୯ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ଖପ୍ରାଖୋଲ ପୁଲିସ

Oct 29, 2023 - 21:39
 0  25
୯ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ଖପ୍ରାଖୋଲ ପୁଲିସ

ଖପ୍ରାଖୋଲ, ୨୮।୧୦ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ପୁଲିସ ଦ୍ୱାରା ୯ ଦାଦନ ଶ୍ରମିକକୁ ଉଦ୍ଧାର କରିଥିବା ଜଣାପଡିଛି । ଉଦ୍ଧାର ଶ୍ରମିକମାନେ ଖପ୍ରାଖୋଲ ଥାନା ଅନ୍ତର୍ଗତ ଚାଉଳବାଞ୍ଜି ଗ୍ରାମର ବୋଲି ପୁଲିସ ସେମାନଙ୍କର ପରିଚୟ ପାଇଛି । ଖପ୍ରାଖୋଲ ପୁଲିସ ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଶନିବାର ଦିନ ମଧ୍ୟାନ୍ନ ସମୟରେ ଖପ୍ରାଖୋଲ ନିକଟରେ ଥିବା ବଡଗୁର୍ଜିଭଟା ବ୍ରିଜ ନିକଟରେ ଜଗି ବସିଥିଲା ଏହି ସମୟରେ ଦାଦନ ଶ୍ରମିକମାନେ ଚାଉଳବାଞ୍ଜି ରୁ ଲାଠୋରକୁ ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଉଥିବାବେଳେ ଖପ୍ରାଖୋଲ ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲା । ସେହି ଶ୍ରମିକଙ୍କୁ ସ୍ଥାନୀୟ ଲାଠୋର ଗ୍ରାମର ଦାଦନ ସର୍ଦ୍ଧାର ବସନ୍ତ ଗୁରଲା(୩୬) କର୍ଣ୍ଣାଟକ ରାଜ୍ୟ ତେଲେଙ୍ଗାନାକୁ ବେଆଇନ ଦାଦନ ଶ୍ରମିକ ଚାଲାଣ କରୁଥିବା ଖପ୍ରାଖୋଲ ପୁଲିସ ପ୍ରକାଶ କରିଛି । ଏନେଇ ଖପ୍ରାଖୋଲ ଥାନା କେସନମ୍ବର ୧୯୯/୨୩ ଭାରତୀୟ ପେନାଲ କୋଟର ଧାରା ୩୭୦/୩୭୪/୪୨୦/୨୫ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଅଧିନିୟମ ଅନୁଯାୟୀ ଅଭିଯୁକ୍ତ ସର୍ଦ୍ଧାର କୁ କୋର୍ଟ ଚାଲାଣ କରାଯାଇଥିବା ସୁଚାନା ମିଲିଛି। ବାକି ୯ଜଣ ଶ୍ରମିକମାନଙ୍କ ମଧ୍ୟରୁ ୩ ଜଣ ମହିଳା ଏବଂ ୩ ଜଣ ଛୋଟ ଶିଶୁମାନଙ୍କୁ ନିଜ ନିଜ ଘରକୁ ପଠାଇ ଦେଇଥିବା ଥାନାଅଧିକାରୀ ରମାକାନ୍ତ୍ ସାହୁ ପ୍ରକାଶ କରିଛନ୍ତି । ଏଠି ପ୍ରଶ୍ନ ଉଠୁଛି ଯେ କାହିଁକି ଲୋକେ ଦାଦନ ଖଟି ଯାଉଛନ୍ତି , ରାଜ୍ୟ ସରକାରଙ୍କ ବିକାଶ ଗଲା କୁଆଡେ ଗଲା , ଯଦି ରାଜ୍ୟ ସରକାର ,କେନାଲ ବ୍ୟବସ୍ଥା ବା କମ୍ପାନୀ ଗୁଡ଼ିକ କରନ୍ତେ , ତା ହେଲେ ଲୋକେ , କାହିଁକି ଦାଦନ ଖଟିବାକୁ ବାହାର ରାଜ୍ୟ କୁ ଯିବାକୁ ବାଧ୍ୟ ହୁଅନ୍ତି ନାହିଁ ।

ବଲାଙ୍ଗୀର ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ