।। ଏସ. ଡି. ଓ. ଙ୍କ ସନ୍ଦେହ ଜଣକ ମୃତ୍ୟୁ ।।

ସନ୍ଦେହ ଜନକ ଭାବେ କ୍ୱାଟର ଭିତରୁ ମିଳିଲା ଜଳ ସମ୍ପଦ ବିଭାଗର SDOଙ୍କ ମୃତଦେହ । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମୁଖିଗୁଡ଼ା ଠାରେ । ମୃତ ଏସଡିଓ ରାୟଗଡ଼ା ଜିଲ୍ଲା ପାରଳାଖମୁଣ୍ଡିର ରଞ୍ଜିତ କୁମାର କର୍ଜି ବୋଲି ଜଣା ପଡ଼ିଛି । ଘଟଣା ସ୍ଥଳରେ ଜୟପାଟଣା ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି । ମୃତ ଦେହକୁ ଜୟପାଟଣା ଡାକ୍ତରଖାନାରେ ସବ ବ୍ୟବଚ୍ଛେଦ ପାଇଁ ରଖାଯାଇଛି । କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର
What's Your Reaction?






