ଏ-୧ ରେ ମାଟ୍ରିକ୍ ଉତ୍ତୀର୍ଣ୍ଣ ଛାତ୍ରୀଙ୍କ କ୍ଷୀରୋଡଦ ଗୌନ୍ତିଆ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା

May 8, 2026 - 12:13
 0  52
ଏ-୧ ରେ ମାଟ୍ରିକ୍ ଉତ୍ତୀର୍ଣ୍ଣ ଛାତ୍ରୀଙ୍କ କ୍ଷୀରୋଡଦ ଗୌନ୍ତିଆ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା

କୋଲାବିରା, ୮ ।୫(ଫାଷ୍ଟ ନ୍ୟୁଜ ଓଡିଶା) : ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକ ସମାସିଙ୍ଘା କ୍ଷୀରୋଦ ଗୌନ୍ତିଆ ବାଳିକା ଇଜ ବିଦ୍ୟାଳୟ ଦ୍ୱାରା ପୂଜ୍ୟ ପୂଜାର ପରମ୍ପରା ଅନୁଯାୟୀ ଚଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଏ-୧ରେ କୃତକାର୍ଯ୍ୟ ଛାତ୍ରଙ୍କ ସମ୍ବର୍ଦ୍ଧିତ କରାଯାଇଛି । ଉତ୍ସବରେ ଜେଜି ବାଳିକା ଉଚ୍ଚ ବିଦ୍ୟାଳୟର ସଭାପତି ତଥା ଶୈକ୍ଷିକ ପରାମର୍ଶଦାତା ତୁଲାରାମ ସେନାପତିଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ କୋଲାବିରା ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରକାଶ ସାହୁ ଯୋଗ ଦେଇଥ‌ିବା ବେଳେ ମୁଖ୍ୟବକ୍ତା ଭାବରେ ଶିରିଆପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣଚନ୍ଦ ସାହୁ ସମ୍ମାନୀତ ଅତିଥି ଭାବରେ ପୂର୍ବତନ ସଂପଦକ ମଦନ ମୋହନ ପଟେଲ,ଉପଚେଷ୍ଟା ଗୌତମ ନାଏକ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିର୍ମିଲ ଚାନ୍ଦ ପ୍ରମୁଖ ଯୋଗ ଦେଇ କୃତୀ ଛତ୍ରିଙ୍କୁ ଫୁଲତୋଡା ଦେଇ ଓ ମିଠା ଖୁଆଇ ସମ୍ବର୍ଦ୍ଧିତ କରିବା ସହିତ କଠିନ ପରିଶ୍ରମ ଓ ଅଧ୍ୟବସାୟ ହିଁ ସଫଲତାର ଚାବି କାଠି ବୋଲି ମତ ପୋଷଣ କରିଥିଲେ । ଚଳିତ ବର୍ଷ କୋଲାବିରା ବ୍ଲକର ମାଟ୍ରିକ ପରୀକ୍ଷାର ପାସ ହାର ୯୯.୩୮ ପ୍ରତିଶତ ରହିଥ‌ିବା ବେଳେ କେବଲ କ୍ଷୀରୋଦ ଗୌନ୍ତିଆ ବାଳିକା ଉଚ୍ଚ ବିଦ୍ୟାଳୟର ୨୦ଜଣ ଛାତ୍ରୀ ଏ-୧ ଗ୍ରେଡରେ ଉନ୍ନୀତ ହୋଇ ଜିଲ୍ଲାରେ ରେକର୍ଡ କରିଛନ୍ତି । ଛାତ୍ରୀ ସ୍ବଗତିକା ସାହୁ ୫୬୬ ନମ୍ବର ୧୯୪.୩୩ ପ୍ରତିଶତ ରଖ୍ ବ୍ଲକ ଟଗର ହୋଇଛନ୍ତି ।ଛାତ୍ରି ସୌମିତ୍ରୀ ବାରିକ ୫୫୯ ମାର୍ଚ ସହ ୯୩.୧୭ ପ୍ରତିଶତ,ଛାତ୍ରୀ ଭୂମି ମିରିଗ ୫୫୬ ମାର୍ଚ୍ଚ (୯୨,୩୩)ପ୍ରତିଶତ,ଛାତ୍ରୀ ପ୍ରିସାପ୍ରଭା ପଟେଲ ୫୪୦ ମାର୍ଚ ସହ ୯୦ ପ୍ରତିଶତ ହାସଲ କରିଥିବା ବେଳେ ଅବଶିଷ୍ଟ ଛାତ୍ରୀ ଦିବ୍ୟଶ୍ରୀ ସାହୁ,ରୀନା ମାଝୀ,ପ୍ରିୟାସି ରାଣୀ ବଢାଇ,ସୋନାଲି ଭୋଇ,ଗାୟତ୍ରୀ ଭୋଇ,ଖୁସି ସାହୁ,ଦୀପା ଭାବନା,ଲିଜା ପ୍ରଧାନ,ପ୍ରତିକ୍ଷା ସାହୁ,ପ୍ରିୟା ସାହୁ,ପ୍ରତୀକ୍ଷା ସାହୁ,ସାଗରିକା ନାୟକ,ସାରୀ ସାହୁ ,ଶିଖି ଭୋଇ,ସୌମ୍ୟ ସୁଲଗ୍ନା ଭୋଇ,ପ୍ରିତିମୟୀ ପଟେଲ ପ୍ରମୁଖ ୯୦ ପ୍ରତିଶତରୁ ଅଧିକ ମାର୍ଜ ହାସଲ କରି ଏ-୧ ଗ୍ରେଡରେ କୃତକାର୍ଯ୍ୟ ହୋଇ ବିଦ୍ୟାଳୟ ତଥା ଅଂଚଳ ପାଇଁ ଗୌରବ ଆଣିଛନ୍ତି । କୋଲାବିରା ବ୍ଲକ ଅନ୍ତର୍ଗତ ୧୩ ଟି ଉଚ୍ଚ ବିଦ୍ୟାଳୟ ଏବଂ ଗୋଟିଏ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରୁ ମୋଟ ୬୯୯ ଜଣ ଛତ୍ରଛାତ୍ରି ଚଳିତ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ୬୯୬ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କେବଳ ସମାସିଂହା ସ୍ଥିତ କ୍ଷୀରୋଦ ଗୌନ୍ତିଆ ବାଳିକା ଉଚ୍ଚ ବିଦ୍ୟାଳୟର ୨୦ ଜଣ ଛାତ୍ରୀ ଏବଂ ଅନ୍ୟାନ୍ୟ ବିଦ୍ୟାଳୟ ମଧ୍ୟରେ ରଘୁନାଥପାଲି ଉଚ୍ଚ ବିଦ୍ୟାଳୟରୁ ଜଣେ ଓ ସଢାମାଲ ସରକାରୀ (ଏସଏସଡି) ଉଚ୍ଚ ବିଦ୍ୟାଳୟରୁ ମଧ୍ୟ ଜଣେ ମୋଟ ୨୨ ଜଣ ଛାତ୍ର ଛାତ୍ରୀ ଚଳିତ ବର୍ଷ ପରୀକ୍ଷାରେ ଏ-୧ ଗ୍ରେଡରେ ଉତିର୍ଣ ହୋଇଛନ୍ତି । ଗିରଧରଲାଲ ଭଳ ବିଦ୍ୟାଳୟ ବେଲପାହାଚର ପ୍ରଧାନ ଶିକ୍ଷକ ଶଚିନ୍ଦ୍ର ପଟେଲ ଏହି କାର୍ଯ୍ୟକ୍ରମରେ ମଂଚ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ପୁସ୍ତଭା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟତ୍ରୀ ଆଶାମଞ୍ଜରୀ ଚୌଧୁରୀ, ରଶ୍ମିରେଖା ପଟେଲ,ପୁଷ୍ପାଞ୍ଜଳି ପୁଜାରୀ ଅଂଜଳି ପଟେଲ,ମନୋଜ କୁମାର ମିର୍ଧା,ପ୍ରଶନ୍ନ ବଗାର, ପୁନନ୍ଦ ପଟେଲ,ଭୀଷ୍ମଦେବ ପଟେଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ସହଯୋଗ କରିଥିଲେ ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ