।। କଂସାରୀଗୁଡ଼ା ପ୍ରକଳ୍ପର ଶୁଭାରମ୍ଭ ନିଯୁକ୍ତି ପାଇବେ ୪ ହଜାର ଲୋକ ।।

Dec 24, 2023 - 18:48
Dec 24, 2023 - 21:14
 0  20
।। କଂସାରୀଗୁଡ଼ା ପ୍ରକଳ୍ପର ଶୁଭାରମ୍ଭ ନିଯୁକ୍ତି ପାଇବେ ୪ ହଜାର ଲୋକ ।।

ଆଜି କଂସାରୀଗୁଡ଼ାର ଫୁଲଝୋବା ଠାରେ ୮ ହଜାର କୋଟି ଟଙ୍କା ବିନିଯୋଗରେ ଏକ ଆଲୁମିନିୟମ ପ୍ରକଳ୍ପ ଶୁଭ ଉଦ୍ଧଘାଟନ ହୋଇଯାଇଛି l ଏହି ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଥିବା ଦେଖିବାକୁ ମିଳିଛି l ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ପ୍ରକଳ୍ପର ସମସ୍ତ ସୂଚନା ପ୍ରଦାନ କରିଥିବା ବେଳେ ହିଣ୍ଡାଲକୋ କମ୍ପାନୀ ତରଫରୁ ପ୍ରକଳ୍ପର କାର୍ଯ୍ୟକାରି କିଭଳି ନିଯୁକ୍ତି ପାଇବେ ତାହା ଉପରେ ସୂଚନା ଦେଇଥିବା ଜଣାପଡ଼ିଛି । ସେହିପରି ଖଣି ଓ ଇସ୍ପାତମନ୍ତ୍ରୀ ପ୍ରତାପ ଦେବ ରାଜ୍ୟ ସରକାର ରାୟଗଡ଼ା ଓ କୋରାପୁଟ ଜିଲ୍ଲା ଅଞ୍ଚଳ ବାସୀ ଦାବି ମୁତାବକ ୮ ହଜାର କୋଟି ଟଙ୍କା ବିନିଯୋଗ ଉକ୍ତ ପ୍ରକଳ୍ପ ସ୍ଥାପନ କରିବା ସହ ପ୍ରାୟ ୪ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ନିଯୁକ୍ତି ଦିଆଯିବା ସହ ଲୁଗା କାରଖାନାକୁ ମଧ୍ୟ ୪ ହଜାର କୋଟି ବିନିଯୋଗ କରି ପ୍ରାୟ ୩ ହଜାର ମହିଳାଙ୍କୁ ନିଯୁକ୍ତି ଦେବା ପାଇଁ ସ୍ଥିର କରାଯାଇଥିବା ମନ୍ତ୍ରୀ କହିଥିଲେ। ଏହି ପ୍ରକଳ୍ପ ହେବାର ଖବର ପାଇ କଂସାରୀଗୁଡ଼ାର ଅଞ୍ଚଳ ବାସୀଙ୍କ ମନରେ ଖୁସୀର ଆଲୋକ ଦେଖାଦେଇଥିବା ଜଣାପଡ଼ିଛି l ଶେଷରେ SC/ST ଏବଂ ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା କଂସାରୀଗୁଡ଼ା ଫୁଲଝୋବା ଠାରେ ଉପସ୍ଥିତ ରହି ଅଞ୍ଚଳବାସୀଙ୍କ ତରପରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିବା ଦେଖିବାକୁ ମିଳିଛି l ଏହି ଅବସରରେ କୋରାପୁଟ ସାଂସଦ ଶ୍ରୀ ସପ୍ତଗିରି ଉଲ୍ଲାକା, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ରଘୁନାଥ ଗମାଙ୍ଗ, ମୈତ୍ରୀ କମ୍ପାନୀ ଚ୍ୟାୟରମ୍ୟନ୍ ଶ୍ରୀନିବାସ ରାଓ, ଲକ୍ଷ୍ମୀପୁର SDC ସଦସ୍ୟ ପାର୍ଦା କୁଲେସିକା ପୂର୍ବତନ କୋରାପୁଟ ସାଂସଦ ଝିନ୍ନ ହିକକା ପୂର୍ବତନ ବିଧାୟକ ଲକ୍ଷ୍ମୀପୁର କୈଳାସ ଚନ୍ଦ୍ର କୁଲେସିକା ,। କୋରାପୁଟ ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ ଏବଂ ଆଦିତ୍ୟ କମ୍ପାନୀର ଉପଦେଷ୍ଟା ଏସ୍.କେ ମିଶ୍ର ଓ ଆଦିତ୍ୟ କମ୍ପାନୀର ସଭାପତି ମେଜର ବେଗ୍ ପ୍ରମୁଖ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି l

 (କୋରାପୁଟ ଠାରୁ ଦେବେନ୍ଦ୍ର ଖିଲ ଙ୍କ ରିପୋର୍ଟ)

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ