ସ୍ୱାୟତ୍ତ ଶାସନ ଦିବସରେ ମାଲକାନଗିରି ର ୪ଟି ବହୁମୁଖି ଭବନର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Aug 31, 2025 - 16:19
 0  67
ସ୍ୱାୟତ୍ତ ଶାସନ ଦିବସରେ ମାଲକାନଗିରି ର ୪ଟି ବହୁମୁଖି ଭବନର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି, ୩୧/୮/୨୫: ଆଜି ମାଲକାନାଗିରି ସଦର ମହକୁମାରେ ବହୁମୁଖି ଭବନ ତଥା ମଲ୍ଟି ପୋରପୋଜ୍ ହଲ୍ ର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧିନରେ ଭ୍ବବନେଶ୍ୱର ସ୍ଥିତ ରେଳ ଅଡିଟୋରିୟମ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଭାସି ମାଧ୍ୟମରେ ୩ ଗୋଟି ବହୁମୁଖି ହଲ୍ ଓ ଗୋଟିଏ ଟାଉନ୍ ହଲ୍ ଅର୍ଥାତ୍ ଚାରି ଗୋଟି ହଲ୍ ର ଲୋକାର୍ପଣ କରିଛନ୍ତି । ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ମାଲକାନଗିରି ଦ୍ୱାରା ଜିଲ୍ଲା ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ମାଲକାନଗିରି ପୌର ପରିଷଦ ଅଧ୍ୟକ୍ଷ ମନୋଜ ବାରିକ ଓ ପୌର ପରିଷଦ ଉପାଧ୍ୟକ୍ଷା କବିତା ମହନ୍ତଙ୍କ ସମେତ ପୌର ପରିଷଦ ର ୧୯ ଜଣ କାଉନସିଲର ଯୋଗଦେଇ ଥିଲେ। ମାଲକାନଗିରି ସୁକୁମା ରୋଡ ପାର୍ଶ୍ୱ ଚକ୍ରିଗୁଡ଼ା ଠାରେ ୩୦୦ ସିଟ୍ ବିଶିଷ୍ଟ, ତାରିଣୀ ମନ୍ଦିର ପଛ ପାର୍ଶ୍ଵ ସ୍ଥିତ ୫୦୦ ସିଟ୍ ବିଶିଷ୍ଟ ଓ ସ୍ଵଧାର ଗୃହ ନିକଟବର୍ତ୍ତୀ ୫୦୦ ସିଟ୍ ବିଶିଷ୍ଟ ମଲ୍ଟି ପୋର୍ପୋଜ ହଲ୍ ଏବଂ ୩୦୦ ସିଟ୍ ବିଶିଷ୍ଟ ମାଲକାନଗିରି ଟାଉନ୍ ହଲ୍ ର ଲୋକାର୍ପଣ ଦ୍ୱାରା ମାଲକାନଗିରି ଜିଲ୍ଲାବାସୀ ଉପକୃତ ହେବେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ମୁଖ୍ୟମନ୍ତ୍ରୀଙ୍କୁ ଆଭାସି ମାଧ୍ୟମରେ ଧନ୍ୟବାଦ୍ ଜଣାଇଥିଲେ। ସେ କହିଥିଲେ ଯେ ଜିଲ୍ଲାରେ ମାଲକାନଗିରି ଓ ବାଲିମେଳା ଦୁଇ ଗୋଟି ନଗରାଞ୍ଚଳରେ ୬ ଗୋଟି ମଲ୍ଟି ପୋରପୋଜ୍ ହଲ୍ କରାଯାଇଛି । ଏହା ଦ୍ୱାରା ବିଶେଷ ଭାବେ ସୁଲଭ ଦରରେ ମାଙ୍ଗଳିକ କାର୍ଯ୍ୟ, ସଭା ସମିତି ଇତ୍ୟାଦି ହୋଇପାରିବ।

ତତ୍ ସଙ୍ଗେ ସଙ୍ଗେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବନ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯାଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି। ସେହିପରି ମାଲକାନଗିରି ପୌରାଞ୍ଚଳ ର ଦୁଇ ଜଣ ମହିଳା ସ୍ନେହଲତା ମହାନ୍ତି ଓ ପ୍ରମିଳା କଚିମ୍ ମୁଖ୍ୟମନ୍ତ୍ରୀଙ୍କ ସହ ନିଜର ଅଭିଜ୍ଞତା ବାଣ୍ଟିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ଏବଂ ଜିଲ୍ଲା ପରିଷଦ ଅର୍ଥ ପରିଚାଳକ ମାନସ ମିଶ୍ର ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ପୌର ପରିଷଦ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ନାୟକ ପରିଚାଳନା କରିଥିବା ବେଳେ ପୌର ପରିଷଦ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ। ସୂଚନା ଯୋଗ୍ୟ ଏବଂ ଜିଲ୍ଲା ପାଇଁ ଖୁସିର ବିଷୟ ଖଇରପୁଟ ବ୍ଲକ ଆଦିମ ବଣ୍ଡା ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ବିଡ୍ ୱର୍କ୍ ଫ୍ରେମ୍ କୁ ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ଅନ୍ୟାନ୍ୟ ଅତିଥି ମାନଙ୍କୁ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି। ଆଦିମ ବଣ୍ଡା ଜନଜାତିଙ୍କ ଉତ୍ପାଦ କୁ ଲୋକଲୋଚନକୁ ଆଣିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ସ୍ୱତନ୍ତ୍ର ଭାବେ ଅର୍ଡର ଦେଇ ଏହି ବିଡ୍ ୱର୍କ କୁ ଆଜିର ଦିନରେ ଉପଯୋଗ କରିଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ