।। ଓଟିଭି ଲୋଗୋକୁ ବ୍ୟବହାର କରି ପୁଣି ଭାଇରାଲ କରାଯାଇଛି ମିଥ୍ୟା ଖବର।।

Mar 31, 2023 - 06:47
 0  80
।। ଓଟିଭି ଲୋଗୋକୁ ବ୍ୟବହାର କରି ପୁଣି ଭାଇରାଲ କରାଯାଇଛି ମିଥ୍ୟା ଖବର।।

ଆସନ୍ତା ଏପ୍ରିଲ ୨ରୁ ରାଜ୍ୟରେ ସକାଳୁଆ ସ୍କୁଲ ହେବ ବୋଲି ଯେଉଁ ଖବର ଭାଇରାଲ୍ କରାଯାଉଛି, ତାର କୌଣସି ସତ୍ୟାସତ୍ୟ ନାହିଁ କିମ୍ବା ଚଳିତ ବର୍ଷ ସେଭଳି ଖବର ଓଟିଭିର କୌଣସି ପ୍ଲାଟଫର୍ମରେ ପ୍ରସାରିତ ହୋଇନାହିଁ! ଏପରିକି ଅଦ୍ୟାବଧି ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସେଭଳି କୌଣସି ନିର୍ଦ୍ଦେଶନାମା ଆସିନାହିଁ। କିନ୍ତୁ, କେହି ଜଣେ ଅସାମାଜିକ ବ୍ୟକ୍ତି ଓଟିଭିର ଲୋଗୋକୁ ବ୍ୟବହାର କରି କିମ୍ବା ପୁରୁଣା ଖବରକୁ ଆଣି ଭାଇରାଲ କରୁଛନ୍ତି! ଏଠାରେ ପୁଣି ଥରେ ଆମେ ସ୍ପଷ୍ଟ କରିଦେବାକୁ ଚାହୁଁଛୁ, ରାଜ୍ୟ ସରକାରଙ୍କ ପକ୍ଷରୁ ଅଦ୍ୟାବଧି ସେଭଳି କୌଣସି ଘୋଷଣା ହୋଇନାହିଁ କିମ୍ବା ଓଟିଭି ପକ୍ଷରୁ ବର୍ତ୍ତମାନ ପାଇଁ ସେଭଳି କୌଣସି ଖବର ପ୍ରସାରିତ ହୋଇନାହିଁ। ଏଭଳି ମିଥ୍ୟା ଖବର କରି ଭାଇରାଲ୍ କରିବା ଆଇନତଃ ଅପରାଧ ।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ