।। କର୍ମୀଙ୍କ ଭରସା ତୁଟୁଛି "ହାତ" ରୁ ଧରୁଛନ୍ତି "ପଦ୍ମ" ,ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଲେ ଚାଚେର ମାଝୀ ।।

Feb 26, 2024 - 19:06
 0  136
।। କର୍ମୀଙ୍କ ଭରସା ତୁଟୁଛି  "ହାତ" ରୁ ଧରୁଛନ୍ତି "ପଦ୍ମ" ,ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଲେ ଚାଚେର ମାଝୀ ।।

ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ବିଭିନ୍ନ ଜନହିତକର ଯୋଜନାରେ ଆକୃଷ୍ଟ ହୋଇ କଳାହାଣ୍ଡି ଜିଲ୍ଲାର ଆଦିବାସୀ ଯୁବନେତା ଚାଚେର ମାଝୀ ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ଉପସ୍ଥିତିରେ ବିଜେପି ଦଳରେ ସାମିଲ ହୋଇଛନ୍ତି। ଶ୍ରୀମାଝୀ ତାଙ୍କ ସହ କର୍ମୀ ଶ୍ରୀଯୁକ୍ତ ହରିହର କୁମାର ରାଜେନ୍ଦ୍ର ମାଳି ପିତାମ୍ବର ପଟେଲ ରବୀନ୍ଦ୍ର କୁମାର ପ୍ରଧାନ ହାଡି ବନ୍ଧୁ ନାଏକ ଦାଶରଥି ନାଏକ ଗୁରୁ ବାରୁ ମାଝୀ ସମେତ ଶତାଧିକ ସମର୍ଥକଙ୍କ ସହିତ କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଶ୍ରୀ ଆର୍ତ୍ତତ୍ରାନ ମହାପାତ୍ର ଙ୍କ ଉପସ୍ଥିତ ରେ ଶ୍ରୀ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦ୍ଵାରା ପ୍ରଣୟନ କରାଯାଇଥିବା ମହିଳା ଙ୍କ ପାଇଁ ଉଜ୍ଵଳା, ପ୍ରଧାନମନ୍ତ୍ରୀ ଆବାସ, ସମସ୍ତଙ୍କୁ ଶୌଚାଳୟ, ମୁଦ୍ରା, ଜନଧନ, ମାଗଣା ରାସନ୍ ଓ ଅନ୍ୟାନ୍ୟ ଯୋଜନାର ସଫଳତାରେ ଅନୁପ୍ରାଣିତ ହୋଇ ବିଜେପି ଦଳରେ ଯୋଗ ଦେଇଥିବା ପ୍ରକାଶ କରିଛନ୍ତି। ଶ୍ରୀ ମାଝୀ ଲାଞ୍ଜିଗଡ଼ ଅଞ୍ଚଳର ଜଣେ ଜଣାଶୁଣା ବ୍ୟକ୍ତି ଓ ଏହି ବ୍ଳକ ଅନ୍ତର୍ଗତ ବସନ୍ତ ପୁର ପଞ୍ଚାୟତର ସରପଞ୍ଚ ଅଟନ୍ତି। ବିଜେପି ଦଳ ତାଙ୍କୁ ଦଳରେ ଗ୍ରହଣ କରିଥିବାରୁ ଆନନ୍ଦିତ ହେବା ସହିତ ଦଳ ପାଇଁ ଜଣେ ନିଷ୍ଠାବାନ ସଦସ୍ୟ ଭାବେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ନିଜ ପ୍ରତିକ୍ରିୟା ଦେଇଛନ୍ତି ।

ଥୁଆ ମୂଲ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ୍ କରା ପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ