।। ଅବ୍ୟବସ୍ଥା ଘେରରେ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି ତାରାପଦର ଗ୍ରାମବାସୀ ।।

Mar 12, 2024 - 22:31
 0  23
।। ଅବ୍ୟବସ୍ଥା ଘେରରେ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି  ତାରାପଦର  ଗ୍ରାମବାସୀ  ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳ ଆମପଦର ଗ୍ରାମ ପଞ୍ଚାୟତର ତାରାପଦର୍ ଗ୍ରାମରେ ନାହିଁ ନ ଥିବା ଅସୁବିଧାରେ ରହୁଛନ୍ତି ଗ୍ରାମବାସୀ। ନିର୍ବାଚନ ବେଳେ ସମସ୍ତ ଦଳୀୟ ପ୍ରାର୍ଥୀ ଆପଣାର ଲୋକ ଭଳି ମୂଖାପିନ୍ଧି ଭୋଟ ହାତେଇବା ପାଇଁ ମଧୁର ପ୍ରତିଶୃତି ମାନ ଦେଇଥାନ୍ତି । କିନ୍ତୁ କୌଣସି ପ୍ରତିଶ୍ରୁତି କାର୍ଯ୍ୟକାରୀ କରନ୍ତି ନାହିଁ । ଏଠି ଜନ ପ୍ରତିନିଧି ତ ଦୂରର କଥା ବ୍ଲକ୍ ସ୍ତରରୁ ଆରମ୍ଭ କରି ଗ୍ରାମ ପଞ୍ଚାୟତ ସ୍ତରୀୟ ସରକାରୀ କର୍ମଚାରୀ ମାନେ ମଧ୍ଯ ଏହି ଗ୍ରାମକୁ ଆସିବାକୁ କଷ୍ଟକର ହେଉଛି ବୋଧହୁଏ ତେଣୁ ଆସୁ ନାହାଁନ୍ତି । ଆଉ ଜିଲ୍ଳା ସ୍ତରୀୟ ଅଧିକାରୀଙ୍କ କଥା ନ କହିବା ଭଲ। ଏହି ଗ୍ରାମରେ ବିଜୁଳି ଖୁଣ୍ଟ ଗୁଡ଼ିକୁ ନେଇ ଥୋଇ ଦିଆଯାଇଛି କିନ୍ତୁ, ଗୋଟିଏ ହେଲେ ପୋତା ଯାଇନାହିଁ । ଗାଁ ଦାଣ୍ଡରେ ଆରାମରେ ପଡ଼ି ରହିଛନ୍ତି। କାହିଁ କେଉଁ କାଳରୁ ସୌର ଚାଳିତ (ସୋଲାର ) ଲାଇଟ୍ ଲାଗିଥିଲା ତାହା ଏବେ ଅଚଳ ଅବସ୍ଥାରେ ପଡ଼ି ରହିଛି। ସେହିପରି ପରିମଳ ବ୍ୟବସ୍ଥା ମଧ୍ୟ ଅତି ଶୋଚନୀୟ, ଗାଁର ପ୍ରବେଶ ଦ୍ଵାରରେ ଲାଗିଥିବା ସୂଚନା ଫଳକ (ବୋର୍ଡ)ରେ ବାହ୍ୟ ମଳମୁକ୍ତ ଗ୍ରାମ ବୋଲି ଲେଖା ଯାଇଛି ସତ କିନ୍ତୁ ଗୋଟିଏ ହେଲେ ଶୌଚାଳୟ ବ୍ୟବହାର ଯୋଗ୍ୟ ନୁହେଁ।ଲୋକେ ଏବେ ମଧ୍ୟ ଖୋଲା ପଡ଼ିଆରେ ମଳତ୍ୟାଗ କରୁଥିବା ଜଣାପଡେ। ସେହିପରି ବସୁଧା ଯୋଜନାର ଅବସ୍ଥା ମଧ୍ୟ ତଥୈବଚ , ବିଶୁଦ୍ଧ ପାନୀୟ ଜଳ ଏହି ଗ୍ରାମରେ ସ୍ଵପ୍ନ ପାଲଟି ଯାଇଛି । ବସୁଧା ଯୋଜନାର ସିନଟେକ୍ସ ପ୍ଲାଷ୍ଟିକ ଟାଙ୍କି ସହ ସୋଲାର ପ୍ୟାନେଲ ଲାଗିଛି କିନ୍ତୁ ଜଳ ଯୋଗାଇ ଦିଆଯାଇନାହିଁ । ଯାହା ଫଳରେ ଗ୍ରାମବାସୀ ଜମିର ଦୂଷିତ ଜଳ ପିଇବାକୁ ବାଧ୍ୟ ହେଉଛନ୍ତି, ଯଦ୍ବାରା ନାନାଦି ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳେ । ନବଜାତ ଶିଶୁ, ନାବାଳକ ଶିଶୁ ମାନଙ୍କ ଉନ୍ନତ ସ୍ଵାସ୍ଥ୍ୟର ଯତ୍ନ ପାଇଁ ଉଦ୍ଦିଷ୍ଟ ଗାଁ ରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରରେ ଅଙ୍ଗନବାଡ଼ି କର୍ମୀ ଅଛନ୍ତି କିନ୍ତୁ, ଅର୍ଦ୍ଧ ନିର୍ମିତ ସେଣ୍ଟର ଗୃହର ଛାତ ପଡିନି । ଗତ ୨ରୁ ୩ମାସ ହେବ ଏହି କେନ୍ଦ୍ରର ପରିଚାଳନା ପାଇଁ ଚାଉଳ ପହଞ୍ଚି ପାରୁନାହିଁ । ସେହିପରି ଗମନାଗମନ ପାଇଁ ଗାଁକୁ ଭଲ ରାସ୍ତାଟିଏ ମଧ୍ଯ ନାହିଁ । ଗାଁରେ ୬୦ ବର୍ଷ ବୟସରୁ ଅଧିକ ବୃଦ୍ଧ ବୃଦ୍ଧା ରହିଥିବା ସତ୍ତ୍ବେ ବାର୍ଦ୍ଧକ୍ୟ ଭତା ପାଇବାରୁ ବଞ୍ଚିତ ହେଉଛନ୍ତି। ଏପଟେ ସରକାର ରାଜ୍ୟରେ ଦୃତ ବିକାଶ ହେଉଥିବା ଡିଣ୍ଡମ ପିଟୁଥିବା ବେଳେ ଓଡ଼ିଶାର ତଥା ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ କିପରି ବିକାଶର ମୂଖ୍ୟ ଧାରାରୁ ବିଛିନ୍ନ ହୋଇପଡ଼ିଛି ତାହା ଯିଏ ଦେଖିବ ସିଏ ହିଁ ଏହାର ଅସଲ ଚିତ୍ର ଦେଖି ପାରିବ। ଜିଲ୍ଲା ପ୍ରଶାସନର ନିଦ କେବେ ଭାଙ୍ଗିବ ଏ ଅଞ୍ଚଳର ବିକାଶକୁ ଆଗେଇ ନେବାକୁ ତାହା କେବଳ ଦେଖିବାକୁ ବାକି ରହିଲା ।

 ଥୁଆ ମୂଲ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ୍ କରା ପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ