।। ସ୍ୱଚ୍ଛତା ହିଁ ସେବା ଅଭିଯାନରେ ବାରିପଦା ଠାରେ ମିନି ମାରାଥନ ଆୟୋଜିତ ।।

Sep 29, 2024 - 19:17
 0  14
।। ସ୍ୱଚ୍ଛତା ହିଁ ସେବା ଅଭିଯାନରେ ବାରିପଦା ଠାରେ ମିନି ମାରାଥନ ଆୟୋଜିତ ।।

ବାରିପଦା: ୨୯. ୦୯. ୨୦୨୪// ଆସନ୍ତା ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସାରା ରାଜ୍ୟ ରେ ପାଳିତ ହେଉଥିବା ସ୍ୱଚ୍ଛତା ହିଁ ସେବା ଅଭିଯାନ ରେ ସମସ୍ତ ଜନସାଧାରଣଙ୍କୁ ସାମିଲ କରାଇବା ପାଇଁ ବିଭିନ୍ନ ସଚେତନତା ଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ବାରିପଦା ପୌରପାଳିକା ଏବଂ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଏହି ସ୍ୱଚ୍ଛତା ହିଁ ସେବା ଅଭିଯାନ କୁ ତ୍ୱରାନ୍ୱିତ କରିବା ପାଇଁ ରବିବାର ଦିନ ଏକ ମିନି ମାରାଥନର ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ମନ୍ତ୍ରୀ ଗୃହ ଓ ନଗର ଉନ୍ନୟନ, ଏବଂ ସାଧାରଣ ଉଦ୍ୟୋଗ, ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ମାରାଥନ କୁ ସବୁଜ ପତାକା ଦେଖାଇ, ବାରିପଦା ପୌରାଞ୍ଚଳ ସ୍ଥିତ ଛଉ ପଡ଼ିଆ ଠାରୁ ଶୁଭାରମ୍ଭ କରିଥିଲେ। ଏହି ମାରାଥନରେ ମାନ୍ୟବର ବିଧାୟକ, ବାରିପଦା ଶ୍ରୀ ପ୍ରକାଶ ସୋରେନ, ମାନ୍ୟବର ବାରିପଦା ପୌରାଧ୍ୟକ୍ଷ, ଶ୍ରୀ କୃଷ୍ଣାନନ୍ଦ ମହାନ୍ତି, ମାନ୍ୟବର ଉପ-ପୌରାଧ୍ୟକ୍ଷା ଶ୍ରୀମତୀ ସୀମା ଦାସ ଓ ବାରିପଦା ପୌରାଞ୍ଚଳ ନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ ଯୋଗ ଦେଇ ଏହି ଅଭିଯାନରେ ମାରାଥନରେ ଭାଗ ନେଇଥିଲେ। ସୂଚନା ଥାଉକି, ଏହି ମାରାଥନରେ ସମୁଦାୟ ୬୧୧ ଜଣ ଭାଗ ନେଇ ଥିବା ବେଳେ ଛଉ ପଡ଼ିଆ ଠାରୁ ଏହା ଆରମ୍ଭ ହୋଇ ମା ଅମ୍ବିକା ମନ୍ଦିର ଦେଇ ସମଗ୍ର ସହର ପରିକ୍ରମା କରି ପୁନର୍ବାର ପୌରପାଳିକା ପ୍ରାଙ୍ଗଣରେ ଏହା ସମାପ୍ତ ହୋଇଥିଲା। ଏଥିରେ ୬ ଜଣ ପୁରୁଷ ଓ ୬ ଜଣ ମହିଳାଙ୍କୁ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପୁରସ୍କାର ଘୋଷଣା କରାଯାଇଥିଲା ଏବଂ ୩ ଜଣ ଲେଖାଏଁ ପୁରୁଷ ଓ ମହିଳାଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ଦିଆଯିବ ବୋଲି ଘୋଷଣା କରା ଯାଇଥିଲା। ସୂଚନା ଥାଉକି ଏହି ପୁରସ୍କାର, ଆସନ୍ତା ଗାନ୍ଧୀ ଜୟନ୍ତୀ ଦିନ ସନ୍ଧ୍ୟାରେ ଶହୀଦ ସ୍ମୃତି ଭବନ ଠାରେ ଦିଆଯିବ। ଏହି ମାରାଥନ ପ୍ରତିଯୋଗିତାରେ ଜିଲ୍ଲା ପ୍ରଶାସନ ସହିତ ପୋଲିସ ଏବଂ ଅଗ୍ନିଶମ ବିଭାଗ ଉତ୍ତମ ସହଯୋଗ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ