ଅବସର କାଳୀନ ସମ୍ବର୍ଦ୍ଧନା ସଭା

Mar 31, 2024 - 22:06
 0  29
ଅବସର କାଳୀନ ସମ୍ବର୍ଦ୍ଧନା ସଭା

ନୂଆପଡା : ନୂଆପଡା ସଦର ଟାନୱଟ କ୍ଳଷ୍ଟର ଅଧିନସ୍ଥ ଧାମନପୁରୀର ଶିକ୍ଷୟିତ୍ରୀ ଶ୍ରୀମତୀ ସବିତା ରଥ ଙ୍କୁ କ୍ଳଷ୍ଟର ସ୍ତରୀୟ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଉକ୍ତ ସମ୍ବର୍ଦ୍ଧନା ସଭାଟି ସିଆର୍ ସିସି ଶ୍ରୀ ହିରାଲାଲ ପଟେଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି । ଶ୍ରୀ ମନୋରଞ୍ଜନ ଶତପଥୀ, ସୁବ୍ରତା ଦାସ, ଦିନେଶ କୁମାର ପଟେଲ, ବିଶେଶ୍ୱର ପାଣିଗ୍ରାହୀ, ସଦାନନ୍ଦ କାରେ, ଲକ୍ଷ୍ମୀ ଚନ୍ଦ ମାଝୀ, ଜୟକୃଷ୍ଣ ସୁନାମୀ, ବନ୍ଦନା ପ୍ରଧାନ, ପୁଷ୍ପାଞ୍ଜଳି ଶବର ,ସାଲିକରାମ ମାଝୀ, କିଶନ ନାଏକ, ମାଧବ ମାଝୀ, ଅଶୋକ ପଟେଲ , ହରେନ୍ଦ୍ର ବାଗ,ସୁତିଖ୍ନ ଯୋଶୀ ସନ୍ତୋଷ କୁମାର ସାହୁ , ରଵି ନାଏକ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ଅନ୍ୟାନ୍ୟ ସଦସ୍ୟ ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଯାଇଛି । କାର୍ଯ୍ୟକ୍ରମରେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ ଶିକ୍ଷୟିତ୍ରୀ ସୁବ୍ରତା ଦାସ, ବିଦାୟୀ ଶିକ୍ଷୟିତ୍ରୀ ଙ୍କ ସୁଗୁଣ ବର୍ଣ୍ଣନା କରିଥିଲେ ଶିକ୍ଷକ ଶ୍ରୀଯୁକ୍ତ ମନୋରଞ୍ଜନ ଶତପଥୀ, ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ଶ୍ରୀଯୁକ୍ତ ଜୟକୃଷ୍ଣ ସୁନାନୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ଶ୍ରୀଯୁକ୍ତ ସଦାନନ୍ଦ କାରେ । ଉକ୍ତ ସମ୍ବର୍ଦ୍ଧନା ସଭାରେ ଗ୍ରାମବାସୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ fast news ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ