।। ସ୍ୱାସ୍ଥ୍ୟ ସମିତି ପରିଚାଳନା ବୈଠକ ତରଫରୁ ତମାଖୁ ମୁକ୍ତ ଯୁବ ଅଭିଯାନ ଆରମ୍ଭ ।।

Oct 4, 2024 - 20:39
 0  10
।। ସ୍ୱାସ୍ଥ୍ୟ ସମିତି ପରିଚାଳନା ବୈଠକ ତରଫରୁ ତମାଖୁ ମୁକ୍ତ ଯୁବ ଅଭିଯାନ ଆରମ୍ଭ ।।

ନୂଆପଡା, ତା 04.10.24 ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ନୂଆପଡା ଜିଲ୍ଲାପରିଷଦ ଅଧ୍ୟକ୍ଷା ତଥା ସଭାପତି ଜିଲ୍ଳା ସ୍ୱାସ୍ଥ୍ୟ ସମିତି ଶ୍ରୀମତୀ ଡଲି ମାଝିଙ୍କ ସଭାପତିତ୍ୱ ରେ ଏହାର ଷଡମାସିକ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଥିଲା l କମିଟିର ଉପାଧ୍ୟକ୍ଷ ଜିଲ୍ଲାପାଳ ମଧୁସୂଦନ ଦାଶ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଜିଲ୍ଳା ପରିଷଦ ଏପିଡି ଯୋଗେଶ୍ୱର ଭୋଇ, ଆବାହକ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଧରଣୀଧର ସେନାପତି ଏଥିରେ ଯୋଗ ଦେଇଥିଲେ l ଡ଼ଃ ଲଳିତ ମୋହନ ବିଶି, ଡ଼ଃ ଉମାକାନ୍ତ ମେହେର, ଡ଼ଃ ଗୁରୁପ୍ରସାଦ ଜେନା ଅତିଥି ସଭ୍ୟ ହିସାବରେ ଯୋଗଦେଇଥିଲେ l ଡିପିଏମଓ ଦିଲ୍ଲୀପ କୁମାର ଦୁବେ ସଭା ପରିଚାଳନା କରି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ର ବିଗତ ବର୍ଷର ଆୟବ୍ୟୟ ର ହିସାବ ରଖିଥିଲେ l ସେ କହିଲେ ଯେ ଜିଲ୍ଲାରେ ଏଲୋପାଥିକ ଡାକ୍ତର ସଂଖ୍ୟା 309 ଥିବାବେଳେ 127 ଜଣ ମାତ୍ର କାର୍ଯ୍ୟରତ ଅଛନ୍ତି l ସେହିପରି ଆୟୁଷ ବିଭାଗରେ 45 ରୁ 5 ଟି ପଦ ଖାଲି ଏବଂ 362 ଟି ନର୍ସ ରୁ 119 ଟି ପଦ ଖାଲି ରହିଛି l ଏହି ଅବସରରେ ଆସନ୍ତା ବର୍ଷ ର ବଜେଟ ଅନୁମୋଦନ କରାଯାଇଥିଲା l ସଭାକୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେଯେ ସିମିତ ସମ୍ବଳ ତଥା ଲୋକଶକ୍ତି ସତ୍ୱେ ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଚେଷ୍ଟାକରୁ l ବିଶେଷତ ଅଙ୍ଗନବାଡି ଏବଂ ଆଶାକର୍ମୀ ମାନଙ୍କ ସହାୟତାରେ ବୃଦ୍ଧ ବୃଦ୍ଧା ମାନଙ୍କ ବିଶେଷ ଯତ୍ନ ନିଆଯାଉ l ଏହାପରେ ଜିଲ୍ଲାପାଳ ଓଡିଶା ଦ୍ଵିତୀୟ ତମାଖୁ ମୁକ୍ତ ଯୁବ ଅଭିଯାନର ଜିଲ୍ଲାସ୍ତରୀୟ ଶୁଭାରମ୍ଭ କରି ସମସ୍ତଙ୍କୁ ତମାଖୁ ମୁକ୍ତ ଅଭିଯାନରେ ସାମିଲ ହେବା ପାଇଁ ଶପଥ ପାଠ କରାଇଥିଲେ l ସମଗ୍ର ଜିଲ୍ଲାକୁ ତମାଖୁ ମୁକ୍ତ କରିବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇ ଏଥିପାଇଁ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ lଆଜିର ବୈଠକରେ ସମସ୍ତ ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେଇଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ