୧୮ ଦଫା ଦାବୀ ନେଇ ଡାକ୍ତରଙ୍କ ବିରୋଧ ପ୍ରଦର୍ଶନ କଳା ପୋଷାକ ପିନ୍ଧି କଲେ ରୋଗୀସେବା

Nov 25, 2025 - 15:23
 0  6
୧୮ ଦଫା ଦାବୀ ନେଇ ଡାକ୍ତରଙ୍କ ବିରୋଧ ପ୍ରଦର୍ଶନ କଳା ପୋଷାକ ପିନ୍ଧି କଲେ ରୋଗୀସେବା

ବାରିପଦା ତା 24/11(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ମାନେ କରିଛନ୍ତି ବିରୋଧ ପ୍ରଦର୍ଶନ ପୂର୍ବକ କଳା ପୋଷାକ ପିନ୍ଧି ରୋଗୀସେବା କରିଥିବାର ଦେଖିବାକୁ ମିଳିଛି. ଗତ ଦେଢ଼ ବର୍ଷ ଧରି ସରକାରଙ୍କୁ ନିଜ ୧୮ ଦଫା ଦାବି ଜଣେଇ ଥିଲେ ମଧ୍ୟ କୋଣସି ସମାଧାନ ହୋଇନାହିଁ. ଏଣୁ ଆଜିଠାରୁ କଳା ପୋଷାକ ପିନ୍ଧି ବାରିପଦା ଡାକ୍ତରଖାନାରେ ରୋଗୀ ଦେଖୁଛନ୍ତି ସମସ୍ତ ଡାକ୍ତର. ସେମାନଙ୍କର ମୁଖ୍ୟ ଦାବୀ ଗୁଡ଼ିକ ମଧ୍ୟରେ କେନ୍ଦ୍ରୀୟ ହାରରେ ବେତନ ବୃଦ୍ଧି, ରୋଗୀସେବା ବେଳେ ସୁରକ୍ଷା ପ୍ରଦାନ, ନିୟମ ଅନୁସାରେ ଠିକ ସମୟରେ ପ୍ରମୋଶନ ସହିତ ଦନ୍ତ ଚିକିତ୍ସକଙ୍କୁ ପ୍ରବୀଣ ଡାକ୍ତରଙ୍କ ସୂଚୀରେ ସାମିଲ କରିବା ଇତ୍ୟାଦି 18 ଦଫା ଦାବୀରହିଛି. ଆଗକୁ ସରକାର ଦାବୀ ପୂରଣ ନକଲେ ଡାକ୍ତର ମାନଙ୍କ ତରଫରୁ ଆନ୍ଦୋଳନକୁ ବ୍ୟାପକ କରିବେ ବୋଲି ଡାକ୍ତର ସୌମ୍ୟରଞ୍ଜନ ନାଏକ ପ୍ରତିକ୍ରିୟାରେ କହିଛନ୍ତି. ତେବେ ଏହି ବିରୋଧ ପ୍ରଦର୍ଶନକୁ ନେଇ ମୟୂରଭଞ୍ଜ ସିଡିଏମଓ ଡା. କିଶୋର କୁମାର ଆଚାର୍ଯ୍ୟଙ୍କୁ ପଚାରିବାରୁ ଡାକ୍ତର ମାନଙ୍କ ଦାବୀ ଗୁଡ଼ିକୁ ଯୁକ୍ତିଯୁକ୍ତ କହି ନିଜକୁ ମଧ୍ୟ ବିରୋଧ ପ୍ରଦର୍ଶନରେ ସାମିଲ କରିଛନ୍ତି ବୋଲି କହିବା ସହ ସରକାର ଆତିଶିଘ୍ର ଦାବୀ ଗୁଡ଼ିକ ବିଷୟରେ ବିଚାର କରିବା ଉଚିତ ବୋଲି କହିଛନ୍ତି.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ