କୋରାପୁଟ ଓ ମାଲକାନଗିରି ଜିଲ୍ଲାର: ବିଭିନ୍ନ ଯୋଜନାର ସମୀକ୍ଷା କଲେ ରାଜ୍ୟପାଳ

Sep 11, 2025 - 18:47
 0  15
କୋରାପୁଟ ଓ ମାଲକାନଗିରି ଜିଲ୍ଲାର: ବିଭିନ୍ନ ଯୋଜନାର ସମୀକ୍ଷା କଲେ ରାଜ୍ୟପାଳ

କୋରାପୁଟ,୧୧।୯()ସ୍ଥାନୀୟ ସଦଭାବନା ସଭାଗୃହ ଠାରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ଯୋଜନାର କାର୍ଯ୍ୟକାରୀତାକୁ ନେଇ ରାଜ୍ୟପାଳ ଡ ହରିବାବୁ କମ୍ଭମପାଟି ସମୀକ୍ଷା କରିଥିଲେ। ବ୍ୟକ୍ତିଗତ ଓ ଗୋଷ୍ଠିଗତ ଜଙ୍ଗଲ ଜମି ପଟ୍ଟା ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରଦାନ କରାଯିବ। ଜଳ ଜୀବନ ମିଶନ କାର୍ଯ୍ୟକ୍ରମ ୨୦୨୬ ମସିହା ଡିସେମ୍ବର ମାସ ଶେଷ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତମାଳା ରାସ୍ତା ନିର୍ମାଣ ଆସନ୍ତାବର୍ଷ ୨୦୨୬ ମସିହା ମାର୍ଚ୍ଚ ମାସ ସୁଦ୍ଧା ଶେଷ ହୋଇଗଲେ କୋରାପୁଟ ଓ ବିଶାଖାପାଟଣା ସହର ମଧ୍ୟରେ ଦୂରତା କମିଯିବ ଏବଂ ଲୋକମାନେ ସୁବିଧାରେ ଯିବା ଆସିବା କରିପାରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।କୋରାପୁଟ ଜିଲ୍ଲାରେ ଶିଳ୍ପର ବିକାଶ ପାଇଁ ଅନେକ ସୁବିଧା ରହିଛି ।ଯାହାକୁ ଜିଲ୍ଲାପାଳ ଆଗେଇ ନେବେ ବୋଲି ସେ କହିଛନ୍ତି। ମାଲକାନଗିରି ଜିଲ୍ଲାର ସୀତାକୁଣ୍ଡ ଓ କୋରାପୁଟ ଜିଲ୍ଲାର ଦେଓମାଳି ପର୍ଯ୍ୟଟନ ସ୍ଥଳୀ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଅଟେ ବୋଲି ରାଜ୍ୟପାଳ ହରିବାବୁ କମ୍ଭମପାଟି ସାମ୍ୱାଦିକ ମାନଙ୍କ ସହ ଆଲୋଚନା ସମୟରେ କହିଛନ୍ତି।ସାମାଜିକ ସୁରକ୍ଷା ଯୋଜନାରେ ବ୍ୟାଙ୍କ ସମୂହ କିପରି କାର୍ଯ୍ୟ କରୁଛନ୍ତି ତାହାର ସମୀକ୍ଷା କରିଥିଲେ ବୋଲି ସେ କହିଛନ୍ତି ।ମୁଦ୍ରା ହିତାଧିକାରୀ ମାନଙ୍କ ସହ ମଧ୍ୟ ରାଜ୍ୟପାଳ ଆଲୋଚନା କରିଥିଲେ।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତାକୁ ନେଇ ଜିଲ୍ଲାପାଳ,ଏସପି ଏବଂ ବିଭାଗୀୟ ଅଧିକାରୀ ମାନଙ୍କ ସହ ସେ ଆଲୋଚନା କରିଥିଲେ। ରାଜ୍ୟପାଳଙ୍କ କମିସନର ତଥା ଶାସନ ସଚିବ ରୂପା ରୋସନ ସାହୁ, କୋରାପୁଟ ବିଧାୟକ ରଘୁରାମ ମାଛ, ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା,କୋଟପାଡ ବିଧାୟକ ରୁପୁ ଭତ୍ରା, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଡା. କେ.ବି.ସିଂ,କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ,କୋରାପୁଟ ଏସପି ରୋହିତ ବର୍ମା, ମାଲକାନଗିରି ଏସପି ବିନୋଦ ପାଟିଲ ଏଚ ଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ରାଜ୍ୟପାଳଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ଆଇଏଏସ ପ୍ରୋବେସନାରୀ ସନ୍ତୋଷ କୁମାର ପାତ୍ର,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର,ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା,କୋରାପୁଟ ବିଡିଓ ଦେବାଶିଷ ଗୌଡ,କୋରାପୁଟ ପୌର ପରିଷଦ ନିର୍ବାହୀ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ପ୍ରମୁଖ ଯୋଗଦେଇ ପରିଚାଳନା କରିଥିଲେ। ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଚାରି ଦିନିଆ କୋରାପୁଟ ଓ ମାଲକାନଗିରି ଗସ୍ତ ଶେଷ କରି ଆଜି ଅପରାହ୍ନରେ ଭୁବନେଶ୍ବର ଫେରି ଯାଇଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ