ଖରିଆର ରୋଡ୍‌ରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିର ସୁରକ୍ଷିତ ସ୍ଥାନାନ୍ତର:ଓ ପୁନଃସ୍ଥାପନ ପାଇଁ ଖରିଆର ରୋଡ ଏନ.ଏ.ସି. କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ

Aug 26, 2026 - 20:11
 0  16
ଖରିଆର ରୋଡ୍‌ରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିର ସୁରକ୍ଷିତ ସ୍ଥାନାନ୍ତର:ଓ ପୁନଃସ୍ଥାପନ ପାଇଁ ଖରିଆର ରୋଡ ଏନ.ଏ.ସି. କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ

ଖରିଆର ରୋଡ୍‌ଠାରେ ବର୍ତ୍ତମାନ ଜାତୀୟ ରାଜପଥ ପ୍ରଶସ୍ତୀକରଣ ଓ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲୁ ରହିଛି। ଖରିଆର ରୋଡରେ ବିଜୁ ପଟ୍ଟନାୟକ ଛକଠାରେ ମହାନ ଜନନେତା ତଥା ବିଶିଷ୍ଟ ରାଜନେତା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି। ଜାତୀୟ ରାଜପଥ ପ୍ରଶସ୍ତୀକରଣ କାର୍ଯ୍ୟ ପାଇଁ ଏହି ପ୍ରତିମୂର୍ତ୍ତିକୁ ହଟାଇବାର ସମ୍ଭାବନା ଥିବାରୁ, ଏହାକୁ କୌଣସି ନିର୍ଦ୍ଦିଷ୍ଟ ଯୋଜନା ବିନା ହଟାନଯାଇ, ଏକ ଉପଯୁକ୍ତ ଓ ପ୍ରମୁଖ ସ୍ଥାନରେ ସୁରକ୍ଷିତ ଭାବେ ପୁନଃସ୍ଥାପନ କରିବାକୁ ବିଜେଡି ଦଳ ର ସଦସ୍ୟ ମାନେ ଆଜି ଖରିଆର ରୋଡ ଏନ.ଏ.ସି କାର୍ଯ୍ୟ ନିର୍ବାହୀ ଅଧିକାରୀ କୁରୁକ୍ଷେତ୍ର ନାଏକଙ୍କୁ ଏକ ଲିଖିତ ପତ୍ର ପ୍ରଦାନ କରିଛନ୍ତି l ଜାତୀୟ ରାଜପଥ ପ୍ରଶସ୍ତୀକରଣ କାର୍ଯ୍ୟ ସମାପ୍ତ ହେବା ପରେ ମଧ୍ୟ ବିଜୁ ପଟ୍ଟନାୟକ ଛକର ନାମ ଓ ପରିଚୟ ତଥା ବିଜୁ ବାବୁଙ୍କ ଗୌରବମୟ ଐତିହ୍ୟ ଯେପରି ସୁରକ୍ଷିତ ରହିବ, ପ୍ରଶାସନ ଏହା ନିଶ୍ଚିତ କରନ୍ତୁ ବୋଲି ଏହି ପତ୍ରରେ ଦର୍ଶାଯାଇଛି l ଲୋକମାନଙ୍କ ଭାବାବେଗ ଓ ବିଜୁ ପଟ୍ଟନାୟକଙ୍କ ଗୌରବମୟ ଐତିହ୍ୟକୁ ଦୃଷ୍ଟିରେ ରଖି, ପ୍ରତିମୂର୍ତ୍ତିକୁ କୌଣସି କ୍ଷତି ନକରି ସମ୍ମାନର ସହିତ ଶୀଘ୍ର ସ୍ଥାନାନ୍ତର କରି ପୁନଃସ୍ଥାପନ କରାଯାଉ। ଏହି ମାମଲାରେ ଆପଣଙ୍କ ତୁରନ୍ତ ହସ୍ତକ୍ଷେପ ଓ ଆବଶ୍ୟକ ପଦକ୍ଷେପ ନିମନ୍ତେ ଅନୁରୋଧ କରିଛନ୍ତି l ଏହି ଦାବି ପତ୍ର ସମୟରେ ନୂଆପଡା ବିଜେଡି ଦଳର ସଭାପତି ଅବନୀ ରଞ୍ଜନ ଯୋଶୀ, ରାଜେଶ ନିଗମ, ଭାନୁ ପ୍ରତାପ ସିଂ ମାଝୀ, ଚରନ ସିଂ ମାଝୀ, ଛକନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ l ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ