବାହିନୀ ସଙ୍ଗଠନର ସମ୍ପାଦକ ସତ୍ୟବାନ ଗହୀର ଉକ୍ତ ଅଭିଯାନରେ ସାମିଲ ରହି ଲୋକମାନଙ୍କୁ କିପରି ମାନବ ଚାଲାଣରୁ ରକ୍ଷ୍ୟା ପାଇବେ ତାହା ବୁଝାଇଥିଲେ l ଷ୍ଟେସନ ପରିସରରେ ଯିବା ଆସିବା ଯାତ୍ରୀମାନେ ଓ ସହରର ନାଗରିକ ମାନେ ଏହି ଦସ୍ତଖତ ଅଭିଯାନରେ ସାମିଲ ହୋଇ ସମାଜରେ ହେଉଥିବା ଏହି ଅପରାଧ କିପରି ରୋକା ଯାଇ ପାରିବ ତାହା ଏହି ଦସ୍ତଖତ ମାଧ୍ୟ୍ୟମରେ ସମାଜକୁ ଏକ ପ୍ରେରଣା ଶୃଷ୍ଟି କରିଛି l ଅଭିଯାନର ମୂଳ ଲକ୍ଷ୍ୟ ହେଲା ଦେଶ ତଥା ଭିବିନ୍ନ ରାଜ୍ୟରେ ନିର୍ମାଣ କାର୍ଯ୍ୟ ଅହରହ କରାଯାଉଛି l

ଏହାବ୍ୟତୀତ ଶତାଧିକ ଘରୋଇ ଓ ବେସରକାରୀ ସଂସ୍ଥାରେ ଲକ୍ଷ୍ୟାଧିକ ନିର୍ମାଣ ଶ୍ରମିକ କାମ କରୁଛନ୍ତି l ଏହା ସହ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସମସ୍ଥ ସୁବିଧା ଓ ସୁରକ୍ଷ୍ୟା ପାଇଁ ସରକାର ତତ୍ପର ହେଉଥିବାବେଳେ ସୁରକ୍ଷ୍ୟା ପାଇଁ ମଧ୍ୟ କଡା ନିୟମ ଲାଗୁ କରିଛନ୍ତି l ଶ୍ରମିକ ମାନେ ଦଲାଲ ମାନଙ୍କ ହାବୁଡ଼ରେ ପଡି କିଛି ପଇସା ଲୋଭରେ ପ୍ରଶାସନର ଅଜାଣତରେ ବାହାର ରାଜ୍ୟକୁ କାମ ଧନ୍ଦା ପାଇଁ ଯାଇଥାନ୍ତି ସେଠାରେ ସେମାଙ୍କୁ ନିର୍ଯ୍ୟାତନାର ଶିକାର ହେବାକୁ ପଡ଼ିଥାନ୍ତି l ଶ୍ରମିକ ମାନେ ଜ଼ିଲ୍ଲା ଶ୍ରମ ଅଧିକାରୀଙ୍କ ଠାରୁ ପ୍ରକୁତ ଲାଇସେନ୍ସ ପାଇଥିବା ଠିକାଦାରଙ୍କ ଠାରୁ ଅନୁମତି ନେଇଗଲେ ସହଜରେ ଶ୍ରମିକ ମାନେ ସରକାରଙ୍କ ଠାରୁ ସୁବିଧା ଓ ସୁଯୋଗ ପାଇପାରିବେ ବୋଲି କହିଥିଲେ l ଭାରତରେ ଅନେକ ଶିଶୁ ଓ ମହିଳା ଏବଂ ମାନବ ଚାଲାଣ ହେଉଥିବା ନଜରକୁ ଆସିଛି l ଦାଦନ ଶ୍ରମିକ ମାନେ ବାହାର ରାଜ୍ୟକୁ ଗଲେ ସେଠାରେ ଅନେକ ଅସୁବିଧାର ସମୁଖୀନ ହୋଇଥାନ୍ତି ତାହା ଶ୍ରମ, ଯୌନ ନିର୍ଯାତନା, ବିବାହ, ଭିକ୍ଷ୍ୟାବୃତି, କିମ୍ବା ଅପରାଧରେ ନିୟୋଜନ ପାଇଁ ସେମାନଙ୍କୁ ଚାଲାଣ କରାଯାଉଥିବା ବହୁ ସମୟରେ ସେମାନେ ଅକଥନୀୟ ନିର୍ଯାତନାର ଶିକାର ହୋଇଥାନ୍ତି ଏହି ସମ୍ପର୍କରେ ଶ୍ରମ ବାହିନୀ ସଙ୍ଗଠନର ସମ୍ପାଦକ ସତ୍ୟବାନ ଗହୀର ଏହି ଶିଶୁ ଓ ମହିଳା ଏବଂ ମାନବ ଚାଲାଣ କିପରି ରୋକାଯାଇପାରିବ ତାହା ଵୁଝାଇଥିଲେ l ଏହି ପରିପ୍ରେକ୍ଷୀରେ ଷ୍ଟେସନରେ ଥିବା ଅଟୋ ଚାଳକ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ଏହି ଦିବସକୁ ସଫଳ କରିବାରେ ସହଯୋଗ କରିଥିଲେ ପରେ ଷ୍ଟେସନରେ ଅଡିଓ ମାଧ୍ୟ୍ୟମରେ ମାନବ ଚାଲାଣ କିପରି ରୋକାଯିବ ତାହାର ଅଡିଓ ମଧ୍ୟ ବଜାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଶ୍ରମ ବାହିନୀ ସଙ୍ଗଠନ ଓ ଆଇ.ଜେ.ଏମ, ଏବଂ ଖରିଆର ରୋଡ ଆର.ପି.ଏଫ ଓ ଶତାଧିକ ନାଗରିକ ଏହି କାର୍ଯ୍ୟ କ୍ରମରେ ଯୋଗଦେଇଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ