।। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ରେ ଗରିବ ବିଧବା ମହିଳା ଙ୍କ ପାଇଁ ଆବାସ ଘର ସାତ ସପନ ।।

May 19, 2024 - 15:27
 0  18
।। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ରେ ଗରିବ ବିଧବା ମହିଳା ଙ୍କ ପାଇଁ ଆବାସ ଘର ସାତ ସପନ ।।

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜାମାଲ ଗାଁ ରେ ଆବାସ ଘର ଦେବାରେ ପ୍ରଶାସନ ପାତର ଅନ୍ତର କରୁଥିବା ଅଭିଯୋଗ ହେଉଛି। ଭାରତ ସରକାର ପ୍ରତ୍ୟେକ ରାସନ୍ କାର୍ଡ ଧାରୀ ମାନଙ୍କୁ ଆବାସ ଘର ଦେବାପାଇଁ କୋଟି କୋଟି ଟଙ୍କା ପଠାଉଥିବା ବେଳେ ମୁରିବାହାଳ ବ୍ଲକ ତରଫରୁ ଯୋଗ୍ୟ ହିତାଧିକାରୀଙ୍କୁ ଦେବାରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି। ଯାହାର ଜଳନ୍ତା ଉଦାହରଣ ଦେଖିବାକୁ ମିଳିଛି। ମୁରିବହାଲ ବ୍ଲକ ଅନ୍ତର୍ଗତ ଗୁଡିଘାଟ ପଞ୍ଚାୟତ ର ବିଜାମାଲ ଗାଁ ର ୨ ଜଣ ବିଧବା ମହିଳା ଠାରେ। କଇଁ ତାଣ୍ଡି ବୟସ ୭୫ ଏବଂ ସୁଷମା ତାଣ୍ଡି ବୟସ ୩୦ । ସୁଷମା ତାଣ୍ଡି ଙ୍କ ୪ ଟି ଛୋଟ ଛୋଟ ଶିଶୁ ଥିବା ବେଳେ ଗୋଟିଏ ଭଙ୍ଗା କୁଡିଆ ଘର ଅଛି। ଖରା ଦିନେ ତ ଦୁଃଖ କଷ୍ଟରେ ଏହି ଘରେ ଚଳିଯାଆନ୍ତି। କିନ୍ତୁ ବର୍ଷା ଦିନେ ତାଙ୍କର ଦୁଇ ଗୁଣ ଦୁଃଖ ବଢିଯାଇଥାଏ। ବର୍ଷା ହେଲେ ଘରେ ପାଣି ଝରିପଡି ପୁରାପୁରି ପାଣି ଘରଭିତରେ ଜମିଯାଇଥାଏ। ରାତିରେ ଛୋଟ ଛୁଆ ମାନଙ୍କୁ ଧରି ପାଖ ପଡୋଶି ଙ୍କ ବାରଣ୍ଡାରେ ଆଶ୍ରୟ ନେଇଥାନ୍ତି। କିନ୍ତୁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ରେ ରାଜ୍ୟ ସରକାର ବିକାଶ ର ନାରା ନେଇ ନିର୍ବାଚନ ପ୍ରଚାର କରୁଥିବା ବେଳେ ଏ କି ପ୍ରକାର ବିକାଶ ହୋଇଛି, ଖାଲି ଠିକା ଦାର ଏବଂ ତାଙ୍କ କର୍ମୀ ମାନଙ୍କ ବିକାଶ ହେଉଛି ବୋଲି ଅଞ୍ଚଳ ବାସୀ ଙ୍କ ମଧ୍ୟରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି।,, ଏଠି ପ୍ରଶ୍ନ ଉଠୁଛି ଯେ , ଏ ଦୁଇ ବିଧବା ମହିଳା ଙ୍କ ନାମରେ ଆବାସ ଘର ଆସିଛି କିନ୍ତ, ଖାଲି କାଗପତ୍ରରେ,, ଏହାର ବଡ଼ ଧରଣ ର ତଦନ୍ତ୍ ହେବା ପାଇଁ ଗ୍ରାମ ବାସି ଅନୁରୋଧ କରିଛନ୍ତି,ଓ ଚେତାବନୀ ଦେଇଛନ୍ତି ଯଦି ଘର ପଡି କାହାର ମୃତ୍ୟୁ ହୁଏ ତେବେ ପ୍ରଶାସନ ଦାୟୀ ରହିବେ ।

 ମୁରିବାହାଲ ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୂଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ