୨୨ରୁ ଠାରୁ ୫ତାରିଖ ପର୍ଯ୍ୟନ୍ତ ମୟୂରଭଞ୍ଜରେ ପାଳନ ହେବ ପାଣି ପଞ୍ଚାୟତ ପକ୍ଷ

Dec 17, 2024 - 20:14
 0  27
୨୨ରୁ ଠାରୁ ୫ତାରିଖ ପର୍ଯ୍ୟନ୍ତ  ମୟୂରଭଞ୍ଜରେ ପାଳନ ହେବ ପାଣି ପଞ୍ଚାୟତ ପକ୍ଷ

ବାରିପଦା:୧୬.୧୨.୨୦୨୪// ମୟୂରଭଞ୍ଜ ଜିଲ୍ଲାରେ ଜଳସଂପଦ ବିଭାଗ ପକ୍ଷରୁ ଆସନ୍ତା ୨୨ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ ପାଣି ପଞ୍ଚାୟତ ପକ୍ଷ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ପାଣି ପଞ୍ଚାୟତ ପକ୍ଷର ପ୍ରଥମ ପର୍ଯ୍ୟାୟରେ ମୟୂରଭଞ୍ଜ ଜିଲ୍ଲାରେ ଥିବା ବୃହତ୍‌, ମଧ୍ୟମ, କ୍ଷୁଦ୍ର ଏବଂ ଉଠା ଜଳସେଚନ ଅନ୍ତର୍ଭୁକ୍ତ ସମସ୍ତ ଜଳସେଚନ ଡିଭିଜନରେ ଡିଭିଜନ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏନେଇ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୟୂରଭଞ୍ଜ ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ ଇଂ ପରମେଶ୍ୱର ପାତ୍ରଙ୍କ ସୂଚନା ଅନୁଯାୟୀ, ଆଗାମୀ ଡିସେମ୍ବର ୨୯ ତାରିଖରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସଂପର୍କରେ ବିଭାଗ ତରଫରୁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଜଳ ପରିଚାଳନା କ୍ଷେତ୍ରରେ ପାଣି ପଞ୍ଚାୟତ ଓ କୃଷକମାନଙ୍କର ମୂଲ୍ୟବାନ ଯୋଗଦାନକୁ ସ୍ୱୀକୃତି ପ୍ରଦାନ କରିବାରେ ପାଣି ପଞ୍ଚାୟତ ପକ୍ଷ ସୁଯୋଗ ପ୍ରଦାନ କରିଥାଏ । ବିଭିନ୍ନ ଡିଭିଜନ ସ୍ତରରେ ଆରମ୍ଭ ହେବାକୁ ଥିବା ପାଣି ପଞ୍ଚାୟତ ପକ୍ଷ ପାଳନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମନ୍ତ୍ରୀ ସ୍ଥାନୀୟ ସାଂସଦ, ବିଧାୟକ, ନିର୍ବାଚିତ ପଞ୍ଚାୟତିରାଜ ତଥା ପୌରାଞ୍ଚଳ ଜନପ୍ରତିନିଧି ଏବଂ ବିଶିଷ୍ଟ ବ୍ୟକ୍ତି ତଥା ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ଉପସ୍ଥିତିରେ ପାଣି ପଞ୍ଜାୟତ ରଥକୁ ୨୨ ତାରିଖ ଦିନ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପତାକା ଦେଖାଇ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଏହି ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିତର୍କ, ପ୍ରବନ୍ଧ, ଚିତ୍ରାଙ୍କନ ଓ କୁଇଜ୍ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିସହିତ ଅନଲାଇନ କୁଇଜ ଓ ସଚେତନତାଧର୍ମୀ ରିଲସ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ ବୋଲି ଏହି ବୈଠକରେ ଆଲୋଚନା ହୋଇଥିଲା। ସେହିପରି ପାଣି ପଞ୍ଚାୟତ ସମବେଶ, ସୂଚନା, ଶିକ୍ଷା ଓ ଯୋଗାଯୋଗ, ଜଳର ସାମାଜିକ ବ୍ୟବହାରିକ ପରିବର୍ତ୍ତନ ଆଦି ସଂପର୍କିତ କାର୍ଯ୍ୟକ୍ରମକୁ ନେଇ ପ୍ରଦର୍ଶନୀ, ପାଣି ପଞ୍ଚାୟତ ରଥ ପରିଭ୍ରମଣ ଜରିଆରେ ସୂଚନା ପ୍ରଦାନ ଓ ସଚେତନତା ବାର୍ତ୍ତା ଆଦିର ପ୍ରଚାର ପ୍ରସାର ବ୍ୟାପକ ଭାବେ କରାଯିବ । ଓଡ଼ିଶା ପାଣି ପଞ୍ଚାୟତ ଆଇନ, ୨୦୦୨ରେ ସଂଶୋଧନ କରାଯାଇ ଏଥିରେ କିପରି ଅଧିକରୁ ଅଧକରୁ କୃଷକମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି । ସେଗୁଡ଼ିକ ମଧ୍ୟରେ ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଧୀନରେ ପାଣି ପଞ୍ଚାୟତ ଗଠନ; ପାଣି ପଂଚାୟତରେ ମହିଳାମାନଙ୍କ ପ୍ରତିନିଧିତ୍ୱ ବୃଦ୍ଧି ପାଇଁ ଚାଷ ଜମି ଥିବା କୃଷକଙ୍କ ଜୀବନସାଥୀଙ୍କୁ ଅନ୍ତର୍ଭୁକ୍ତ କରିବା ଇତ୍ୟାଦି ରହିଛି । ଜଳ ସଂପଦ ବିଭାଗରେ ପାଣି ପଞ୍ଚାୟତର ସଠିକ୍ କାର୍ଯ୍ୟକାରିତା ଏବଂ କ୍ଷେତ୍ର ପ୍ରଣାଳୀ ଭଳି ଭିତ୍ତିଭୂମିର ରିଅଲ ଟାଇମ୍ ମନିଟରିଂ ପାଇଁ ଆରମ୍ଭ ହୋଇଥିବା ୱେବ୍ ଏବଂ ମୋବାଇଲ ଆପ୍ ଆଧାରିତ ଆପ୍ଲିକେସନ୍ ଇ-ସିଏଡି ସେଚାଂଚଳରେ ଜଳ ବ୍ୟବହାର ତଥା ଜଳ ପରିଚାଳନାକୁ ସହଜ କରିବା ସହିତ ବ୍ୟବସ୍ଥାରେ ଉନ୍ନତି ଆଣିଛି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ