।। କାନ୍ଦୁଲଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷା ଦାନ ବାଧା ପ୍ରାପ୍ତ ।।

Aug 16, 2023 - 21:09
 0  78
।। କାନ୍ଦୁଲଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷା ଦାନ ବାଧା ପ୍ରାପ୍ତ ।।

କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବଣପାହାଣ ଘେରା ଦୁର୍ଗମ ଥୁଆମୂଳ ରାମପୁର ବ୍ଳକ ସିଲେଟ ଗ୍ରାମ ପଞ୍ଚାୟତ ଅଧିନସ୍ଥ କାନ୍ଦୁଳ ଗୁଡା ଗ୍ରାମ ଠାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ସମସ୍ୟା ଘେରରେ ଗତି କରୁଛି।

ଏଠାରେ କାର୍ଯ୍ୟରତ ଶିକ୍ଷକ ମାନଙ୍କ ବୈମାତୃକ କାର୍ଯ୍ୟ କଳାପ ଯୋଗୁଁ ଶିକ୍ଷାଦାନ ସମ୍ପୂର୍ଣ୍ଣ ରୂପେ ଭୁଷୁଡି ପଡିଛି। ନିୟମିତ ଭାବେ ଶିକ୍ଷକ ମାନେ ସ୍କୁଲ ଆସୁନଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଗ୍ରାମବାସୀ।

ଯାହାଫଳରେ ଏଠାରେ ଅଧ୍ୟୟନ କରୁଥିବା ନିରୀହ କମଳ ମତି ଛାତ୍ର ଛାତ୍ରୀ ମାନଙ୍କ ଭାଗ୍ୟ ଓ ଭବିଷ୍ୟତ ଅନ୍ଧାର ଆଡରେ ଠେଲି ହୋଇ ଯାଇଛି। ମଧ୍ୟାହ୍ନ ଭୋଜନ ବେଳେ ବେଳେ ଛାତ୍ର ଛାତ୍ରୀ ମାନଙ୍କୁ ଦିଆଯାଉନଥିବା ଅଭିଯୋଗ ହେଉଛି। ଶିକ୍ଷକ ବିଦ୍ୟାଧର କର, ଓ ଦଶରଥ ମାଝୀ ନାମକ ଏହି ଦୁଇ ଜଣ ଶିକ୍ଷକ ଏଠାରେ କାର୍ଯ୍ୟରତ ଭାବରେ କାମ କରୁଛନ୍ତି ସତ କିନ୍ତୁ ଦୁର୍ଭାଗ୍ୟର ବିଷୟ ଏମାନଙ୍କ ଅବହେଳା ହେତୁ ସ୍କୁଲ ଅଧିକାଂଶ ଦିନ ତାଲl ଝୁଲି ପଡିରହୁଥିବା ଜଣାପଡିଛି।

ମଦ ମାଂସ ର ଭୋଜି ଭାତ ଖାଇବା ପାଇଁ ମାସକୁ ବେଳେ ବେଳେ ଏହି ଶିକ୍ଷକ ମାନେ ଏଠାକୁ ଆସନ୍ତି ବୋଲି ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଏନେଇ ସି.ଆର.ସି.ସି. ନିଲମଣି ନାଏକ ଙ୍କୁ9078356234 ନମ୍ବର ଯୋଗାଯୋଗ କରାଯାଇଥିଲା କିନ୍ତୁ ସେ ସବୁ ଜାଣି ଶୁଣି ନଯାଣିଲା ପରି ଅଭିନୟ ରେ ଫୋନରେ କଥା ବର୍ତ୍ତା କରିଥିଲେ । ଏଠାରେ ସ୍ପଷ୍ଟ ଭାବରେ ଜଣାପଡ଼ିଛିଯେ ଦ୍ଵାୟୀତ୍ୟ ରେ ରହିଥିବା ସିଆରସିସି ଓ ବ୍ଳକ ଶିକ୍ଷା ଅଧିକାର ଙ୍କ ଅବହେଳା ହୁତୁ ଏହି ଶିକ୍ଷକ ମାନଙ୍କ ରାଜ୍ ଏହି ଗାଁ ରେ ଚାଲୁଥିବା ଚର୍ଚ୍ଚା ହେଉଛି। ଶୁଣିନିଅନ୍ତୁ ସି.ଆର.ସି. ସି.ଙ୍କ କୋଲ ରେକର୍ଡ l

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକ ଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ