।। ଅଡ୍ରି ସରକାରୀ ୟୁ. ଜି ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ।।

Jan 16, 2024 - 21:11
 0  179
।। ଅଡ୍ରି ସରକାରୀ ୟୁ. ଜି ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ଅଡ୍ରି ର କ୍ରିକେଟ ପଡିଆ ଠାରେ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ରୀଡା ମଣିଷ ଜୀବନ ରେ ସୁସ୍ଥ ଓ ସୁନ୍ଦର କରିବାରେ ସାହାଯ୍ୟ କରେ l କଥା ଅଛି ସ୍ୱାସ୍ଥ୍ୟ ହିଁ ସମ୍ପଦ ତେଣୁ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହା ଏକ ପ୍ରୟାସ ଚାଲିଛି ଏବଂ ସଫଳତା ବି ମିଳୁଛି l ଉକ୍ତ କ୍ରୀଡା ଅବସରରେ ଅଡ୍ରି ଉଚ୍ଚ ବିଦ୍ୟାଳୟ ର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ରଶ୍ମିରଂଜନ ପଟ୍ଟନାୟକ,ଅଡ୍ରି ପି. ଏଚ. ସି. କର୍ଡିନେଟର ସଂଗ୍ରାମ ସାହୁ, ପରିଚାଳନା କମିଟି ସଦସ୍ୟ କୃଷ୍ଣ ଚନ୍ଦ୍ର ସାହୁ, ଶିକ୍ଷକ ଶିକ୍ଷୟିତ୍ରୀଯଥା. ଅଭିଳାଷ ନାଏକ (ପି. ଇ. ଟି )ଶ୍ରୀଧର ବେହେରା, ଗୋବିନ୍ଦ ବେହେରା, ତାରିଣୀସେନ ଭୋଇ,ସୌମ୍ୟକାନ୍ତ ସାହୁ, ଆଶିଷ କୁମାର ସ୍ୱାଇଁ, ରୀନା ପ୍ରଧାନ, ସୁରେନ୍ଦ୍ର ନାଏକ ସମେତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏବଂ ଅଭିଭାବକଉପସ୍ଥିତ ଥାଇ କ୍ରୀଡା ଉତ୍ସବକୁ ଖୁସି ର ସହ ପ୍ରତି ଯୋଗୀ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l କ୍ରୀଡା ଉତ୍ସବ ଦୁଇ ଦିନ ଧରି ଯଥା ତା 16/01/24ଠାରୁ ତା 17/01/24ରିଖ ହେବା କୁ ଥିବା ଆଜି ତା ର ପ୍ରଥମ ଦିନ l ଏଥିରେ ତେଇଶି ଗୋଟି ଯଥା,100,200ମିଟର ଦୌଡ଼, ଲମ୍ବଡ଼ିଆ, କବାଡି, ଚୌକି ବସା ଭୋଳି ତେଇଶି ଗୋଟି ପ୍ରତିଯୋଗିତା କରିବା ଆୟୋଜନ ହୋଇଛି l ଉକ୍ତ କାର୍ଯ୍ୟକ୍ରମ କୁ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ରଶ୍ମି ରଞ୍ଜନ ପରିଚାଳନା କରି ଥିବା ବେଳେ ଶିକ୍ଷକ ମାନେ ସହଯୋଗ କରିଥିଲେ l ସୂଚନା ମୁତାବକ ଆସନ୍ତା କାଲି 17/01/2024ରେ ଉତଯାପିତ ହେବ l

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like -3
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ