ଏସଆଇଆର ପ୍ରକ୍ରିୟା ନେଇ ବ୍ଲକସ୍ତରୀୟ ସମୀକ୍ଷା ଓ ଭୋଟର ସଚେତନତା ଶିବିର ଅନୁଷ୍ଠିତ

Jun 9, 2026 - 19:37
 0  1
ଏସଆଇଆର ପ୍ରକ୍ରିୟା ନେଇ ବ୍ଲକସ୍ତରୀୟ ସମୀକ୍ଷା ଓ ଭୋଟର ସଚେତନତା ଶିବିର ଅନୁଷ୍ଠିତ

ମାଲକାନଗିରି, ୯/୬/୨୬: ମାଲକାନଗିରି ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ବ୍ଲକରେ ପ୍ରଶାସନିକ ସମୀକ୍ଷା ବୈଠକ ଏବଂ ସ୍ୱିପ୍ ଆନୁକୂଲ୍ୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ଏହି କ୍ରମରେ ୧୪୭ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ମାଥିଲି ବ୍ଲକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ତଥା ଇଆରଓ ଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ମାଥିଲି ବିଡିଓ-ତଥା-ଏଇଆରଓ ଏବଂ ସହକାରୀ କଲେକ୍ଟର ନିର୍ବାଚନ ଉପସ୍ଥିତ ରହି କାର୍ଯ୍ୟ ଅଗ୍ରଗତି ଯାଞ୍ଚ କରିଥିଲେ। ଅନୁରୂପ ଭାବେ, ଚିତ୍ରକୋଣ୍ଡା ବ୍ଲକରେ ମଧ୍ୟ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ବିଏଲଓ ଏବଂ ସୁପରଭାଇଜରମାନଙ୍କୁ ନେଇ ଏକ ବୈଠକ କରାଯାଇ ଏନୁମେରେସନ ଫର୍ମ ବଣ୍ଟନ, ସଂଗ୍ରହ ଏବଂ ଏହାର ଡିଜିଟାଇଜେସନ ପ୍ରକ୍ରିୟାର ସମୀକ୍ଷା କରାଯାଇଛି, ଯେଉଁଥିରେ ଚିତ୍ରକୋଣ୍ଡା ବିଡିଓ-ତଥା-ଏଇଆରଓ ଏବଂ ସମସ୍ତ ନିର୍ବାଚନ କର୍ମଚାରୀ ସାମିଲ ଥିଲେ।ଅପରପକ୍ଷେ, ୧୪୬ ମାଲକାନଗିରି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ମାଲକାନଗିରି ବ୍ଲକର ଏସଆଇଆର ୨୬ ପ୍ରକ୍ରିୟାର ଅଗ୍ରଗତି ନେଇ ଉପଜିଲ୍ଲାପାଳ ତଥା ଇଆରଓ ଏକ ସ୍ୱତନ୍ତ୍ର ସମୀକ୍ଷା କରିଛନ୍ତି। ଏହି ବୈଠକରେ ସମସ୍ତ ବିଏଲଓ, ସୁପରଭାଇଜର, କାର୍ଯ୍ୟରେ ପଛୁଆ ଥିବା ବିଏଲଓ ଏବଂ ସଂଶ୍ଳିଷ୍ଟ ଟ୍ୟାଗ୍‌ଡ ଅଧିକାରୀମାନଙ୍କୁ କାର୍ଯ୍ୟରେ ସୁଧାର ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଭୋଟରମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଭୋଟର ସଚେତନତା ଫୋରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଏସଆଇଆର ପ୍ରକ୍ରିୟା ପରିଚାଳନା, ଅନଲାଇନ ଏନୁମେରେସନ ଫର୍ମ ପୂରଣ ଏବଂ ୨୦୦୨ ଭୋଟର ତାଲିକାରୁ ସହଜରେ ନାମ ଖୋଜିବା ସମ୍ପର୍କରେ ବିସ୍ତୃତ ତାଲିମ ପ୍ରଦାନ କରିଛନ୍ତି। ଏହି ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲାରେ ଏକ ସ୍ୱଚ୍ଛ ଓ ସତେଜ ଭୋଟର ତାଲିକା ପ୍ରସ୍ତୁତ କରିବାରେ ବେଶ ସହାୟକ ହେବ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ