କନ୍ଧମାଳ ଜିଲ୍ଲାରେ ପାଣକୁଳ ସମାଜର ବନ୍ଧୁ ମିଳନ

Mar 25, 2026 - 22:37
 0  4
କନ୍ଧମାଳ ଜିଲ୍ଲାରେ ପାଣକୁଳ ସମାଜର ବନ୍ଧୁ ମିଳନ

କନ୍ଧମାଳ:୨୫.୦୩/୦୨୬. କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡ଼ା ଶାଖା ଅଧିନରେ ଥିବା ପକାରୀ ପଞ୍ଚାୟତ ଅନ୍ତର୍ଗତ ସରୁପଡ଼ା ସାହି ଠାରେ ଅନୁଷ୍ଠିତ ହୋଇଥିବା ପାଣ କୁଳ ସମାଜ ସେବା ସମିତି ଉପଶାଖା ପକାରୀ ର ବାର୍ଷିକ ସାଧାରଣ ଅଧିବେଶନ ବନ୍ଧୁ ମିଳନ ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଉଦଯାପିନୀ ଅବସରରେ ଫିରିଙ୍ଗିଆ ବ୍ଲକ ପାଣ ସମାଜ ସେବା ସମିତି ସଭାପତି ଶ୍ରୀଯୁକ୍ତ ଚନ୍ଦ୍ରମୋହନ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଗୋଛାପଡ଼ା ଶାଖା ସଭାପତି ନିରଞ୍ଜନ ଦିଗାଲ, ଶାଖା ଉପସଭାପତି ଗୋବିନ୍ଦ ଦିଗାଲ, ଶାଖା ସମ୍ପାଦକ କେଶବ ଦିଗାଲ, ଶାଖା ସହ ସମ୍ପାଦକ ରାଜୁ ଦିଗାଲ,ଶାଖାର ବରିଷ୍ଠ ଉପଦେଷ୍ଟା ଶ୍ରୀ ଯୁକ୍ତ ଚକ୍ରପତି ଦିଗାଲ,ପକାରୀ ପାଣ କୁଳ ସମାଜ ସଭାପତି ଶ୍ରୀ ଯୁକ୍ତ ସଞ୍ଜୟ ଦିଗାଲ, ସମ୍ପାଦକ ବଳରାମ ଦିଗାଲ, ସହ ସମ୍ପାଦକ ଜନେକ ଦିଗାଲ,ପାଣ କୁଳ ସମାଜ ଯୁବ ବାହିନୀ ବାମନ ଦିଗାଲ,କୋଷାଦକ୍ଷ ସଞ୍ଜୟ ଦିଗାଲ ପୂର୍ବତନ ସଭାପତି ଅରୁଣ ଦିଗାଲ, ଉପଦେଷ୍ଟା କପିଶ୍ଵର ଦିଗାଲ,ପାଙ୍ଗାଉପରସାହି ପଞ୍ଚାୟତ ଉପଶାଖା ସଭାପତି ଦିଲୀପ ଦିଗାଲ,ରତଙ୍ଗ ପଞ୍ଚାୟତ ଉପଶାଖା ସଭାପତି ପାଉଲ ଦିଗାଲ, ପୂର୍ବତନ ଶାଖା ସମ୍ପାଦକ ମାଧବ ଦିଗାଲ, ଶାଖା କୋଷାଧ୍ୟକ୍ଷ ମହାନ୍ତି ଦିଗାଲ,ସ୍ଵତନ୍ତ୍ର ମୁଖ୍ୟବକ୍ତା ମିହିର ଦିଗାଲ ଯୋଗ ଦେଇଥିଲେ। ଦିନ ତମାମ ପାଣ କୁଳ ସମାଜ ର ବିଭିନ୍ନ ସମସ୍ୟା ଓ ତା'ର ସମାଧାନ ଉପରେ ଆଲୋଚନା କରାଯିବା ପରେ ଶୃଙ୍ଖଳିତ ସମାଜ ଗଠନ ସହ,ନିଶା ନିବାରଣ , ଶିକ୍ଷା ଉପରେ ଉପସ୍ଥିତ ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ମିହିର ଦିଗାଲ ଉପସ୍ଥିତ ପାଣ କୁଳ ସମାଜ କଲ୍ୟାଣ କମିଟିର ସମସ୍ତ ସଦସ୍ୟ ଙ୍କୁ ଆଧ୍ୟାତ୍ମିକ ଜ୍ଞାନ ସୁ ଶିକ୍ଷା ପ୍ରଦାନ ସହ ପ୍ରତ୍ୟେକ ପରିବାରରେ ନିଜର ପୁଅ ଝିଅ ଓ ପିତାମାତାଙ୍କୁ ଯତ୍ନ ନେବା ସହ ଦାୟିତ୍ଵ ନିର୍ବାହ କରିବାକୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଫିରିଙ୍ଗିଆ ବ୍ଳକ ର ୨୪ ଖଣ୍ଡ ପଞ୍ଚାୟତ ଉପଶାଖାର ଥିବା ବିଭିନ୍ନ ସମସ୍ୟା ଓ ସମାଧାନ ପାଇଁ ଆଲୋଚନା ପରେ ଗ୍ରାମ୍ୟ କମିଟିର ସଭାପତି ମାନଙ୍କୁ ନିଜ ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟା ଓ ସମାଧାନ ପାଇଁ ଆଲୋଚନା ପରେ ଗ୍ରାମ୍ୟ ସଭାପତି ମାନଙ୍କୁ ନିଜ ଅଞ୍ଚଳର ସ୍ବଜାତି ଲୋକଙ୍କୁ ପରିଚାଳନା କରିବା ନିମନ୍ତେ ଦାୟିତ୍ଵ ପ୍ରଦାନ କରାଯାଇଥିଲା। ଶାଖା ଯୁବ ସଂଗଠକ ସମ୍ପାଦକ ଅଶୋକ ଦିଗାଲ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗୋଛାପଡ଼ା ଶାଖାର ପକାରୀ ଉପଶାଖା ସରୁପଡ଼ା ଏବଂ ଗୋଛାପଡ଼ା ଶାଖାର ୧୦ ଗୋଟି ପଞ୍ଚାୟତ ର ସଭାପତି ନିରଞ୍ଜନ ଦିଗାଲ,ସଞ୍ଜୟ ଦିଗାଲ , ସଂକୀର୍ତ୍ତନ ଦିଗାଲ, ମୁକୁନ୍ଦ ଦିଗାଲ,ପତାନା ଦିଗାଲ,ଜଗା ଦିଗାଲ,ପୁରେନ୍ଦ୍ର ଦିଗାଲ, କାର୍ତ୍ତିକ ଦିଗାଲ ବଶିଷ୍ଠ ଦିଗାଲ, ରତ୍ନାକର ଦିଗାଲ, ଦୁର୍ଯ୍ୟୋଧନ ଦିଗାଲ, ବିଶ୍ଵନାଥ ଦିଗାଲ,ଜିବରଧନ ଦିଗାଲ, ତୁଷାର ଦିଗାଲ, ଲମ୍ବୋଦର ଦିଗାଲ ,ଯୁବ ସାମ୍ବାଦିକ ବ୍ରମରବର ନାୟକ,ମୃତ୍ୟୁଞ୍ଜୟ ଦିଗାଲ, ଓ ରାଜିବ କୁମାର ଦିଗାଲ, ଙ୍କ ସହ ଶାଖା ର ସମସ୍ତ କର୍ମକର୍ତ୍ତା ଓ ଅଞ୍ଚଳ ବାସି ସହଯୋଗ କରିଥିଲେ । ବାର୍ଷିକ ସାଧାରଣ ବୈଠକରେ ୨୪ ଖଣ୍ଡ ପଞ୍ଚାୟତ ର ହଜାର ହଜାର ସଂଖ୍ୟାରେ ପୁରୁଷ ଓ ମହିଳା ଯୁବକ ଯୁବତୀ ଯୋଗଦେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । କନ୍ଧମାଳ ଜିଲ୍ଲାରେ ପାଣ ଏକଜୁଟ କିପରି କରାଯିବ ସେହି ବିଷୟରେ ସମାଲୋଚନା କରାଯାଇଛି l

କନ୍ଧମାଳ ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ରଙ୍ଗନାଥ ବଡ଼ସେଟ୍ ଙ୍କ ରିପୋର୍ଟ first news odisha

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ