।। କଂଗ୍ରେସ ସହିତ ବିଜେଡି ର ମଝି ରାସ୍ତାରେ ଫୁଲ ଫାଇଟ ।।

Mar 14, 2024 - 19:17
 0  69
।। କଂଗ୍ରେସ ସହିତ ବିଜେଡି ର ମଝି ରାସ୍ତାରେ ଫୁଲ ଫାଇଟ ।।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ରେ ଆଜି ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ର କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ପାଳନ କରାଯାଇଥିଲା । ଅନ୍ୟପକ୍ଷରେ ବିଜେଡି ନେତା ମାନେ କର୍ମିସମ୍ମିଲନି ରାଲୀ କରିଥିଲେ ହେଲେ କଂଗ୍ରେସ ଦଳର ପ୍ରଚୁର ପରିମାଣ ରେ ଲୋକେ ଆନନ୍ଦର ସହିତ ଜୟପାଟଣା ବ୍ଲକ୍ ଠାରୁ ପଦଯାତ୍ରା କରି କୃଷ୍ଣଚନ୍ଦ୍ର କ୍ଲୋବ୍ ପଡିଆ ଜୟପାଟଣା ଠାରେ ଏକତ୍ରିତ ହେଇଥିଲେ । ଫଳରେ ବିଜେଡି କର୍ମୀ ମାନେ ନିରାଶ ହେଇଥିଲେ । ବିଜେଡି ର ସହେ ଟଙ୍କିଆ ପେଟ୍ରୋଲ ମୋଟର ଦୁଇ ଚକିଆ ଗାଡ଼ି ଫେଲ ମାରିଥିଲା କଂଗ୍ରେସ ର ପଦଯାତ୍ରା ରେ । ଜନତାଙ୍କ ମନ ଟାଣିନେଲା କଂଗ୍ରେସ । ଏମିତି କଣ ବିଜେଡି ପାଖରେ କମି ରହିଲା ଯାହା ଫଳରେ ଜନତା ବିଜେଡି ଛାଡ଼ି କଂଗ୍ରେସ ପାଖରେ ହାତବଢେଇଲେ ତାହା ଲୋକଙ୍କ ମନରେ ଉଙ୍କି ମାରୁଛି। ଉକ୍ତ ସଭାରେ ଉପସ୍ଥିତ ଓଡ଼ିଶା ସମ୍ପାଦକ ଭାରପ୍ରାପ୍ତ ସମ୍ପାଦକ ହୁସେନ ଚୌଧୁରୀ, ଓଡ଼ିଶା ରାଜ୍ୟ ଉପସଭାପତି ନକୁଲ ନାଏକ, କୋରାପୁଟ ବିଧାୟକ ତାରା ପ୍ରସାଦ ବାହିନପତି, ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ, ଜିଲ୍ଲା ଉପସଭାପତି ପ୍ରକାଶ ଦୂରୀୟା, ଜିଲ୍ଲା ସାଧାରଣ ସମ୍ପାଦକ ମଦନ କୁମାର ପଣ୍ଡା, ଜିଲ୍ଲା କଂଗ୍ରେସ ସମ୍ପାଦକ ପ୍ରମିଳା , ବ୍ଲକ୍ ଯୁବ କଂଗ୍ରେସ ସଭାପତି ଅରକ୍ଷିତ କଣ୍ଟା, ଓଡ଼ିଶା ରାଜ୍ୟ ସାଧାରଣ ସମ୍ପାଦକ କେନ୍ଦ୍ରାପଡ଼ା ପ୍ରହରୀ ବେଣୁ ଦୁର୍ଗା, ବ୍ଲକ୍ ସଂଜଯୋକ ତରୁଣ କୁମାର ନାଏକ, ପୂର୍ବତନ ମନ୍ତ୍ରୀ/ବିଧାୟକ ବଳଭଦ୍ର ମାଝୀ ଏବଂ ପରିଚାଳକ ବ୍ଲକ୍ ସଭାପତି ଗଙ୍ଗାଧର ପାତ୍ର ସଭା ପରିଚାଳିତ କରିଥିଲେ ।

କଳାହାଣ୍ଡି ଜିଲ୍ଲା ରୁ ରଜନୀକାନ୍ତ ଶଗଡ଼ିଆଙ୍କ ସହ ବାବୁଲି ହରିଜନଙ୍କ ରିପୋର୍ଟ୍ କୋରାପୁଟ ପ୍ରଥମ ଖବର ।

What's Your Reaction?

Like Like 2
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ