ଓଡ଼ିଶା ଫୁଟବଲ୍ ସଂଘ ଦ୍ଵାରା ଗ୍ରୀଷ୍ମ କାଳୀନ କୋଚିଂ କେମ୍ପ ଆରମ୍ଭ

ନବରଙ୍ଗପୁର,( ରଞ୍ଜିତ ନାୟକ) ଚା: ୧୬.୦୫.୨୦୨୫ ରିଖ: ନବରଙ୍ଗପୁର ସହର ସ୍ଥିତ ସ୍ଥାନୀୟ ଷ୍ଟାଡିୟମ୍ ଠାରେ ଓଡିଶା ଫୁଟବଲ୍ ସଂଘ ଓ ନବରଙ୍ଗପୁର ଜିଲ୍ଲା କ୍ରୀଡା ସଂଘର ମିଳିତ ଆନୁକୁଲ୍ୟରେ ନବରଙ୍ଗପୁର ଜିଲ୍ଲାର ଫୁଟବଲ୍ ଖେଳାଳିଙ୍କ ପାଇଁ କୋଚିଂ କେମ୍ପ୍ ଆରମ୍ଭ ହୋଇଯାଇଛି ! ଏହି କାର୍ଯ୍ୟକ୍ରମର ଜିଲ୍ଲା କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ ମୁଖ୍ୟ ଅତଥିଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ କୋଚିଂ କେମ୍ପ ର ଶୁଭାରମ୍ଭ କରିଥିଲେ ! ଏହି କୋଚିଂ କେମ୍ପ ଦ୍ଵାରା ନବରଙ୍ଗପୁର ଜିଲ୍ଲାର ଫୁଟବଲ୍ ଖେଳାଳୀ ମାନେ ଉପକୃତ ହେବେ ବୋଲି କ୍ରୀଡା ସଂଘର ଉପ ସଭାପତି ଏମ. ବାଲା କୃଷ୍ଣ ରାଓ କହିଛନ୍ତି ! କ୍ରୀଡାବିତ୍ ଏବଂ ଖେଳ ପ୍ରେମୀଙ୍କ ପାଇଁ ଏହା ଏକ ଖୁସି ଏବଂ ଗର୍ବର ବିଷୟ ବୋଲି ବରିଷ୍ଠ ଏବଂ ପ୍ରାକ୍ତନ କ୍ରୀଡାବିତ୍ ମାନେ ମତବ୍ୟକ୍ତ କରିଛନ୍ତି ! ଏହି କୋଚିଂ କେମ୍ପରେ ବରିଷ୍ଠ ପ୍ରାକ୍ତନ ଫୁଟବଲ୍ ଖେଳାଳୀ ଦୂର୍ଯ୍ୟ ହରିଜନ, ଫିରଜ୍ ହିଆଲ , ଲାଲୁ ହରିଜନ ଏବଂ ରଇଲା ଭତରା କୋଚ୍ ଭାବରେ ଯୋଗ ଦେଇ କ୍ରୀଡାବିତ୍ ମାନଙ୍କୁ ଫୁଟବଲ୍ ସମ୍ପର୍କିତ ବିଭିନ୍ନ କୌଶଳ ପ୍ରଶିକ୍ଷଣ ଦେବେ ବୋଲି ସୂଚନା ପ୍ରାପ୍ତ ହୋଇଛି ! ଏହି ଦକ୍ଷତା ବିକାଶ ପ୍ରଶିକ୍ଷଣ କେମ୍ପ ରେ ଜିଲ୍ଲାର କୋଣ ଅନୁକୋଣ ପ୍ରାୟ ୪୦ରୁ ଉର୍ଦ୍ଧ ଖେଳାଳି ମାନେ ଯୋଗଦେଇଛନ୍ତି ! ସୂଚନା ଯୋଗ୍ୟ ଯେ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ଏହି ପ୍ରଶିକ୍ଷଣ ଦିବା ୬ ଘଣ୍ଟା ୩୦ ମିନିଟ ରୁ ୯ ଘଣ୍ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଉଛି ! ଉକ୍ତ ପ୍ରଶିକ୍ଷଣ ଶିବିରରେ ୮ ବର୍ଷରୁ ୧୫ ବର୍ଷର କମ୍ ଉଭୟ ବାଳକ ଓ ବାଳିକା ବର୍ଗ ର ଖେଳାଳୀ ଅଂଶ ଗ୍ରହଣ କରିଛନ୍ତି ଏବଂ ଏହା ଏକ ମାସ ଧରି ଚାଲିବ ବୋଲି ଜିଲ୍ଲା କ୍ରୀଡା ସଂଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି ! ସଂଘର ବରିଷ୍ଟ ସଦସ୍ୟ ଶଶାଙ୍କ ଶେଖର ବେହେରା ଏବଂ ରମେଶ ସାମନ୍ତରାୟ ଏହି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?






