।। ସ୍ଵଚ୍ଛତା ସପ୍ତାହ ଉପଲକ୍ଷେ ଯାଜପୁର ସାଂସଦଙ୍କ ବରୀରେ ଯୋଗଦାନ ।।

Oct 3, 2024 - 08:49
 0  144
।। ସ୍ଵଚ୍ଛତା ସପ୍ତାହ ଉପଲକ୍ଷେ ଯାଜପୁର ସାଂସଦଙ୍କ ବରୀରେ ଯୋଗଦାନ ।।

ଭାରତ ସେଲ ପକ୍ଷରୁ ବୁଧବାର ବରୀ ଅରଙ୍ଗାବାଦ ଠାରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଏକ ସ୍ଵଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥି ସହ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପ୍ରଦାନ କରାଯାଇ ଆଜି ଦିବସ ବିଷୟରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ "ଜପୁର ଜିଲ୍ଲାର ସାଂସଦ ଡ଼ା. ରବୀନ୍ଦ୍ର ନାରାୟଣ ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ ସ୍ଵଚ୍ଛତା ହିଁ ଆମର ଦାୟିତ୍ଵ, ସ୍ବଚ୍ଛତା ସଂସ୍କାର ମଧ୍ୟ ବୋଲି ଅବଗତ କରାଇବା ସହ ଭାରତର ଯସ୍ଵସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମକୁ ସମଗ୍ର ଦେଶରେ ଏକ ନୂତନ ଦିଗ ଦେଖାଇଛନ୍ତି ବୋଲି ଶ୍ରୀ ବେହେରା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରୀ ନିର୍ବାଚନ ମଣ୍ଡଳୀ ଭାଜପା ନେତା ଉମେଶ ଚନ୍ଦ୍ର ଜେନା, ଜିଲ୍ଲା ପୂର୍ବତନ ସଭାପତି ଆଶୁତୋଷ ପରିଡ଼ା, ସ୍ବଚ୍ଛ ଭାରତ ଅଭିଯାନ ଆବାହକ ଡ଼ା ପ୍ରଫୁଲ୍ଲ କୁମାର ଗିରି ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ସଫେଇ କରିବା ସହ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଗୁରୁତ୍ବ ଦେବା ପାଇଁ ଡା. ବେହେରା ପରାମର୍ଶ ଦେଇଥିଲେ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ