।। ୩୨ତମ ସର୍ବଭାରତୀୟ ୱାଇ.ଏମ.ସି କପ କ୍ରିକେଟ ୨୦୨୪, କେଏଫସି ରାୟପୁର କୁ ହରାଇ ଆଭାର ସମ୍ବଲପୁର ସେମିରେ ।।

Jan 5, 2024 - 12:06
 0  46
।। ୩୨ତମ ସର୍ବଭାରତୀୟ ୱାଇ.ଏମ.ସି କପ କ୍ରିକେଟ ୨୦୨୪, କେଏଫସି ରାୟପୁର କୁ ହରାଇ ଆଭାର ସମ୍ବଲପୁର ସେମିରେ ।।

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ମିନି ଷ୍ଟାଡିୟମ୍‌ ଠାରେ ୩୨ ତମ ସର୍ବଭାରତୀୟ ୱାଇ.ଏମ୍‌.ସି. କ୍ରିକେଟ୍ କପ୍ ଉଦଘାଟିତ ହୋଇଛି । ଉଦ୍‌ଘାଟନୀ ଦିବସରେ ୱାଇଏମ୍‌ସିର ପ୍ରତିଷ୍ଠାତା ସରୋଜ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମୁଖ୍ୟ ଅତିଥି, ନୂଆପଡ଼ା ଏସ୍‌.ପି ଜି.ଆର୍. ରାଘବେନ୍ଦ୍ର, ଖରିଆର ରୋଡ୍ ଏନ୍ଏସି ଅଧ୍ୟକ୍ଷା ସୋନିଆ ଜୈନ, ନୂଆପଡ଼ା ଏନ୍ଏସି ଅଧ୍ୟକ୍ଷ ମହମ୍ମଦ ଆଦମ, ନୂଆପଡ଼ା ଜିଲ୍ଲା କ୍ରୀଡ଼ା ଅଧିକାରୀ ଅଜୟ ପଟ୍ଟନାୟକ, ନୂଆପଡ଼ା କ୍ରିକେଟ ସଂଘ ସଭାପତି ପ୍ରକାଶ ସାହୁ, ୱାଇଏମ୍‌ସି ବ୍ଲକ୍ ସଭାପତି ବାପି ଦାସ ଓ ସମ୍ପାଦକ ତପନ ବଗର୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉଦଘାଟିନୀ ମ୍ୟାଚ ରେ ଗ୍ରୁପ-ଏ’ର ଆଭାର, ସମ୍ବଲପୁର ବନାମ କେ.ଏଫ୍‌.ସି, ରାୟପୁର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ରାୟପୁର ଦଳ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତ ନେଇଥିଲା। ୨୪.୧ ଓଭରରେ ସମସ୍ତ ୱିକେଟ୍ ହରାଇ ଦଳ ୧୫୫ ରନ୍ ସଂଗ୍ରହ କରିଥିଲା । ରାୟପୁରର ରିତ୍ ରାଜ ୪୯ ବଲ୍‌ରେ ସର୍ବାଧିକ ୭୫ ରନ୍, ରଚିତ ଗୋଓଙ୍ଗା ୧୭ ବଲ୍‌ରେ ୧୬ ରନ୍, ମୁକେଶ ଦଳେଇ ୧୬ ବଲ୍‌ରେ ୨୩ ରନ୍ ସଂଗ୍ରହ କରିଥିଲେ। ସମ୍ବଲପୁର ଦଳର ପ୍ରଶାନ୍ତ ଦାସ ୪ ଓ ଅବିନାଶ ନନ୍ଦ ୩ ୱିକେଟ୍ ନେଇଥିଲେ । ୧୫୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ସମ୍ବଲପୁର ଦଳ ପଡ଼ିଆକୁ ଓହ୍ଲାଇ ଥିଲା । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲେ ବି ଦଳ ପକ୍ଷରୁ ଶ୍ରେୟାଂଶ ପଣ୍ଡା ୫୦ ବଲ୍‌ରେ ୩୭ ରନ୍, ଅବିନାଶ ନନ୍ଦ ୩୩ ବଲ୍‌ରେ ୨୪ ରନ୍, ମୁକେଶ ଦଲାଇ ୧୬ ବଲରେ ୨୩ ରନ୍ ସଂଗ୍ରହ କରି ୨୮, ୪ ଓଭର୍‌ରେ ୨ ୱିକେଟ୍ ବିନିମୟରେ ବିଜୟ ହାସଲ କରି ଆଭାସ ସମ୍ବଲପୁର ଦଳ ସେମିଫାଇନାଲକୁ ପ୍ରବେଶ କରିଛନ୍ତି । ସେହିପରି ରାୟପୁର ଦଳ ପକ୍ଷରୁ ଦୀପାଂଶୁ ଶର୍ମା ୩, ଯଶପ୍ରୀତ ଓ ଆଦିତ୍ୟ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ସେହିପରି ସମ୍ବଲପୁର ଦଳର ପ୍ରଶାନ୍ତ ଦାସଙ୍କୁ ‘ମ୍ୟାନ୍ ଅଫ ଦି ମ୍ୟାଚ୍’ ପ୍ରଦାନ କରାଯାଇଥିଲା ।

ନୂଆପଡ଼ାରୁ ବିଶ୍ଵନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ