।। ସ୍ବାଧୀନତାର ଦୀର୍ଘ ବର୍ଷ ପରେବି ଡ୍ରୁବାଗୁଡା ଗ୍ରାମବାସୀ ମୌଳିକ ସୁବିଧାରୁ ବଂଚିତ ।।

Sep 29, 2024 - 19:20
 0  10
।। ସ୍ବାଧୀନତାର ଦୀର୍ଘ ବର୍ଷ ପରେବି ଡ୍ରୁବାଗୁଡା ଗ୍ରାମବାସୀ ମୌଳିକ ସୁବିଧାରୁ ବଂଚିତ ।।

ଦେଶ ସ୍ବାଧୀନତାର ୭୭ବର୍ଷ ବିତିଯାଇଥିଲେ ମଧ୍ୟ ଏବେ ବି ସାଧାରଣ ଲୋକଙ୍କୁ ଶିକ୍ଷ୍ୟା, ସ୍ବାସ୍ଥ୍ୟ, ପାନୀୟ ଜଳ, ରାସ୍ତାଘାଟ ଭଳି ମୌଳିକ ସୁବିଧା ମିଲିନପା ରିବା ଆମ ଗଣତନ୍ତ୍ର ରାଷ୍ଟ୍ର ପ୍ରତି ଏକ ଶକ୍ତ ଧକ୍କା ଏବଂ ଆମ ଦେଶର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶାସକ ଏବଂ ପ୍ରଶାସକଙ୍କୁ ଗାଲରେ ଶକ୍ତ ଚାପୁଡ଼ା ମାରିବାସଦୃଶ ଅଟେ। କାହିଁକି ନା ଏଭଳିଏକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ର ବିଷମ କଟକ ବ୍ଲକ ଅନ୍ତର୍ଗତ କୁମ୍ଭାରଧାମୁନି ପଞ୍ଚାୟତ ର ଡ୍ରୁବାଗୁଡ଼ା ଗ୍ରାମରେ। ଉକ୍ତ ଗ୍ରାମରେ ୫୦ ରୁ ଉର୍ଦ୍ଧ ଆଦିବାସୀ ପାରିବାର ରହୁଥିବା ବେଳେ ପ୍ରାୟ ୨୫୦ଲୋକ ଅଛନ୍ତି। ଏମାନଙ୍କ ପାଇଁ ନା ଅଛି ରାସ୍ତା, ନା ବିଦ୍ୟାଳୟ, ନା ଜଳ, ନା ଅଙ୍ଗନୱାଡ଼ି କେନ୍ଦ୍ର ନା ଆଶା,ନା କୌଣସି ସରକାରୀ ସହାୟତା ପାଇଁ କର୍ମଚାରୀ। ଗ୍ରାମରେ ନଳକୂପ ଅଛି କିନ୍ତୁ ପାଣି ବାହାରୁ ନାହି, ଫଳରେ ବାଧ୍ୟ ହୋଇ ପର୍ବତ ରୁ ଆସୁଥିବା ଝରଣା ପାଣି ପିଉଛନ୍ତି। ସେଥିରେ ଶୌଚ ଠାରୁ ଆରମ୍ଭ କରି ରୋଷେଇ, ବାସନ କୁସନ ମାଜିବା ସବୁ କାର୍ଯ କରିଵାକୁ ପୋଡ଼ୁଛି। ଏପଟେ ଗାଁକୁ ଯିବା ପାଇଁ ରାସ୍ତା ଟିଏ ନଥିବାରୁ କୌଣସି କର୍ମଚାରୀ ଆସିବାକୁ ଅମଙ୍ଗ ହେଉଛନ୍ତି। ଗ୍ରାମରେ ସ୍ବାସ୍ଥ୍ୟ ସୁବିଧା ଯୋଗାଇବା ପାଇଁ ଏ ଏନ୍ଏମ, ଅଙ୍ଗନୱାଡ଼ି, ଆଶା ଦିଦି ଓ ଅନ୍ୟ ସ୍ବାସ୍ଥ୍ୟ କର୍ମୀ ଅଛନ୍ତି କିନ୍ତୁ ସେମାନଙ୍କର କେବେବି ଏଠାରେ ପାଦ ପଡୁନି। ସେଥିପାଇଁ ଗର୍ଭବତୀମହିଳା ଓ ଶିଶୁ ମାନଙ୍କୁ ପୁଷ୍ଟିକର ଖାଦ୍ୟ ମିଲିପାରୂନି କି ୩ ରୁ ୫ବର୍ଷ ପିଲାମାନଙ୍କୁ ଶିକ୍ଷା ମିଳି ପାରୁନି। ରାସ୍ତା ନଥିବାରୁ କୌଣସି ରୋଗୀଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାକୁ ଆମ୍ବୁଲାନ୍ସ ଆସିପରୁନି, ବିଶେଷ କରି ଗର୍ଭବତୀ ମହିଳା ମାନଙ୍କୁ ନେବା ପାଇଁ ଅନେକ ସମସ୍ୟା ହେଉଥିବା ସତେ ବି ସ୍ଥାନୀୟ ସରପଞ୍ଚ ରୁ ଆରମ୍ଭ କରି ଏ. ମେ. ଲେ ପର୍ଯ୍ୟନ୍ତ ଗ୍ରାମର ସମସ୍ୟା ଜଣେଇ ଲେଭି କିଏ ଶୁଣୁନାହାନ୍ତି କହିଲେ ଗ୍ରାମବାସୀ l

ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ