।। ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ ।।

Apr 19, 2024 - 16:06
 0  19
।। ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ  ।।

ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ନୂଆପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ପ୍ରସ୍ତୁତି ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନୂଆପଡା ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଆୟୋଜିତ ବୈଠକରେ ନିର୍ବାଚନକୁ ଅବାଧ, ମୁକ୍ତ ଓ ଶାନ୍ତିପୂର୍ଣ୍ଣ ଭାବରେ କରିବାକୁ ଜିଲ୍ଲାପାଳ ହେମକାନ୍ତ ସାୟ, ଏସ୍‌ପି ଗୁଣ୍ଡାଲା ରାଘବେନ୍ଦ୍ର ରେଡ୍ଡୀ, ଏଡିଏମ-କମ-ଏଡ଼ିଇଓ ଭୀମସେନ ଶବର, ଉପ ଜିଲ୍ଲାପାଳ ସୁଭାଷ ଚନ୍ଦ୍ର ରାଇତା, ଯୋଗେନ୍ଦ୍ର ମାଝୀ, ଡେପୁଟି କଲେକଟର ଏସକେ ନସିମ, ଜ଼ିଲ୍ଲା ସୂଚନା ଅଧିକାରୀ ଅଜୟ କୁମାର ପଟ୍ଟନାୟକ ସାମ୍ବାଦିକ ସମିଳନୀରେ ଉପସ୍ଥିତ ଥିଲେ l ଜ଼ିଲ୍ଲାପାଳ ହେମକାନ୍ତ ସାୟ ଜିଲ୍ଲାରେ ମତଦାନ କେନ୍ଦ୍ରମାନଙ୍କରେ ପାନୀୟଜଳ, ଆସବାବପତ୍ର, ବିଦ୍ୟୁତ, ଦିବ୍ୟାଙ୍ଗମାନଙ୍କ ପାଇଁ ରାମ୍ପ, ଶୌଚାଳୟ, ପିଙ୍କ ବୁଥ, ହୋମ ଭୋଟିଂ, ବାଲାଟ ପେପର, ଭୋଟହାର ବୃଦ୍ଧି ଓ ନୂତନ ଭୋଟର ସଚେତନତା, ଇଭିଏମ୍ ଓ ଭିଭିପାଟ୍ ଉପରେ ଜନ ସଚେତନତା ଭିଡ଼ିଓ ସ୍କ୍ରିନ ମାଧ୍ୟମରେ ଆଲୋଚନା କରିଥିଲେ । ଆଦର୍ଶ ଆଚରଣ ବିଧି, ଖର୍ଚ୍ଚ ବିବରଣୀ ଓ ଅନ୍ୟାନ୍ୟ ଟିମର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥିଲେ । ଏହା ପରେ ଜିଲ୍ଲାରେ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ସୁରକ୍ଷା ଓ ପୁଲିସ ଅଧିକାରୀଙ୍କୁ ନେଇ ବୈଠକ କରିଥିଲେ । ବର୍ତ୍ତମାନ ନୂଆପଡା ଏବଂ ଖରିଆର ନିର୍ବାଚନ ମଣ୍ଡଳୀ କୁ ମିଶାଇ ୬୦୪ ଗୋଟି ବୁଥ ରହିଥିବାବେଳେ ଜ଼ିଲ୍ଲାରେ ଭୋଟରଙ୍କ ସଂଖ୍ୟା ୪୯୬୧୯୩ରହିଛି l ଛତିଶଗଡ଼ ସୀମାରେ ଅବୈଧ କାରବାରକୁ ରୋକିବା ଲାଗି ଚେକପୋଷ୍ଟ କରାଯାଇଛି । ମଦ, ଗଞ୍ଜେଇ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ, ଅବୈଧ ଟଙ୍କା କାରବାରକୁ ରୋକିବା ପାଇଁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଶ୍ରୀ ସାୟ କହିଥିଲେ । ସେହିଭଳି ସୋସିଆଲ ମିଡିଆ ମନିଟରିଂ, ମାଓ ନିୟନ୍ତ୍ରଣ ଉପରେ ସମୀକ୍ଷା ବିଷୟରେ ମଧ୍ୟ ଆନୁସଙ୍ଗିକ ପ୍ରସଙ୍ଗକୁ ସମୀକ୍ଷା ହୋଇଥିଲା । ଭୋଟରମାନେ ଯେଭଳି ସୁବିଧାରେ, ଶାନ୍ତିପୂର୍ଣ୍ଣ ଭାବରେ ମତଦାନ କରିବେ, ଏହାଉପରେ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି ବୋଲି ଶ୍ରୀ ସାୟ କହିଥିଲେ ।

 ନୂଆପଡାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ