୬ ବର୍ଷ ବିତିଲା ସମ୍ପୁର୍ଣ୍ଣ ହେଲାନି ପୋଲ/ ପୋଲ ପାଇଁ ତିନି ଥର ଜିଲ୍ଲାପାଳ ଙ୍କୁ ଦାବି
ରାଇରଙ୍ଗପୁର ୧୦/୧୨(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା): ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ଚଢେଇପାହାଡି ପଂଚାୟତର ଭୀମକାନ୍ଧା ଗ୍ରାମର ମୁଣ୍ଡ ରେ ଆରମ୍ଭ ହୋଇଥିବା ପୋଲ ନିର୍ମାଣ ଆଜି ପର୍ଯ୍ୟନ୍ତ ଶେଷ ହୋଇପାରିଲା ନାହିଁ।ବିନା ଫଳକ ରେ କାମ ଚାଲିଛି।ଲୋକଙ୍କ ଦାବି ମୁତାବକ ୨୦୧୯ ରେ ପୋଲ ନିର୍ମାଣ କାର୍ଯ୍ୟ ହେଲା। ସ୍ଥାନୀୟ ଲୋକ କହିବାନୁସାରେ ଏହି ପୋଲ କାମ ଶେଷ ହୋଇଥିଲେ ଆଖପାଖର ଲୋକେ ସୁବିଧା ରେ ଗୋରୁମହିଷାଣୀ ବଜାର କୁ ଯାଇପାରନ୍ତେ। ଏନେଇ ଚଢେଇପାହାଡି ପଂଚାୟତର ସମିତି ସଭ୍ୟା କୁନି ସର୍ଦ୍ଦାରଏବଂ ପଂଚାୟତ ବାସୀ ବାମନଘାଟି ଉପଖଣ୍ଡସ୍ତରୀୟ ଯୁଗ୍ମ ଶୁଣାଣି ରେ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ଦେଇଇଛନ୍ତି l ଏନେଇ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା ପୋଲ ହୋଇ ନ ପାରିବା ଦୁର୍ଭାଗ୍ୟଜନକ ବୋଲି ଅଞ୍ଚଳବାସୀ କହୁଛନ୍ତି l
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0