।। ୫୦ ଲକ୍ଷ ଟଙ୍କାର ଗଚ୍ଛିତ ଗଂଜେଇ ଜବତ:ମାଫିଆ ଫେରାର ।।

May 2, 2024 - 12:00
 0  10
।। ୫୦ ଲକ୍ଷ ଟଙ୍କାର ଗଚ୍ଛିତ ଗଂଜେଇ ଜବତ:ମାଫିଆ ଫେରାର ।।

ମାଛକୁଣ୍ଡ ପୋଲିସ କୁ ସଫଳତା।୫୦୫ କେଜି ଗଚ୍ଛିତ ଗଂଜେଇ ଜବତ କଲା ପୋଲିସ।ସୂଚନା ଅନୁଯାୟୀ କୌଣସି ବିଶେଷ ସୂତ୍ର ରୁ ଖବର ପାଇ କୋରାପୁଟ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡିପିଓ ଙ୍କ ନେତୃତ୍ୱ ରେ ଏକ ଟିମ୍ ଗଠନ କରି ମାଛକୁଣ୍ଡ ଥାନା ଅଧୀନ ହନୁମାଳ ଗ୍ରାମ ନିକଟ କାଜୁ ଜଙ୍ଗଲ ରେ ପୋଲିସ ଚଢାଉ କରିଥିଲା। ଅନ୍ୟ ରାଜ୍ୟ କୁ ଚୋରା ଚାଲାଣ ପାଇଁ ରଖାଯାଇଥିବା ୧୫ ଟି ଜରି ବସ୍ତା ରେ ଗଛିତ ଗଂଜେଇ ରଖା ଯାଇଥିଲା।ସବୁ ଗଂଜେଇ କୁ ଜବତ କରି ଓଜନ କରିବାରୁ ୫୦୫ କେଜି ୨୦୦ ସହ ଗ୍ରାମ ଥିବାର ଜଣାପଡିଛି।ଘଟଣା ସ୍ଥଳରୁ ମାଫିଆ ମାନେ ଫେରାର ହୋଇ ଯାଇଥିବା ବେଳେ ଜବତ ଗଂଜେଇ ର ମଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି।ଜବତ ଗଂଜେଇ କିଏ ରଖିଥିଲା ଓ କେଉଁ ଠାକୁ ଚାଲାଣ ହେଇ ଥାଆନ୍ତା ତାକୁ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ନନ୍ଦପୁର ଏସଡିପିପ ସୂଚନା ଦେଇଛନ୍ତି।

ଲମତାପୁଟ ରୁ ସୁବାଷ ମାଳିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ