ସ୍ଥାୟୀ ନିଯୁକ୍ତି ଦାବି ରେ ଲମତା ପୁଟ ୧୨ ଘଣ୍ଟିଆ ବନ୍ଦ

Oct 4, 2024 - 14:37
 0  11
ସ୍ଥାୟୀ ନିଯୁକ୍ତି ଦାବି ରେ ଲମତା ପୁଟ ୧୨ ଘଣ୍ଟିଆ ବନ୍ଦ

ଜିଲା ଭିତ୍ତିକ ନିଯୁକ୍ତି ଲାଗି ଆଜି ଅଭିଭକ୍ତ କୋରାପୁଟ ଜିଲ୍ଲା ରେ ବନ୍ଦ ଡାକରା ଦେଇ ଥିବା ବେଳେ ଲମତାପୁଟ ବ୍ଲକ ଠାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି।ଲମତାପୁଟ ରୁ ଆନ୍ଧ୍ର କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ରେ ହାତରେ ବିଭିନ୍ନ ପ୍ଲା କାର୍ଡ ଧରି ଶତାଧିକ ଯୁବକ ଅବରୋଧ କରି ଆନ୍ଦୋଳନ କରୁଥିବା ଦେଖିବାକୁ ମିଳୁ ଥିବା ବେଳେ ବ୍ଲକ ର ସମସ୍ତ ସ୍କୁଲ,କଲେଜ ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ଥିବା ବେଳେ ସମସ୍ତ ଦୋକାନ ବଜାର ସହିତ ସମସ୍ତ ଯାନ ବାହନ ବନ୍ଦ ରହିଛି।ଏହି ବନ୍ଦ ସକାଳ ୬ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ରହିବ।ଏହି ବନ୍ଦ ପାଳନ କୁ କଂଗ୍ରେସ ବିଜେଡି ଦଳ ସମର୍ଥନ କରୁଥିବା ବେଳେ ଅଞ୍ଚଳ ର ସମସ୍ତ ସଂଘ ପକ୍ଷରୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି।

 ଲମତାପୁଟରୁ ସୁବାଷ ମାଳିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ