କୁରେବଗା ଠାରେ ଆଞ୍ଚଳିକ ଗୁଡ଼ି ଗଠିତ
ଝାରସୁଗୁଡା,୧୪।୧୨(ଫାଷ୍ଟ ନ୍ୟୁଜ ଓଡିଶା) ଷୋଡ ବଂଶୀୟ ଗଣ୍ଡ ସମାଜ ପକ୍ଷରୁ ଝାରସୁଗୁଡା ଜିଲ୍ଲା କୁରେବଗା ଠାରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଟିତ ହୋଇଯାଇଛି।କାର୍ଯ୍ୟକ୍ରମ ରେ ବିଭିନ୍ନ ଅଞ୍ଚଳରୁ ଜାତି ସମାଜର କର୍ମକର୍ତ୍ତା ଯୋଗ ଦେଇଥିଲେ। ଏ ଏଇ ଅବସରରେ କୁରେବଗା ଠାରେ ଏକ ଆଞ୍ଚଳିକ ଗୁଡି ଗଠନ ପ୍ରସ୍ତାବ ନୁମୋଦନ ହେବା ସହିତ ଭୀମ ଭୋଏରୋ ଗୁଡ଼ି ଆଞ୍ଚଳିକ କମିଟି ଦଳକି , ଝାରସୁଗୁଡ଼ା। ନାମରେ ଏକ ନୂତନ ଗୁଡ଼ି ଆରମ୍ଭ କରାଗଲା । ଏଥିରେ ସଭାପତି ଭାବେ ବିଦୁର ଚରଣ ନାଏକ,ଉପ ସଭାପତି ରତନ ମାଝୀ, ସଂପାଦକ ରବିନ୍ଦ୍ର ଧୁରୁଆ, କୋଷାଧ୍ୟକ୍ଷ ଶୁକାନ୍ତ ଧୁରୁଆ, ରାଜଦୂତ ଶୁଶାନ୍ତ ଭୋଇ, ଗୁଡ଼ି ପୂଜକ ସଂକୀର୍ତ୍ତନ ନାଏକ ଏବଂ ମିତ୍ରହରି ଧୁରୁଆ, ଗୁଡ଼ି ପରିଚାଳକ ସଂଜିତ ନାଏକ ଓ ପ୍ରକ୍ଷିତ ନାଏକ ଙ୍କୁ ମନୋନୀତ କରାଯାଇଛି। ନବ ଗଠିତ ଆଞ୍ଚଳିକ ଗୁଡିର କର୍ମକର୍ତ୍ତା ଗଣ ଜାତି ସମାଜର ବିଭିନ୍ନ ସମସ୍ୟା ଗୁଡିକ ଉପରେ ଯଥାସାଧ୍ୟ ସମାଧାନ ପାଇଁ ପ୍ରୟାସ ରତ ରହିବ ସହ ଅଞ୍ଚଳର ବିକାଶ ଦୃଷ୍ଟେ ଅନ୍ୟ ଗୁଡ଼ିର କର୍ମକର୍ତ୍ତା ଙ୍କ ସହିତ ସମନ୍ଵୟ ରଖି ଅନ୍ୟାନ୍ୟ ସମସ୍ତ ବିଷୟ ଗୁଡିକ ଉପରେ ଆଲୋଚନା କରି ଶୃଙ୍ଖଳିତ କରିବା ପାଇଁ ପ୍ରୟାସ ଜାରି ରଖିବେ ବୋଲି ମତ ପ୍ରକାଶ କରିଛନ୍ତି।
ଝାରସୁଗୁଡା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0