।। ଖରିଆର ରୋଡରେ ଜାତୀୟ ପ୍ରେସ ଦିବସ - 2023 ପାଳିତ ।।

Nov 17, 2023 - 15:30
 0  34
।। ଖରିଆର ରୋଡରେ ଜାତୀୟ ପ୍ରେସ ଦିବସ - 2023 ପାଳିତ ।।

ନୂଆପଡା : ଆଜି ସ୍ଥାନୀୟ ସାର୍ବଜନୀକ ଧର୍ମଶାଳା ଠାରେ କେ.ଥ୍ରୀ. ଟିଭି ଆନୁକୂଲ୍ୟରୁ ଜାତୀୟ ପ୍ରେସ ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷ୍l କର୍ମୀ ମନୋଜ ଡାଗାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ନୂଆପଡା ଜ଼ିଲ୍ଲା ସାମ୍ବାଦିକ ସଂଘ ସଭାପତି ଦେବାନନ୍ଦ ତାଣ୍ଡି ସମ୍ମାନୀତ ଅତିଥି ରୂପେ ଯୋଗଦାନ କରିଥିବାବେଳେ ଏକତା ମହିଳା ମଣ୍ଡଳର ନେହା ଡାଗା, ବିଶ୍ୱ ହିନ୍ଦୁ ପରିଷଦର ଖରିଆର ରୋଡ ମହିଳା ସଭାପତି ଶ୍ରୁତି ବାଜପାୟୀ ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ l ଏହି ଅବସରରେ ସ୍ଥାନୀୟ ତଥା ନୂଆପଡ଼ାରୁ ଆସିଥିବା ବରିଷ୍ଠ ସାମ୍ବାଦିକ ଉପସ୍ଥିତ ରହି ସମ୍ବାଦ ପରିବେଷଣରେ ପ୍ରେସର ସ୍ୱାଧୀନତା କିପରି ବଜାୟ ରହିବ ସେହି ବିଷୟରେ ଆସିଥିବା ଅତିଥିମାନେ ନିଜ ନିଜ ମତ ରଖିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଏବଂ ଜ଼ିଲ୍ଲାରୁ ଆସିଥବା ବରିଷ୍ଠ ସାମ୍ବାଦିକ ମାନଙ୍କୁ କେ.ଥ୍ରୀ. ଟିଭି ରତଫରୁ ସୀଲଡ଼ ସମ୍ମାନ ଦିଆଯାଇଥିଲା l ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଲୋକା ମହାପାତ୍ର, ସୁରେନ ତିୱାରୀ, ମନୋଜ ମିଶ୍ର, ରିତେଶ ରାଠୋର, ଦେବଦାସ ପlଢୀ, ବିଶ୍ୱନାଥ ସାମଲ, ଟି. ଦେବାଙ୍ଗନ, ବିଶୁ ବନଛୋର, ପୁଷ୍ପା ଦେବାଙ୍ଗନ, ଅନିଲ ତିୱାରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ସୁରେଶ ଆଚରୀ ଉପସ୍ଥିତ ରହି ମଞ୍ଚ ପରିଚାଳନା କରିଥିଲାବେଳେ ଅଭିଷେକ ଆଚରୀ ଧନ୍ୟବାଦ ଅର୍ପଣ କରିଥିଲେ ।

 ନୂଆପଡା ରୁ ବିଶ୍ୱନାଥ ସାମଲ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ