।। ଆସିକା ଟ୍ରକ ୟୁନିୟନ ପରିସରରେ ସଢକ ସୂରକ୍ଷା ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ।।

ଦେଶରେ ପ୍ରତି ମୁହୂର୍ତ୍ତରେ ସଡ଼କ ଦୁର୍ଘଟଣା ରେ ଅନେକ ଲୋକଙ୍କ ଜୀବନ ଯାଉଛି । ଗଞ୍ଜାମ ଜିଲ୍ଲାରେ ସଡ଼କ ଦୁର୍ଘଟଣା ର ହାର କିଛି କମ ନୁହେଁ । ପୁଣି ଆସିକା ରାଜପଥରେ ତ କିଛି ନା କିଛି ଦୁର୍ଘଟଣା ଘଟି ଲୋକ ମୃତ୍ୟୁବରଣ କରୁଥିବା ବେଳେ ଆଉ କିଛି ଲୋକ ଆହାତ ହେଉଛନ୍ତି । ଏହାର ମୂଖ୍ୟ କାରଣ ହେଉଛି ମଦ୍ୟପାନ କରି ଗାଡି ଡ୍ରାଇଭ କରି ବା।ଏହି ପରିପ୍ରେକ୍ଷୀରେ ଆସିକା ପୋଲିସ ଓ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ଙ୍କ ଦ୍ଵାରା ବହୁବାର ସଚେତନତା କାର୍ଯ୍ୟକ୍ରମ କରାଯାଇଛି । । ଏବେ ସଡ଼କ ସୁରକ୍ଷା ସପ୍ତାହ ପାଳନ ହେଉଥିବା ବେଳେ ଆସିକା ପୋଲିସ ଓ ସ୍ବେଚ୍ଛାସେବୀ ସଙ୍ଗଠନ ସଚେତନ ନାଗରିକ ମଞ୍ଚ ର ମିଳିତ ଉଦ୍ୟମରେ ବେଶ କିଛି ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇ ପୁରା ସପ୍ତାହ ବିଭିନ୍ନ ଗ୍ରାମ,ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ । ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରି ଥିଲେ ଆସିକା ବିଧାୟକା , ଭଞ୍ଜନଗର RTO ସଭେନ୍ଦୁ ରାୟ , ଆସିକା ଚିନି ଶିଳ୍ପ MD, ସାବିତ୍ରୀ ମହାବିଦ୍ୟାଳୟ ର ପୂର୍ବତନ ଅଧକ୍ଷ , ଆସିକା ଥାନା ଅଧିକାରୀ, ଆସିକା ଟ୍ରକ ୟୁନିୟନ ସଭାପତି ନିଗମାନନ୍ଦ ମହାନ୍ତି,ସମାଜ ସେବୀ ଷୁଳମଣୀ ବିଷୋୟୀ ସମସ୍ତ ଟ୍ରକ ମାଲିକ ଓ ଡ଼୍ରାଇଭର ଯୋଗ ଦେଇଥିଲେ।
ବ୍ୟୁର ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






