।। କଣ୍ଟାବାଞ୍ଜି ଅଞ୍ଚଳରେ ବୃଦ୍ଧାକୁ ଗଣଦୁଷ୍କର୍ମ ଅଭିଯୋଗ -୩ ଅଟକ,ବହୁତ୍ ଲଜ୍ୟା ର ବିଷୟ ।।

Aug 26, 2023 - 21:43
 0  37
।। କଣ୍ଟାବାଞ୍ଜି ଅଞ୍ଚଳରେ ବୃଦ୍ଧାକୁ ଗଣଦୁଷ୍କର୍ମ ଅଭିଯୋଗ -୩ ଅଟକ,ବହୁତ୍ ଲଜ୍ୟା ର ବିଷୟ ।।

ବଲାଙ୍ଗିର ଜିଲ୍ଲା ,କଣ୍ଟାବାଞ୍ଜି ଥାନା ଡ଼ୁମେରଚୁଆଁ ଅଞ୍ଚଳରେ ୬୦ବର୍ଷୀୟ ବୃଦ୍ଧା ରୂପେ ତାଣ୍ଡି ଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି ।

ଏ ନେଇ ବୃଦ୍ଧାଙ୍କ ପୁଅ କଣ୍ଟାବାଞ୍ଜି ଥାନା ରେ ଦେଇଥିବା ଅଭିଯୋଗ ଅନୁସାରେ ଗତକାଲି ରାତିରେ ୪ଜଣ ଯୁବକ ଉକ୍ତ ବୃଦ୍ଧା କୁ ଦୁଷ୍କର୍ମ କରିଥିବା ସହ ମାଡ଼ ମାରିଛନ୍ତି ।

ତେବେ ରାତି ଶୋଇବା ସମୟ ରେ ଏହି ଘଟଣା ଘଟି ଥିବା ବେଳେ ଗାଁ ର ହିଁ ଯୁବକ ଏଥିରେ ସାମିଲ ଥିବା ଜଣାପଡିଛି ।ବର୍ତମାନ ବୃଦ୍ଧା ଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେ କଣ୍ଟାବାଞ୍ଜି ଡାକ୍ତରଖାନା ରେ ଚିକିତ୍ସାତ ହେଉଛନ୍ତି l ତେବେ ଏହି ମାମଲା ରେ କଣ୍ଟାବାଞ୍ଜି ପୋଲିସ ଦୁଷ୍କର୍ମ ଅଭିଯୋଗରେ କଣ୍ଟାବାଞ୍ଜି ଥାନା ରେ ୩ ଯୁବକକୁ ଅଟକ ରଖି ତଦନ୍ତ କରୁଛି ପୁଲିସ। ସେପଟେ ପରିବାର ବର୍ଗ ଏହି ଯୁବକ ମାନଙ୍କୁ ଫାଶୀ ଦିଆଯାଉ ବୋଲି ମଧ୍ୟ ଦାବି କରୁଛନ୍ତି ।

 କଣ୍ଟାବାଞ୍ଜି ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ