ଏଡ୍ସ ସଚେତନତା କାର୍ଯ୍ୟକ୍ରମ
ଝାରସୁଗୁଡ଼ା, ୦୮।୧୨(ଫାଷ୍ଟ ନ୍ୟୁଜ ଓଡିଶା) ମହିଳା ମହାବିଦ୍ୟାଳୟ ଝାରସୁଗୁଡ଼ା ଓ ବେଦାନ୍ତଙ୍କର ସଂଯୁକ୍ତ ଆନୁକୂଲ୍ୟରେ ମହିଲା ମହାବିଦ୍ୟାଳୟ ଝାରସୁଗୁଡା ଠାରେ ଏଡ୍ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଅଧ୍ୟକ୍ଷତା ରାଜନୀତି ବିଭାଗର ବିଭାଗାଧ୍ୟକ୍ଷା ଶ୍ରୀମତୀ ରେଣୁକା ପୁଜାରୀ କରିଥିଲେ। ଏହି ଅବସରରେ ଯୁବ ରେଡ୍ କ୍ରସର ଜିଲ୍ଲା ସମନ୍ୱୟକ ଶ୍ରୀ ସୁରେଶ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ବେଦାନ୍ତ ପକ୍ଷରୁ ଡ଼ଃ ଅଦ୍ୱିତୀୟ ବାରିକ ଓ ଅମିୟ କୁମାର ସାହୁ ବିଶିଷ୍ଟ ଅତିଥି ଭାବେ ଯୋଗଦାନ କରିଥିଲେ। ଅତିଥିମାନେ ତାଙ୍କର ଉଦ୍ବୋଧନରେ ଏଡ୍ସ/ଏଚଆଇଭି ପରି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ବିଷୟସମୂହ ସମ୍ପର୍କରେ ସଠିକ୍ ତଥ୍ୟ, ସଚେତନତା ଓ ସୁରକ୍ଷିତ ବ୍ୟବହାରର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ସେମାନେ ଏଡ୍ସ ସମ୍ପର୍କରେ ରହିଥିବା ଭ୍ରମ, ଅନ୍ଧବିଶ୍ୱାସ ଓ ସାମାଜିକ କଳଙ୍କୁ ଦୂର କରିବା ସହ ଯୁବ ମାନଙ୍କୁ ସଚେତନତା ଅଭିଯାନରେ ସକ୍ରିୟ ଭୂମିକା ନେବାକୁ ଆହ୍ୱାନ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ମହାବିଦ୍ୟାଳୟର ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା, ଯେଉଁଥିରେ ଉତ୍କୃଷ୍ଟ ପ୍ରଦର୍ଶନ ପ୍ରଦାନ କରିଥିବା ଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମର ସଂଚାଳନ ମହିଳା ମହାବିଦ୍ୟାଳୟ ଯୁବ ରେଡ୍ କ୍ରସ ସମନ୍ୱୟକ ଡ଼ଃ ସଂଘମିତ୍ରା ପୃଷ୍ଟି କରିଥିଲେ। ଶେଷରେ ଧନ୍ୟବାଦ ଜ୍ଞାପନ ସହ କାର୍ଯ୍ୟକ୍ରମର ସଫଳ ସମାପନ ଘଟିଲା। ଏହି ଅବସରରେ ଯୁବ ରେଡ୍ କ୍ରସର ଅନ୍ୟାନ୍ୟ ସମନ୍ୱୟକ ଡ଼ଃ ଫାତିମା ବି ଓ ଶ୍ରୀ ଗୋକୁଳ ନନ୍ଦ ସାହୁ, ସହିତ ମହାବିଦ୍ୟାଳୟର ଶ୍ରଦ୍ଧେୟ ଅଧ୍ୟାପକ ରେଣୁକା ପଟେଲ, ରେଶ୍ମା ଇକ୍କା, ସୁଷ୍ମିତା ସାହାନୀ ଓ ସରୋଜ ପଟେଲ ଉପସ୍ଥିତ ଥିଲେ।
ଝାରସୁଗୁଡାରୁ ସମୀର କୁମାର ପଟେଲଙ୍କ ରିପୋର୍ଟ (ଫାଷ୍ଟ ନ୍ୟୁଜ ଓଡିଶା)
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0