ଆମ୍ ଆଦମୀ ପାର୍ଟି ପଟାଙ୍ଗି ବିଧାନସଭା ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ
ଆମ୍ ଆଦମୀ ପାର୍ଟି ପଟାଙ୍ଗି ବିଧାନସଭା ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି, କୋରାପୁଟ ଜିଲ୍ଲାର ପାଞ୍ଚଟି ବିଧାନ ସଭାରେ ଏହିପରି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ପାଟାଙ୍ଗି ବିଧାନସଭା ଦାୟିତ୍ୱରେ ଥିବା ଆମ୍ ଆଦମୀ ପାର୍ଟି ନେତା ଶ୍ରୀ ରାମ ବେନିଆ ଙ୍କ ନେତୃତ୍ୱରେ ବହୁ
କର୍ମୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ, ଏବଂ କେନ୍ଦୀୟ ସହ ପ୍ରଭାରୀ ଶ୍ରୀ ଦିନେଶ କୁମାର ଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ବିଧାନସଭା ସ୍ତରୀୟ ସଂଗଠନ କିପରି ଆଗକୁ ଯିବ,କର୍ମୀମାନେ ଆମ୍ ଆଦମୀ ପାର୍ଟିର ନୀତିକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନ ଓ ପୌରନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରି ଓଡିଶାର ସବୁ ଜାଗାରେ ଆପ୍ ଆଣିବାକୁ ସେ ମତ ରଖିଥିଲେ, ଓଡ଼ିଶା ସାଂଗଠାନିକ ସମ୍ପାଦକ ତଥା ରାୟଗଡ଼ା ଜିଲ୍ଲା ସଭାପତି ଶ୍ରୀ ଜନ୍ମେଜୟ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସଭାକୁ ପରିଚଳନା କରିଥିଲେ ।କୋରାପୁଟ ରୁ ରୂପ ଖରା ଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0